ଚାପରେ ପଡ଼ି ଛେପ ଢୋକିଲେ କି ପିନାକୀ ମିଶ୍ର?

ନୂଆଦିଲ୍ଲୀ: କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଓଡ଼ିଶାର କ୍ଷମତାସୀନ ବିଜେଡି ସାଂସଦ ପିନାକୀ ମିଶ୍ର ମତ ଦେବା ପରେ ହଠାତ୍‌ ୟୁ-ଟର୍ଣ୍ଣ ନେଇଛନ୍ତି। ପୂର୍ବରୁ ବିଜେଡି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଲୋକସଭାରେ ସମର୍ଥନ କରିଥିଲା। ହେଲେ ରାଜ୍ୟସଭାରେ ଦଳ ଏହାକୁ ବିରୋଧ କରିଥିଲା। କୃଷି ଆଇନକୁ ନେଇ ଦେଶରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଚାଷୀମାନଙ୍କ ଏହି ଆନ୍ଦୋଳନକୁ ଅଣ ବିଜେପି ଦଳଗୁଡ଼ିକ ମଧ୍ୟ ସମର୍ଥନ କରୁଛନ୍ତି। ହେଲେ ବିଜେଡି ଏହି […]

pinaki-mishra

pinaki-mishra

Hemant Lenka
  • Published: Tuesday, 09 February 2021
  • Updated: 09 February 2021, 04:51 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଓଡ଼ିଶାର କ୍ଷମତାସୀନ ବିଜେଡି ସାଂସଦ ପିନାକୀ ମିଶ୍ର ମତ ଦେବା ପରେ ହଠାତ୍‌ ୟୁ-ଟର୍ଣ୍ଣ ନେଇଛନ୍ତି। ପୂର୍ବରୁ ବିଜେଡି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଲୋକସଭାରେ ସମର୍ଥନ କରିଥିଲା। ହେଲେ ରାଜ୍ୟସଭାରେ ଦଳ ଏହାକୁ ବିରୋଧ କରିଥିଲା।

କୃଷି ଆଇନକୁ ନେଇ ଦେଶରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଚାଷୀମାନଙ୍କ ଏହି ଆନ୍ଦୋଳନକୁ ଅଣ ବିଜେପି ଦଳଗୁଡ଼ିକ ମଧ୍ୟ ସମର୍ଥନ କରୁଛନ୍ତି। ହେଲେ ବିଜେଡି ଏହି ପ୍ରସଙ୍ଗରେ ଗତକାଲି ଯାଏ ନୀରବ ରହିଥିଲା। ତେବେ ଗତକାଲି ବିଜେଡି ସାଂସଦ ପିନାକୀ ମିଶ୍ର ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେଇ କୃଷି ଆଇନ ସମ୍ପର୍କରେ ନିଜର ମତ ରଖିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ସ୍ଥିତିରେ ଆମର ଦାବି ହେଲେ କୃଷି ଆଇନ ପ୍ରତ୍ୟାହାର କରି ଏହା ଉପରେ ପୁଣିଥରେ ବିଚାର କରାଯାଉ। ଏଥିସହ ଏହି ବିଲ୍‌କୁ ସିଲେକ୍ଟ କମିଟି କିମ୍ବା ଷ୍ଟାଣ୍ଡିଂ କମିଟିକୁ ପଠାଯାଉ। ଫଳରେ ସେଠାରେ ବିଲ୍ ଉପରେ ବିସ୍ତୃତ ଆଲୋଚନା ହୋଇପାରିବ। ଏକଥା ବିଜେଡି ଆରମ୍ଭରୁ କହି ଆସୁଥିବା ପିନାକୀ ମିଶ୍ର କହିଥିଲେ। ଏହାର ଭିଡିଓ ମଧ୍ୟ ଏନଡିଟିଭି ନିଜ ଅଫିସିଆଲ ସାଇଟରେ ଅପଲୋଡ କରିଛି।

