ଶାହାରୁଖ୍‌ ଖାନ୍‌ଙ୍କ ପୁଅକୁ ଗିରଫ କରିଥିବା ସମୀର ଇସ୍ତଫା ଦିଅନ୍ତୁ: ହନ୍‌ସଲ ମେହେଟ୍ଟା

ମୁମ୍ବାଇ: ବେଆଇନ୍‌ ଡ୍ରଗ୍ସ  ମାମଲାରେ ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏନସିବି ଗିରଫ କରିବା ପରେ ଶାହରୁଖ୍‌ଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ହନ୍‌ସଲ ମେହେଟ୍ଟା। ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ ଇସ୍ତଫା ଦାବି କରିଛନ୍ତି ହନସଲ। ଡ୍ରଗ୍ସ ମାମଲାରେ ଜଣେ ସାକ୍ଷୀ ସମୀର ୱାଙ୍ଖଡ଼େଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିବା ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ହନସଲ । ଏନେଇ ହନସଲ ଟ୍ୱିଟ୍‌ କରି ସମୀରଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା […]

7969

7969

Tapas Behera
  • Published: Sunday, 24 October 2021
  • Updated: 24 October 2021, 10:01 PM IST

ମୁମ୍ବାଇ: ବେଆଇନ୍‌ ଡ୍ରଗ୍ସ  ମାମଲାରେ ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏନସିବି ଗିରଫ କରିବା ପରେ ଶାହରୁଖ୍‌ଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ହନ୍‌ସଲ ମେହେଟ୍ଟା। ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ ଇସ୍ତଫା ଦାବି କରିଛନ୍ତି ହନସଲ।

ଡ୍ରଗ୍ସ ମାମଲାରେ ଜଣେ ସାକ୍ଷୀ ସମୀର ୱାଙ୍ଖଡ଼େଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିବା ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ହନସଲ । ଏନେଇ ହନସଲ ଟ୍ୱିଟ୍‌ କରି ସମୀରଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ପ୍ରମାଣିତ ନହେବା ଯାଏ ସେ ଇସ୍ତଫା ଦେବା ଉଚିତ। କାହିଁକି ସବୁ ବେଳେ ଗିରଫ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଶ ବୋଲି ପ୍ରମାଣ କରିବେ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଏନସିପି ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ସମୀରଙ୍କ ବିରୋଧରେ ଅଭିଯୋଗ ଅଣିଥିଲେ। ସେ କହିଥିଲେ ଯେ, ମାଲଦ୍ୱୀପରେ ଚଳଚ୍ଚିତ୍ର ତାରକାଙ୍କୁ ସମୀର ବ୍ଲାକମେଲିଂ  କରି ଲୁଟୁଥିଲେ। ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ଟାର୍ଗେଟ କରିବା ପାଇଁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସମୀରଙ୍କୁ ଏନସିବିକୁ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି। ଗତ ଅକ୍ଟୋବର ୩ ରେ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଥିଲା। ହନସଲ ମେହେଟ୍ଟା ଶାହରୁଖ ଖାନ ଏବଂ ତାଙ୍କର ୨୩ ବର୍ଷର ପୁଅକୁ ସମର୍ଥନ କରି ଆଗକୁ ଆସିଛନ୍ତି ।
https://twitter.com/mehtahansal/status/1452192984376782849?s=20

ଅନ୍ୟପଟେ ଆର୍ଯ୍ୟନ୍‌ଙ୍କ ବିରୋଧରେ ସାକ୍ଷୀ ପାଲଟିଥିବା ପ୍ରଭାକର ସେଲ୍‌ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। ପ୍ରଭାକର ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାଭିଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆଣିଛନ୍ତି। ଆର୍ଯ୍ୟନଙ୍କୁ ଛାଡିବା ପାଇଁ କେପି ଗୋସାଭି, ସାମୀର ଓ ଶ୍ୟାମ୍‌ଙ୍କ ମଧ୍ୟରେ ପ୍ରାୟ ୨୫ କୋଟି ଟଙ୍କାର କଥାବର୍ତ୍ତା ହୋଇଥିଲା। ହେଲେ ପରେ ୧୮ କୋଟି ଟଙ୍କାରେ ଏହି ଡିଲ୍‌ ଫାଇନାଲ ହୋଇଥିବା କଥା ପ୍ରଭାକର ଶୁଣିଥିବା କହିଛନ୍ତି।  ଗୋସାଭି ଏବଂ ଶ୍ୟାମ୍‌ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ୧୮ କୋଟିରୁ ୮ କୋଟି ଟଙ୍କା ଦେବାକୁ କହିଥିଲେ ବୋଲି ପ୍ରଭାକର ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story