କରୋନା ଆକ୍ରାନ୍ତ ବିଚାରପତିଙ୍କ ପାଇଁ ୫ ଷ୍ଟାର ହୋଟେଲ: ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ କହିଲେ କୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ ସାଧାରଣ ଲୋକଙ୍କୁ ହସ୍ପିଟାଲରେ ବେଡ୍‌ ମିଳୁନାହିଁ। କିନ୍ତୁ ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଓ ସେମାନଙ୍କ ପରିବାର ଲୋକଙ୍କ ଚିକତ୍ସା ପାଇଁ ୫ ଷ୍ଟାର ହୋଟେଲ୍‌ରେ କେଜ୍ରିୱାଲ ସରକାର ବ୍ୟବସ୍ଥା କରିଛନ୍ତି। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। କିଏ ୫ ଷ୍ଟାର ହୋଟେଲ୍‌ରେ ବିଚାରପତି ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ୧୦୦ ବେଡ୍‌ର ବ୍ୟବସ୍ଥା କରିକୁ କହିଥିଲେ ବୋଲି […]

HighCourt

HighCourt

Hemant Lenka
  • Published: Tuesday, 27 April 2021
  • Updated: 27 April 2021, 06:55 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ ସାଧାରଣ ଲୋକଙ୍କୁ ହସ୍ପିଟାଲରେ ବେଡ୍‌ ମିଳୁନାହିଁ। କିନ୍ତୁ ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଓ ସେମାନଙ୍କ ପରିବାର ଲୋକଙ୍କ ଚିକତ୍ସା ପାଇଁ ୫ ଷ୍ଟାର ହୋଟେଲ୍‌ରେ କେଜ୍ରିୱାଲ ସରକାର ବ୍ୟବସ୍ଥା କରିଛନ୍ତି। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ।

କିଏ ୫ ଷ୍ଟାର ହୋଟେଲ୍‌ରେ ବିଚାରପତି ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ୧୦୦ ବେଡ୍‌ର ବ୍ୟବସ୍ଥା କରିକୁ କହିଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ କୋର୍ଟ ଉକ୍ତ ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ସୋମବାର ସନ୍ଧ୍ୟାରେ ଅଶୋକା ହୋଟେଲ୍‌ର ୧୦୦ଟି ରୁମ୍‌ରେ ବିଚାରପତି, କୋର୍ଟ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ କରୋନା ଚିକତ୍ସା କରାଯିବ ବୋଲି ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ନେଇ ଆଜି ଦିଲ୍ଲୀ ସରକାରଙ୍କ ଉପରେ ହାଇକୋର୍ଟ ବର୍ଷିଛନ୍ତି।

କୋର୍ଟ କହିଛନ୍ତି, ଆମେ କେତେବେଳେ ୫ ଷ୍ଟାର ହୋଟେଲରେ ଆମ ପାଇଁ କୋଭିଡ୍‌ କେୟାରର ବ୍ୟବସ୍ଥା ସ୍ୱତନ୍ତ୍ର ଭାବେ କରିବାକୁ କହିଥିଲୁ? ଆମେ କେବଳ ପଚାରିଥିଲୁ ଯେ ଯଦି ଜଣେ ନ୍ୟାୟପାଳିକା କର୍ମଚାରୀ କିମ୍ବା ସେମାନଙ୍କ ପରିବାର ଲୋକ କରୋନାରେ ସଂକ୍ରମିତ ହେବେ, ତା’ହେଲେ ତାଙ୍କର ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍ ମିଳିପାରିବ ତ?

