ମହଙ୍ଗା ମାଡ଼: କ୍ଷୀରଠାରୁ ଆରମ୍ଭ କରି ଗ୍ୟାସ ଯାଏ ଦେବାକୁ ପଡ଼ିବ ଅଧିକ ଟଙ୍କା

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼େଇ କରୁଥିବା ଦେଶବାସୀଙ୍କୁ ମହଙ୍ଗା ମାଡ଼ର ଶିକାର ହେବାକୁ ପଡ଼ୁଛି। ତେଲ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି। ଜୁଲାଇ ମାସ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଗ୍ୟାସ ଦର ୨୫ ଟଙ୍କା ମହଙ୍ଗା ହୋଇଯାଇଛି। ଆଜିଠାରୁ ବିଭିନ୍ନ ସାମଗ୍ରୀ ଉପରେ ନୂଆ ଦର ଲାଗିବା ଆରମ୍ଭ ହୋଇଥିବାରୁ ଚଳିତ ମାସରେ ସାଧାରଣ ଲୋକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଆଜିଠାରୁ […]

july

july

Hemant Lenka
  • Published: Thursday, 01 July 2021
  • Updated: 01 July 2021, 04:13 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼େଇ କରୁଥିବା ଦେଶବାସୀଙ୍କୁ ମହଙ୍ଗା ମାଡ଼ର ଶିକାର ହେବାକୁ ପଡ଼ୁଛି। ତେଲ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି। ଜୁଲାଇ ମାସ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଗ୍ୟାସ ଦର ୨୫ ଟଙ୍କା ମହଙ୍ଗା ହୋଇଯାଇଛି।

ଆଜିଠାରୁ ବିଭିନ୍ନ ସାମଗ୍ରୀ ଉପରେ ନୂଆ ଦର ଲାଗିବା ଆରମ୍ଭ ହୋଇଥିବାରୁ ଚଳିତ ମାସରେ ସାଧାରଣ ଲୋକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଆଜିଠାରୁ ବିଭିନ୍ନ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେଉଥିବାରୁ ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବାକୁ ଯାଉଛି।

ମହାମାରୀ କରୋନା ପାଇଁ ଚାକିରି ଠାରୁ ଆରମ୍ଭ କରି ରୋଜଗାର କ୍ଷମତା ହ୍ରାସ ପାଉଥିବା ବେଳେ ଏପରି ଦରବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଜାଣନ୍ତୁ ଆଜିଠାରୁ କ’ଣ ସବୁ ନୂଆ ନିୟମ ଲାଗୁ ହେଉଛି

ଗ୍ୟାସ ଦର ୨୫ ଟଙ୍କା ବଢ଼ିଲା

ଗ୍ୟାସ ପାଇଁ ଆଜିଠାରୁ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ଆଜିଠାରୁ ବିନା ସବସିଡି ବର୍ଗର ରନ୍ଧନ ଗ୍ୟାସ ଆହୁରି ମହଙ୍ଗା ହୋଇଛି। ପ୍ରତି ସିଲିଣ୍ଡରର ଦାମ ୨୫ ଟଙ୍କା ବଢ଼ିଛି। ସେହିପରି ୧୯ କେଜି ସିଲିଣ୍ଡରର ଦାମ ୭୬ ଟଙ୍କା ମହଙ୍ଗା ହୋଇଛି। ନୂଆ ଦର ବୃଦ୍ଧିକୁ ମିଶାଇରେ ଗତ ୬ ମାସ ମଧ୍ୟରେ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ୧୪୦ ଟଙ୍କା ବଢ଼ିଛି। ଆଜି ଦିଲ୍ଲୀ ଓ ମୁମ୍ବାଇରେ ରନ୍ଧନ ଗ୍ୟାସର ମୂଲ୍ୟ ୮୩୪.୫୦ ଟଙ୍କା ଥିବା ବେଳେ ଚେନ୍ନାଇରେ ଏହାର ଦାମ ୮୫୦.୫୦ ଟଙ୍କା ହୋଇଯାଇଛି।

ଅମୁଲ କ୍ଷୀରର ଦାମ ୨ ଟଙ୍କା ବଢ଼ିଲା

ଆଜିଠାରୁ ଅମୁଲ ପକ୍ଷରୁ ବିକ୍ରି କରାଯାଉଥିବା ବିଭିନ୍ନ ପ୍ରକାରର କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ବୁଧବାର ଠାରୁ ହିଁ ଘୋଷଣା ହୋଇଥିଲା। ଦୀର୍ଘ ୧ ବର୍ଷ ଓ ୭ ମାସ ପରେ ଅମୁଲ କ୍ଷୀରର ଦାମ ୨ ଟଙ୍କା ବଢ଼ାଇଛି। ନୂଆ ଦର ପରେ ଅମୁଲ ଗୋଲ୍ଟର ୫୦୦ ମିଲିର ଦାମ ୨୯ ଟଙ୍କା, ଅମୁଲ ତାଜାର ୫୦୦ ମିଲିର ଦାମ ୨୩ ଟଙ୍କା ଓ ଅମୁଲ ଶକ୍ତିର ୫୦୦ ମିଲିର ଦାମ ୨୬ ଟଙ୍କା ହୋଇଯିବ। ପୂର୍ବରୁ ଏହାର ଦାମଗୁଡ଼ିକ ଯଥାକ୍ରମେ ୨୮, ୨୨ ଓ ୨୫ ଟଙ୍କା ରହିଥିଲା। ଲିଟର ପିଛା ୨ ଟଙ୍କା ବୃଦ୍ଧି ଅର୍ଥ ଏମଆରପି ଉପରେ ୪% ବୃଦ୍ଧି।

ଅମୁଲର କ୍ଷୀର ଦାମ ବଢ଼ିଥିବାରୁ ଏଥିରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବ। କ୍ଷୀରର ମୂଲ୍ୟ ବୃଦ୍ଧି ଯୋଗୁ ଚା, କଫି, ମିଠା, ଚକୋଲେଟର ସହ ଘିଅ, ପନ୍ନିର, ବଟର, ଲସି, ଆଇସକ୍ରିମ୍ ଓ ବଟର ମିଲ୍କ ବାବଦରେ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ।

ଏହି ସବୁ ବ୍ୟାଙ୍କ ବଢ଼ାଇଛନ୍ତି ସର୍ଭିସ ଚାର୍ଜ

ଆଜିଠାରୁ ଦେଶରେ ସେବା ଯୋଗାଉଥିବା ବିଭିନ୍ନ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ସର୍ଭିସ ଚାର୍ଜ ବଢ଼ାଇ ଦେଇଛନ୍ତି। ଏସ୍‌ବିଆଇର ଗ୍ରାହକମାନେ ଏଣିକି ବ୍ରାଞ୍ଚରୁ ୪ଥର ହିଁ କ୍ୟାଶ ବାହାର କରିପାରିବେ। ଏହାପରେ ଟ୍ରାଞ୍ଜାକସନ କଲେ ପ୍ରତିଥର ଗ୍ରାହକଙ୍କୁ ୧୫ ଟଙ୍କା ଓ ଜିଏସ୍‌ଟି ବାବଦ ଅର୍ଥ ଦେବାକୁ ପଡ଼ିବ। ସେହିପରି ଏଟିଏମ ଉଠାଣ ଉପରେ ମଧ୍ୟ ଏହି ନିୟମ ଲାଗୁ ହେବ।

ଆକ୍ସିସ ବ୍ୟାଙ୍କ ମଧ୍ୟ ଏସଏମଏସ୍‌ ଚାର୍ଜ ବୃଦ୍ଧି କରିଛି। ପ୍ରତିମାସରେ ନିଶ୍ଚିତ ୫ ଟଙ୍କାର ଚାର୍ଜ ବଦଳରେ ବ୍ୟାଙ୍କ ପ୍ରତି ଏସଏମଏସ୍‌ ପାଇଁ ୨୫ ପଇସା ଓ ମାସିକରେ ସର୍ବାଧିକ ୨୫ ଟଙ୍କା ସର୍ଭିସ ଚାର୍ଜ ଲାଗୁ କରିଛି। ତେବେ ପ୍ରମୋସନାଲ ମେସେଜଜ ଏବଂ ଓଟିପି ପାଇଁ ଏହା ଲାଗୁ ହେବନି।

ଟିଡିଏସ୍‌ ବାଦରେ କଟିବ ଅଧିକ ଟଙ୍କା

ଯେଉଁମାନେ ବିଗତ ୨ ବର୍ଷ ମଧ୍ୟରେ ଆୟକର ରିଟର୍ଣ୍ଣ ଫାଇଲ କରିନାହାନ୍ତି, ଆଜିଠାରୁ ସେମାନଙ୍କର ଟିଡିଏସ୍‌ ଓ ଟିସିଏସ୍‌ ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ନୂଆ ଆୟକର ଆଇନରେ ଏପରି ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲୋକମାନେ ଚିନ୍ତାରେ ଥିବା ବେଳେ ଏବେ ଏପରି ଦର ବୃଦ୍ଧି ବୋଝ ଉପରେ ଲଳିତା ବିଡ଼ା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story