ହେଲେ ପିନାକୀ ମିଶ୍ର ରାତି ୧୦.୨୩ରେ ହଠାତ୍‌ ଗୋଟିଏ ଟ୍ୱିଟ କରି ନିଜର ମତ ବଦଳାଇ ଦେଇଛନ୍ତି। ସେ କହିଛନ୍ତି, “ଏନଡିଟିଭି ମୋ ମତକୁ ଭୁଲ ସମୀକ୍ଷା କରି ବିଜେଡି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଥିବା ଖବର ପ୍ରକାଶ କରିଛି। ଆମ ଦାବି ହେଲା ସ୍ୱାମୀନାଥନ କମିଟି ଦେଇଥିବା ପ୍ରସ୍ତାବକୁ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବା ପରେ ଲାଗୁ କରାଯାଉ।” ସେ ଏହି ଟ୍ୱିଟକୁ ବିଜେଡି ଓଡ଼ିଶା ଓ ସିଏମଓଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।


ଏଠି ପ୍ରଶ୍ନ ଉଠୁଛି କ୍ୟାମେରା ଆଗରେ କୃଷି ଆଇନକୁ ପ୍ରତ୍ୟାହାର କରିବା କଥା କହିଥିବା ପିନାକୀ ମିଶ୍ର ହଠାତ୍‌ କାହିଁକି ନିଜର ମତ ବଦଳାଇଲେ। ବିଜେପିର ବିରୋଧୀ ଭାବେ କାର୍ଯ୍ୟ କରୁଥିବା ଦଳଗୁଡ଼ିକ ଖୋଲାଖୋଲି ଭାବେ କୃଷି ଆଇନକୁ କଳା ଆଇନ କହୁଛନ୍ତି। ଏପରି କି ସେମାନେ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି। କିନ୍ତୁ ବିଜେଡି କାହିଁକି କୃଷି ଆଇନ ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିପାରୁନାହିଁ? ଏନଡିଟିଭିକୁ ମତ ଦେବା ପରେ ପିନାକୀଙ୍କ ଉପରେ କୌଣସି ଆଡ଼ୁ ଚାପ ପଡ଼ିଛି କି? ଯେଉଁ ଚାପ ଆଗରେ ମୁଣ୍ଡ ନୁଆଁଇ ସେ ପକେଇଲା ଛେପ ଢୋକିବାକୁ ବାଧ୍ୟ ହୋଇଛନ୍ତି?

ପ୍ରଥମେ ଲୋକସଭାରେ କୃଷି ଆଇନକୁ ସମର୍ଥନ କରିଥିବା ବିଜେଡି ହଠାତ୍‌ ରାଜ୍ୟସଭାରେ କାହିଁକି ଏହାକୁ ବିରୋଧ କଲା? ଯଦି ଦଳ ଏହାକୁ ବିରୋଧ କରୁଛି, ତା’ହେଲେ ପିନାକୀ ମିଶ୍ରଙ୍କ ଭଳି ଜଣେ ସାଂସଦ କ’ଣ ଆଇନକୁ ପ୍ରତ୍ୟାହାର ପାଇଁ ନିଜର ମତ ରଖିପାରିବେ ନାହିଁ? ପିନାକୀ ମତ ବଦଳାଇବା ପଛରେ କୌଣସି ଅଦୃଶ୍ୟ ଶକ୍ତି କାମ କରିନାହିଁ ତ?

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପିନାକୀଙ୍କ ଟୁଇଟ୍‌ର ଜବାବରେ ଏନଡିଟିଭି ମଧ୍ୟ ତାଙ୍କ ବକ୍ତବ୍ୟର ଭିଡ଼ିଓ ପୋଷ୍ଟ କରି ତାଙ୍କୁ ମିଛୁଆ ବୋଲି ସାବ୍ୟସ୍ତ କରିବାକୁ ପଛେଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos