ତୁରନ୍ତ ଅସ୍ଥାୟୀ ହସ୍ପିଟାଲ ଖୋଲିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେଉଥିବାରୁ ରାଜ୍ୟଗୁଡ଼ିକ ଫିଲ୍ଡ ହସ୍ପିଟାଲ ବା ଅସ୍ଥାୟୀ ଡାକ୍ତରଖାନ ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଅସ୍ଥାୟୀ ହସ୍ପିଟାଲ ଖୋଲିବା ପାଇଁ ରାଜ୍ୟଗୁଡ଼ିକ ସରକାରୀ ରିସର୍ଚ୍ଚ ଏଜେନ୍ସି କିମ୍ବା ଘରୋଇ କ୍ଷେତ୍ରର ସହାୟତା ନେଇପାରିବେ। ଦେଶରେ ମେ’ ୧ରୁ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବ। ଏହାକୁ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ଅସ୍ଥାୟୀ ହସ୍ପିଟାଲ ଖୋଲିବାକୁ ରାଜ୍ୟମାନଙ୍କୁ କହିଥିବା ଜଣାପଡ଼ିଛି। କେନ୍ଦ୍ର ସରକାର କହିଛନ୍ତି, ମେ’ରୁ […]

Hospital

Hospital

Hemant Lenka
  • Published: Saturday, 24 April 2021
  • Updated: 24 April 2021, 05:26 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେଉଥିବାରୁ ରାଜ୍ୟଗୁଡ଼ିକ ଫିଲ୍ଡ ହସ୍ପିଟାଲ ବା ଅସ୍ଥାୟୀ ଡାକ୍ତରଖାନ ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଅସ୍ଥାୟୀ ହସ୍ପିଟାଲ ଖୋଲିବା ପାଇଁ ରାଜ୍ୟଗୁଡ଼ିକ ସରକାରୀ ରିସର୍ଚ୍ଚ ଏଜେନ୍ସି କିମ୍ବା ଘରୋଇ କ୍ଷେତ୍ରର ସହାୟତା ନେଇପାରିବେ। ଦେଶରେ ମେ’ ୧ରୁ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବ। ଏହାକୁ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ଅସ୍ଥାୟୀ ହସ୍ପିଟାଲ ଖୋଲିବାକୁ ରାଜ୍ୟମାନଙ୍କୁ କହିଥିବା ଜଣାପଡ଼ିଛି।

କେନ୍ଦ୍ର ସରକାର କହିଛନ୍ତି, ମେ’ରୁ ଆରମ୍ଭ ହେବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମ ଅଧିକ ତ୍ୱାରାନ୍ୱିତ କରିବାକୁ ପଡ଼ିବ। ଏଥିପାଇଁ ଅସ୍ଥାୟୀ ହସ୍ପିଟାଲର ଆବଶ୍ୟକ ପଡ଼ିବ। ତେଣୁ ରାଜ୍ୟଗୁଡ଼ିକ ଡିଆରଡିଓ, ସିଏସ୍‌ଆଇଆର ଭଳି ଗବେଷଣା ସଂସ୍ଥା କିମ୍ବା ଘରୋଇ କ୍ଷେତ୍ରର ସହାୟତାରେ ଏକାଧିକ ଫିଲ୍ଡ ହସ୍ପିଟାଲ ତିଆରି କରନ୍ତୁ।

ସେହିପରି ମିଶନ ମୋଡ୍‌ରେ ଅଧିକ ସଂଖ୍ୟାରେ ଘରୋଇ ଟିକାକରଣ କେନ୍ଦ୍ର ଖୋଲିବାକୁ ମଧ୍ୟ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି। କୋଭିଡ୍‌ ୧୯ର ଡାଟା ମ୍ୟାନେଜମେଣ୍ଟ ଗ୍ରୁପ୍‌ର ଅଧ୍ୟକ୍ଷ ଡା ଆରଏସ୍‌ ଶର୍ମା କହିଛନ୍ତି, “ବର୍ତ୍ତମାନ କୋ-ୱିନ ଆପ୍‌ରେ ସ୍ଥିରତା ଆସି ଯାଇଛି। ଏହା ଠିକ୍‌ ଭାବେ ମଧ୍ୟ କାର୍ଯ୍ୟ କରୁଛି। ମେ’ ୧ରୁ ଆରମ୍ଭ ହେଉଥିବା ବିଶାଳ ଟିକାକରଣ କାର୍ଯ୍ୟକ୍ରମରେ ଏହା ସହାୟକ ହେବ।

ରାଜ୍ୟଗୁଡ଼ିକ ସଠିକ ତଥ୍ୟ ଠିକ୍‌ ସମୟରେ ଅପଲୋଡ୍‌ କରିବେ। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଭୁଲ ତଥ୍ୟ ପୂରା ବ୍ୟବସ୍ଥାକୁ ଭୁଶୁଡ଼ାଇ ଦେବ। ସେହିପରି ରାଜ୍ୟଗୁଡ଼ିକ ସମ୍ମୁଖ ଭାଗ ସ୍ୱାସ୍ଥ୍ୟକର୍ମୀଙ୍କୁ ଉପଯୁକ୍ତ ପାଉଣା ମଧ୍ୟ ଦେବେ।”

କେନ୍ଦ୍ର ସରକାର ଜାରି ଗାଇଡଲାଇନରେ ଆହୁରି କହିଛନ୍ତି, ରାଜ୍ୟଗୁଡ଼ିକ ଟିକା ନେଉଥିବା ହସ୍ପିଟାଲଗୁଡ଼ିକ ଉପରେ ନଜର ରଖିବେ। ସେମାନେ କୋ ୱିନ ଆପ୍‌ରେ ଟିକାର ଷ୍ଟକ ଓ ଟଙ୍କା ଉଲ୍ଲେଖ କରିବେ। ୧୮ରୁ ୪୫ ବର୍ଷ ମଧ୍ୟରେ ଥିବା ଲୋକମାନେ କେମିତି ଅନଲାଇନରେ ପଞ୍ଜୀକରଣ କରିବେ, ତା’ର ପ୍ରଚାର ଓ ପ୍ରସାର ରାଜ୍ୟ ସରକାରମାନେ କରିବେ।

ଟିକାକରଣ କେନ୍ଦ୍ରରେ ଉପଯୁକ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ପୁଲିସ୍‌ ମୁତୟନ କରିବେ। ଘରେ ରହିପାରୁ ନଥିବା କରୋନା ଆକ୍ରାନ୍ତ ଯେମିତି ଇନଷ୍ଟିଚ୍ୟୁସନାଲ ଆଇସୋଲେସନରେ ରହିବେ, ତା’ର ବ୍ୟବସ୍ଥା ମଧ୍ୟ ରାଜ୍ୟଗୁଡ଼ିକ କରିବେ। ଏଥିପାଇଁ ଆବଶ୍ୟକ ଆଇସୋଲେସନ ସେଣ୍ଟର ତିଆରି କରିବାକୁ କେନ୍ଦ୍ର ସରକାର କହିଛନ୍ତି।

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଦୈନିକ ସଂକ୍ରମଣ ୩ ଲକ୍ଷ ୫୦ ହଜାର ନିକଟରେ ପହଞ୍ଚି ଗଲାଣି। ସଂକ୍ରମଣ ବଢ଼ୁଥିବାରୁ ଲୋକଙ୍କୁ ଠିକ୍‌ ଭାବେ ହସ୍ପିଟାଲରେ ଅକ୍ସିଜେନ ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ମିଳିପାରୁ ନଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story