ବଲିଉଡ ସେଲେବ୍ରିଟିଙ୍କୁ ଡ୍ରଗ୍ସ ଦେଉଥିଲେ, ଘରୁ ଉଠାଇ ଆଣିଲା ଏନ୍ସିବି
ମୁମ୍ବାଇ: ଡ୍ରାଗ୍ସ ମାମଲାରେ ଯାଂଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ମିଳିଛି ବଡ ସଫଳତା। ବଲିଉଡ ସେଲେବ୍ରିଟିଙ୍କୁ ଡ୍ରଗ୍ସ ଚାଲାଣ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଏନ୍ସିବି । ଗିରଫ ଯୁବକ ଜଣକ ୧୯ ବର୍ଷୀୟ କଲେଜ ଛାତ୍ର ବୋଲି ଜଣାପଡିଛି।
ରିପୋର୍ଟ ମୁତାବକ, ୧୯ ବର୍ଷୀୟ ଏହି ଯୁବକ ଜଣକ ନିକଟରୁ ବିପୁଳ ଡ୍ରଗ୍ସ ଏବଂ ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି। ମୁମ୍ବାଇ ବାନ୍ଦ୍ରା ସ୍ଥିତ ତା’ଘରୁ ଏନ୍ସିବି ଏହି ଛାତ୍ର ଜଣଙ୍କୁ ଉଠାଇ ଆଣିଛି। ସେପଟେ ଗିରଫ ପରେ ଉକ୍ତ ଯୁବକ ଜଣଙ୍କୁ ଅଧିକ ପଚରାଉଚରା ପାଇଁ କୋର୍ଟ ୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି।
Narcotics Control Bureau (NCB) arrested a 19-yr-old college student last night. Drugs and Rs 2.3 lakh cash seized from his possession in Mumbai's Bandra area. He used to supply drugs to many Bollywood celebrities among others. Court sent him to 4-day NCB custody: NCB #Maharashtra
— ANI (@ANI) March 24, 2021
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟ ପରେ ବଲିଉଡରେ ଡ୍ରଗ୍ସ ମାମଲା ନେଇ ଏନ୍ସିବି ତଦନ୍ତ ଜାରି ରଖିଛି। ନିକଟରେ ଏହି ମାମଲାରେ ଏନସିବି ଏକ ଚାର୍ଜସିଟ୍ ଦାଖଲ କରିଛି। ବେଆଇନ ଭାବେ ଡ୍ରଗ୍ସ ଚୋରା ଚାଲାଣ ତଥା ଏହାକୁ କିଣିବା ଅଭିଯୋଗରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୩୨ ଜଣଙ୍କ ବିରୋଧରେ ତଦନ୍ତ ଏଜେନ୍ସି ଅଭିଯୋଗ ଆଣିଛି। ଏସବୁଙ୍କ ନାଁରେ NDPS ଧାରା-୨୭ ଅନୁଯାୟୀ ମାମଲା ରୁଜୁ ହୋଇଛି।
ପୂର୍ବରୁ ଡ୍ରଗ୍ସ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ରିୟା ଏବଂ ସୌଭିକ୍ ଏବେ ଜାମିନରେ ଅଛନ୍ତି। ଏହା ବ୍ୟତୀତ ଦୀପିକା ପାଦୁକୋନ, ସାରା ଅଲି ଖାନ, ଅର୍ଜୁନ ରାମପାଲ ଏବଂ ତାଙ୍କ ଭଉଣୀ, ଶ୍ରଦ୍ଧା କପୁର ଓ ରାକୁଲ ପ୍ରୀତ ସିଂଙ୍କ ପରି ଅନେକ ବଲିଉଡ କଳାକାରଙ୍କୁ ପୂର୍ବରୁ ଡ୍ରଗ୍ସ ମାମଲାରେ ଏନ୍ସିବି ପଚରାଉଚରା କରିସାରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।