ଆମେ ଇତି ମଧ୍ୟରେ ଦୁଇ ଜଣ ନ୍ୟାୟପାଳିକା କର୍ମଚାରୀଙ୍କୁ ହରାଇ ସାରିଲୁଣି। ଆପଣ କିଛି ନ ବୁଝି କାହିଁକି ଏମିତି ବିବାଦ ସୃଷ୍ଟି କରୁଛନ୍ତି? ଲୋକଙ୍କ ମନରେ ଆମେ ଦିଲ୍ଲୀ ସରକାରଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କହିଥିବା ଗୋଟିଏ ଚିନ୍ତା ସୃଷ୍ଟି ହୋଇଛି। ନଚେତ ଆମକୁ ଖୁସି କରିବାକୁ ଆପଣ ଏମିତି କରିଛନ୍ତି। ଆପଣ ସବୁ କିଛି ପେପର୍‌ରେ କରିଛନ୍ତି ବୋଲି ଅତ୍ୟନ୍ତ ବିରକ୍ତ ହୋଇ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ କହିଥିଲେ।

ଏହାର ଜବାବରେ ଦିଲ୍ଲୀ ସରକାର କହିଥିଲେ, ଆମ ବିଜ୍ଞପ୍ତି ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। କେବଳ ମିଡିଆ ହିଁ ଏମିତି ଏକ ଆକଳନ କରୁଛି। ସହରର ଅନେକ ହସ୍ପିଟାଲ ପୂର୍ବରୁ କୋଭିଡ ସେଣ୍ଟର ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ବୋଲି ସରକାର କହିଥିଲେ।

ତେବେ ସରକାରଙ୍କ ଏହି ସ୍ପଷ୍ଟୀକରଣ କୋର୍ଟଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। କୋର୍ଟ ଆହୁରି ବରିକ୍ତ ହୋଇ କହିଥିଲେ, “ଆପଣ କେମିତି ଭାବିଲେ ଆମେ ଏମିତି ବ୍ୟବସ୍ଥା ଚାହୁଁଛୁ? ଲୋକମାନେ ହସ୍ପିଟାଲରେ ବେଡ୍‌ ପାଉ ନଥିବା ବେଳେ ଆମେ ପଞ୍ଚତାରକା ହୋଟେଲ୍‌ରେ ବେଡ୍‌ ବ୍ୟବସ୍ଥା କରିବାକୁ କହୁଛୁ? ମିଡିଆ ଭୁଲ ନୁହେଁ। ଆପଣଙ୍କ ବିଜ୍ଞପ୍ତି ଭୁଲ। ଆପର କେମିତି ଗୋଟିଏ ବର୍ଗର ଲୋକଙ୍କ ପାଇଁ ଏମିତି ବ୍ୟବସ୍ଥା କରିପାରିବେ? ଯଦି ଆପଣ ତୁରନ୍ତ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବେ, ତା’ହେଲେ ଏହା ଖୁବ ଭଲ ହେବ।”

ଦିଲ୍ଲୀ ସରକାର ଏଥିରେ ଏକମତ ହୋଇ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବେ ବୋଲି କହିଛନ୍ତି। ସୋମବାର ସନ୍ଧ୍ୟାରେ ଚାଣକ୍ୟପୁରୀର ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ ଗୀତା ଗ୍ରୋଭର ଗୋଟିଏ ନିର୍ଦ୍ଦେଶନାମା ଜାରି କରିଥିଲେ। ଏଥିରେ ସେ କହିଥିଲେ ଯେ ଅଶୋକା ହୋଟେଲର ୧୦୦ଟି ରୁମ୍‌କୁ କୋଭିଡ୍‌ ରୁମରେ ପରିବର୍ତ୍ତନ କରାଯିବ। ଏଠାରେ ବିଚାରପତି, ନ୍ୟାୟପାଳିକାର ଅଧିକାରୀ ଓ ସେମାନଙ୍କ ପରିବାର ଲୋକ ଚିକିତ୍ସିତ ହେବେ। ହୋଟେଲରେ ହେବାକୁ ଥିବା କୋଭିଡ କେୟାର ସେଣ୍ଟର ପ୍ରିମସ ହସ୍ପିଟାଲ ଦ୍ୱାରା ପରିଚାଳିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos