ଐତିହାସିକ ବିଜୟ ପରେ ମୋଦିଙ୍କ ଆଶୀର୍ବାଦ କାମନା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନରେ ଆପ୍‌ ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୧୫ ବର୍ଷ ହେଲା ଏମସିଡିରେ ବିଜେପି ଜାରି ରଖିଥିବା ଶାସନରେ ଆପ୍‌ ପୂର୍ଣ୍ଣଚ୍ଛେଦ ଟାଣିବା ପରେ ଦଳୀୟ କର୍ମୀ ଓ ନେତାମାନେ ସେଲିବ୍ରେସନ ମୁଡରେ ରହିଛନ୍ତି। ତେବେ ଦଳୀୟ ମୁଖ୍ୟାଳୟରେ ଆପ୍‌ର କର୍ମୀ ଓ ନେତାମାନଙ୍କୁ ବିଜୟ ବାର୍ତ୍ତା ଦେବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶୀର୍ବାଦ କାମନା କରିଛନ୍ତି। ଏଥିସହ ଦିଲ୍ଲୀର ବିକାଶ ପାଇଁ […]

kejriwal

kejriwal

Hemant Lenka
  • Published: Wednesday, 07 December 2022
  • Updated: 07 December 2022, 04:32 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନରେ ଆପ୍‌ ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୧୫ ବର୍ଷ ହେଲା ଏମସିଡିରେ ବିଜେପି ଜାରି ରଖିଥିବା ଶାସନରେ ଆପ୍‌ ପୂର୍ଣ୍ଣଚ୍ଛେଦ ଟାଣିବା ପରେ ଦଳୀୟ କର୍ମୀ ଓ ନେତାମାନେ ସେଲିବ୍ରେସନ ମୁଡରେ ରହିଛନ୍ତି।

ତେବେ ଦଳୀୟ ମୁଖ୍ୟାଳୟରେ ଆପ୍‌ର କର୍ମୀ ଓ ନେତାମାନଙ୍କୁ ବିଜୟ ବାର୍ତ୍ତା ଦେବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶୀର୍ବାଦ କାମନା କରିଛନ୍ତି। ଏଥିସହ ଦିଲ୍ଲୀର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଓ ସମର୍ଥନ ମାଗିଛନ୍ତି।

ଦିଲ୍ଲୀବାସୀ ବିପୁଳ ପରିମାଣରୁ ଭୋଟ ଦେଇଥିବାରୁ କେଜ୍ରିୱାଲ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ I love you Too ବୋଲି କହିଛନ୍ତି। ଆପର ବିଜୟ ପ୍ରଥମଥର ପାଇଁ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଗଠନ କରିଛି। ଦଳ ଏଠାରେ ୨୦୧୫ରୁ କ୍ଷମତାରେ ଥିଲେ ମଧ୍ୟ କେବେ ହେଲେ ଏମସିଡି ନିର୍ବାଚନରେ ବାଜିମାତ କରି ପାରି ନଥିଲା।

ହେଲେ ୨୦୨୨ରେ ସ୍ଥିତି ବଦଳିବାରୁ କେଜ୍ରିୱାଲ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଆପ୍‌ ସବୁବେଳେ ଅଭିଯୋଗ କରି ଆସୁଥିଲା ଯେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର, ଉପ ରାଜ୍ୟପାଳ ଓ ଏମସିଡି ବାଧା ଦେଉଛନ୍ତି। ହେଲେ ଏବେ ସ୍ଥତି ବଦଳି ଯାଇଛି।

କେଜ୍ରିୱାଲ କହିଛନ୍ତି, “ଆମେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଚାହୁଁଛୁ। ଆମେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଶୀର୍ବାଦକୁ ଚାହୁଁ। ଏହି ନିର୍ବାଚନ ଜରିଆରେ ଲୋକମାନେ ଗୋଟିଏ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତା ହେଉଛି ଯେ ସେମାନେ ନକାରାତ୍ମକ ନୁହେଁ ଗଠନମୂଳକ ରାଜନୀତି ଚାହାନ୍ତି। ମୁଁ ସମସ୍ତ ରାଜନୀତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଗଠନମୂଳକ ରାଜନୀତିକ କରିବାକୁ ଅନୁରୋଧ କରୁଛି। ଆମେ ଏଯାଏ(ନିର୍ବାଚନ ଯାଏ) ରାଜନୀତି କରିବା। ଏହାପରେ ଆଉ ରାଜନୀତି ନୁହେଁ, ବରଂ ଏବେ ଆମକୁ ଏକାଠି କାମ କରିବାକୁ ପଡ଼ିବ। ଆମେ ବିଜେପି ଓ କଂଗ୍ରେସର ସହଯୋଗ ଚାହୁଁଛୁ। ଆମେ ସମସ୍ତେ ଏକାଠି ଦିଲ୍ଲୀକୁ ଠିକ କରିପାରିବା।”

ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ରେ ଜିତିଛି। ଏହା ମ୍ୟାଜିକ ନମ୍ବର ୧୨୬ ଠାରୁ ୮ ଅଧିକ। ବିଜେପି ଜୋରଦାର ପ୍ରଚାର କରିଥିଲେ ମଧ୍ୟ କେବଳ ୧୦୪ଟି ଆସନରେ ଅଟକିଛି। କଂଗ୍ରେସର ଆସନ ସଂଖ୍ୟା ୯କୁ ଖସି ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପ୍‌ ପ୍ରଥମଥର ପାଇଁ ବିଜେପି କ୍ଷମତାରେ ଥିବା କୌଣସି ସ୍ଥାନରେ ନିର୍ବାଚନ ଜିତିବାକୁ ସକ୍ଷମ ହୋଇଛି।

କେଜ୍ରିୱାଲ କହିଛନ୍ତି, “ଆମେ ଦିନ ରାତି କାମ କରି ସ୍କୁଲ ଗୁଡ଼ିକୁ ଠିକ କରିଛୁ। ଦିନ ରାତି କାମ କରି ହସ୍ପିଟାଲକୁ ସଜାଡ଼ିଛୁ। ଏବେ ଲୋକମାନେ ଦିଲ୍ଲୀକୁ ସଫା କରିବା ସହ ଦୁର୍ନୀତିର ମୂଳପୋଛ କରିବାକୁ ଆମକୁ ଦାୟିତ୍ୱ ଦେଇଛନ୍ତି। କେବେ ହେଲେ ବିଜୟ ଦେଖି ଅହଂକାରୀ ହୁଅନ୍ତୁ ନାହିଁ।

ଅହଂକାର ଅନେକ ବଡ଼ବଡ଼ ନେତାଙ୍କୁ ତଳକୁ ଖସାଇ ଦେଇଛି। ଲୋକମାନେ ସମ୍ଭବତଃ ଅହଂକାରକୁ କ୍ଷମା କରି ଦେଇପାରନ୍ତି। କିନ୍ତୁ ଭଗବାନ କେବେ ହେଲେ କରିବେ ନାହିଁ।” ବିଜେପି ଦୀର୍ଘ ୨୪ ବର୍ଷ ହେଲା ଦିଲ୍ଲୀରେ କ୍ଷମତା ଦଖଲ କରିପାରୁ ନାହିଁ। କିନ୍ତୁ ଏମସିଡିରେ ଦଳର ଦବଦବା ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story