ଆସୁଛି କରୋନା ଟିକାର ପ୍ୟାଚ୍, ଆଉ ଦରକାର ପଡ଼ିବନି ଛୁଞ୍ଚି

ୱାଶିଂଟନ: ମହାମାରୀ କରୋନା ଆରମ୍ଭରୁ ଗବେଷକମାନେ ଛୁଞ୍ଚି ବିନା ପ୍ରଭାବଶାଳୀ ଟିକା ଦେବାକୁ ପ୍ରୟାସ କରୁଛନ୍ତି। ସେମାନେ ବିନା ଯନ୍ତ୍ରଣାରେ କେମିତି ଲୋକଙ୍କ ଶରୀରକୁ ଜୀବନ ରକ୍ଷାକାରୀ ମେଡିସନ ଯାଇ ପାରିବ ସେଥିପାଇଁ ଲାଗିପଡ଼ିଛନ୍ତି। ଏବେ ଗବେଷକମାନେ ଭ୍ୟାକ୍ସିନ୍ ସ୍କିନ୍ ପ୍ୟାଚ୍ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏହି ଟେକ୍ନୋଲୋଜି କେବଳ ଡାକ୍ତରୀ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ନାହିଁ ବରଂ ସିରିଞ୍ଜକୁ ଡରୁଥିବା ଲୋକ ଓ ଛୋଟ ପିଲାଙ୍କ କ୍ଷେତ୍ରରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ। […]

Patch

Patch

Hemant Lenka
  • Published: Saturday, 30 October 2021
  • Updated: 30 October 2021, 02:15 PM IST

Sports

Latest News

ୱାଶିଂଟନ: ମହାମାରୀ କରୋନା ଆରମ୍ଭରୁ ଗବେଷକମାନେ ଛୁଞ୍ଚି ବିନା ପ୍ରଭାବଶାଳୀ ଟିକା ଦେବାକୁ ପ୍ରୟାସ କରୁଛନ୍ତି। ସେମାନେ ବିନା ଯନ୍ତ୍ରଣାରେ କେମିତି ଲୋକଙ୍କ ଶରୀରକୁ ଜୀବନ ରକ୍ଷାକାରୀ ମେଡିସନ ଯାଇ ପାରିବ ସେଥିପାଇଁ ଲାଗିପଡ଼ିଛନ୍ତି। ଏବେ ଗବେଷକମାନେ ଭ୍ୟାକ୍ସିନ୍ ସ୍କିନ୍ ପ୍ୟାଚ୍ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

ଏହି ଟେକ୍ନୋଲୋଜି କେବଳ ଡାକ୍ତରୀ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ନାହିଁ ବରଂ ସିରିଞ୍ଜକୁ ଡରୁଥିବା ଲୋକ ଓ ଛୋଟ ପିଲାଙ୍କ କ୍ଷେତ୍ରରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ।
ଏହାବାଦ ଏହି ସ୍କିନ ପ୍ୟାଚ୍ ବିତରଣ ପ୍ରୟାସରେ ସାହାଯ୍ୟ କରିବ। କାରଣ ଏହି ପ୍ୟାଚ୍‌ ପାଇଁ କୌଣସି ପ୍ରକାରର କୋଲ୍ଡ ଚେନ୍‌ର ଆବଶ୍ୟକ ନାହିଁ। ଏଥିସହ ଟିକାକରଣ ପ୍ରଭାବକୁ ଅଧିକ ତ୍ୱରାନ୍ୱିତ କରିବ।

ଅଷ୍ଟ୍ରେଲିୟ-ଆମେରିକୀୟ ଗବେଷକମାନେ ଏକ ବର୍ଗ ସେଣ୍ଟିମିଟର ପ୍ୟାଚ୍ ବ୍ୟବହାର କରିଥିଲେ। ଏଥିରେ ୫୦୦୦ରୁ ଅଧିକ କ୍ଷୁଦ୍ର ସ୍ପାଇକ୍ ରହିଥିଲା। ଏହି ସ୍ପାଇକଗୁଡ଼ିକ ଏତେ ଛୋଟ ଥିଲା ଯେ ଯାହାକୁ ଆପଣ ଖାଲି ଆଖିରେ ଦେଖିପାରିବେ ନାହିଁ।

କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଭାଇରୋଲୋଜିଷ୍ଟ ତଥା ରିପୋର୍ଟର ସହ ଲେଖକ ଡେଭିଡ ମୁଲେର ଗୋଟିଏ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଏହି ଟିପ୍ସଗୁଡିକ ଉପରେ ପରୀକ୍ଷାମୂଳକ ଟିକାର ଲେପ ଲଗାଯାଇଛି ଓ ପ୍ୟାଚ୍‌କୁ ହକି ପକ୍ ପରି ଦେଖାଯାଉଥିବା ଆପ୍ଲିକେଟର କ୍ଲିକ୍ କରାଯାଇଥାଏ। ଏହା ଆପଣଙ୍କ ଚର୍ମ ଉପରେ ହାଲୁକା ପ୍ଲିକ ପରି ରହିଥାଏ।”

ଗବଷେକମାନେ ସବନିଟ୍ ଟିକାର ବ୍ୟବହାର କରିଥିଲେ। ଏହି ଟିକାକୁ ମୂଷାମାନଙ୍କୁ ପ୍ୟାଚ୍ କିମ୍ବା ସିରିଞ୍ଜ ମାଧ୍ୟମରେ ଦିଆଯାଇଥିଲା। ଯେଉଁ ମୂଷାମାନଙ୍କୁ ପ୍ୟାଚ୍‌ ଜରିଆରେ ଟିକା ଦିଆଯାଇଥିଲା, ଦୁଇଟି ଡୋଜ୍‌ ପରେ ସେମାନଙ୍କ ଶରୀରରେ ଅଧିକ ପରିମାଣର ଆଣ୍ଟିବଡି ଦେଖାଯାଇଥିଲା। ସେମାନଙ୍କ ଫୁସଫୁସକୁ ମଧ୍ୟ କରୋନା ପହଞ୍ଚି ପାରୁନି। ସିରିଞ୍ଜ ଅପେକ୍ଷା ପ୍ୟାଚ୍ ଭଲ କାମ କରୁଥିବା ସେମାନେ ଜାଣିବାକୁ ପାଇଛନ୍ତି।

ମୁଲେର କହିଛନ୍ତି, ସାଧାରଣତଃ ଟିକା ଆମକ ମାଂସପେଶୀରେ ଦିଆଯାଏ। କିନ୍ତୁ ମାଂସପେଶୀରେ ଅଧିକ ପରିମାଣର ରୋଗ ପ୍ରତିରୋଧକ ସେଲ ନଥାଏ। ତେଣୁ ଟିକା ତା’ର ପ୍ରଭାବ ଦେଖାଇବାକୁ ସମୟ ନେଇଥାଏ। କିନ୍ତୁ ସ୍କିନ ପ୍ୟାଚ୍‌ରେ ଥିବା ଛୋଟ ଛୋଟ ସ୍ପାଇକ ସ୍ଥାନୀୟ ସ୍କିନକୁ ମାରି ଦେଇଥାଏ। ଏହା ଶରୀରକୁ ସମସ୍ୟା ସୃଷ୍ଟି ହେବାର ବାର୍ତ୍ତା ଦେଇଥାଏ। ଫଳରେ ଶରୀରର ଏହାର ମୁକାବିଲା ପାଇଁ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇବାକୁ ଚେଷ୍ଟା କରେ। ତେଣୁ ଟିକା ପ୍ୟାଚ୍ ମାଧ୍ୟମରେ ଶରୀରକୁ ଗଲେ ଶୀଘ୍ର ଲାଭ ମିଳେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story