କରୋନା ପାଇଁ ନିଟ୍‌ ପରୀକ୍ଷା ବି ସ୍ଥଗିତ, ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ପରୀକ୍ଷାକୁ ବାତିଲ କିମ୍ବା ସ୍ଥଗିତ ରଖାଯାଉଛି। ଏହିକ୍ରମରେ ନିଟ୍‌ ପୋଷ୍ଟ ଗ୍ରାଜ୍ୟୁଏଟ(ନିଟ୍‌ ପିଜି) ମେଡିକାଲ ପ୍ରବେଶିକା ପରୀକ୍ଷାକୁ ସରକାର ଆଜି ସ୍ଥଗିତ ରଖିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଟ୍ୱିଟ କରି ସୂଚନା ଦେଇଛନ୍ତି। ଅଫଲାଇନ୍‌ରେ ଆସନ୍ତା ୧୮ ତାରିଖରେ ପରୀକ୍ଷା ହେବାର ଥିଲା। କିନ୍ତୁ ଏହାକୁ ପରୀକ୍ଷାର୍ଥୀମାନେ ଜୋରଦାର ବିରୋଧ କରୁଥିଲେ। ଏପରି କି କିଛି ଡାକ୍ତର ଏହା […]

NEET1

NEET1

Hemant Lenka
  • Published: Thursday, 15 April 2021
  • Updated: 16 April 2021, 07:25 AM IST

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ପରୀକ୍ଷାକୁ ବାତିଲ କିମ୍ବା ସ୍ଥଗିତ ରଖାଯାଉଛି। ଏହିକ୍ରମରେ ନିଟ୍‌ ପୋଷ୍ଟ ଗ୍ରାଜ୍ୟୁଏଟ(ନିଟ୍‌ ପିଜି) ମେଡିକାଲ ପ୍ରବେଶିକା ପରୀକ୍ଷାକୁ ସରକାର ଆଜି ସ୍ଥଗିତ ରଖିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଟ୍ୱିଟ କରି ସୂଚନା ଦେଇଛନ୍ତି। ଅଫଲାଇନ୍‌ରେ ଆସନ୍ତା ୧୮ ତାରିଖରେ ପରୀକ୍ଷା ହେବାର ଥିଲା।

କିନ୍ତୁ ଏହାକୁ ପରୀକ୍ଷାର୍ଥୀମାନେ ଜୋରଦାର ବିରୋଧ କରୁଥିଲେ। ଏପରି କି କିଛି ଡାକ୍ତର ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଦିନକୁ ଦିନ ଅସନ୍ତୋଷ ବଢ଼ୁଥିବାରୁ ଗୁରୁବାର ସନ୍ଧ୍ୟାରେ ପରୀକ୍ଷା ସ୍ଥଗିତ ରହିବା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରିଛନ୍ତି।

ସେ କହିଛନ୍ତି, “କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତ ସରକାର ୨୦୨୧ ନିଟ୍‌-ପିଜି ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଏପ୍ରିଲ ୧୮ରେ ହେବାର ଥିଲା। ପରୀକ୍ଷା ପାଇଁ ତାରିଖ ପରବର୍ତ୍ତୀ ସମୟରେ ଧାର୍ଯ୍ୟ କରାଯିବ। ଆମ ଯୁବ ମେଡିକାଲ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।”

ଏପ୍ରିଲ ୧୮ରେ ହେବାକୁ ଥିବା ପରୀକ୍ଷା ପାଇଁ ୧.୭ ଲକ୍ଷ ଏମବିବିଏସ୍‌ ଛାତ୍ର ଓ ଡାକ୍ତର ପଞ୍ଜୀକରଣ କରିଥିଲେ। ଏହି ନିଷ୍ପତ୍ତି ପୂର୍ବରୁ କିଛି ଡାକ୍ତର ସୁପ୍ରିମକୋର୍ଟରେ ପରୀକ୍ଷା ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ସେମାନେ ନିଜ ଆବେଦନରେ କହିଥିଲେ ଯେ ବର୍ତ୍ତମାନ ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି।

ଏପରି ସ୍ଥିତିରେ ସେମାନେ ଅଫଲାଇନ ପରୀକ୍ଷା ଦେବାକୁ ଗଲେ, ଅନ୍ୟମାନଙ୍କ ପ୍ରତି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଆବେଦନକାରୀ ସିବିଏସ୍‌ଇ ୧୦ମ ପରୀକ୍ଷା ବାତିଲ ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିଥିବା କଥାକୁ ମଧ୍ୟ ଏଥିରେ ଉଲ୍ଲେଖ କରିଥିଲେ। ତେଣୁ ସମାନ ଢାଞ୍ଚାରେ ନିଟ୍‌-ପିଜି ପରୀକ୍ଷା ଉପରେ ରୋକ ଲଗାଇବାକୁ ସେମାନେ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story