ଆଜି ଜଷ୍ଟିସ ଲଳିତଙ୍କ ଶପଥ ଉତ୍ସବ, ୧୦୨ ବର୍ଷ ହେଲା ଓକିଲାତି ପେସାରେ ପରିବାର

ନୂଆଦିଲ୍ଲୀ: ଦେଶର ୪୯ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଶପଥ ନେବେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ। ଆଜି ରାଷ୍ଟ୍ରପତି ଭବନରେ ତାଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶୁକ୍ରବାର ସିଜେଆଇ ଭାବେ ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଆଜି ଜଷ୍ଟିସ ୟୁୟୁ ଲଳିତ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରି ସିଜେଆଇ ପଦ ସମ୍ଭାଳିବେ। […]

Jusices-lalit

Jusices-lalit

Hemant Lenka
  • Published: Saturday, 27 August 2022
  • Updated: 27 August 2022, 09:08 AM IST

Sports

Latest News

ନୂଆଦିଲ୍ଲୀ: ଦେଶର ୪୯ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଶପଥ ନେବେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ। ଆଜି ରାଷ୍ଟ୍ରପତି ଭବନରେ ତାଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଶୁକ୍ରବାର ସିଜେଆଇ ଭାବେ ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଆଜି ଜଷ୍ଟିସ ୟୁୟୁ ଲଳିତ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରି ସିଜେଆଇ ପଦ ସମ୍ଭାଳିବେ। ଏହି ସମୟରେ ରାଷ୍ଟ୍ରପତି ଭବନରେ ତାଙ୍କ ପରିବାରର ୩ ପିଢ଼ିର ସଦସ୍ୟ ଉପସ୍ଥିତ ରହିବେ।

ତେବେ ଲଳିତ ପରିବାର ପାଇଁ କୋର୍ଟ ଏବଂ ଓକିଲାତି କିଛି ନୂଆ କଥା ନୁହେଁ। ୧୦୨ ବର୍ଷ ହେଲା ଲଳିତ ପରିବାର ଓକିଲାତି ପେସାରେ ରହିଛନ୍ତି। ଏହି ଓକିଲାତି ପରିବାରରୁ ଆସିଥିବା ଜଷ୍ଟିସ ୟୁୟୁ ଲଳିତ ଏବେ ଦେଶର ସିଜେଆଇ ହେବାକୁ ଯାଉଛନ୍ତି।

ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ଜେଜେବାପା ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଓକିଲ ଭାବେ ସ୍ୱାଧୀନତାର ଯଥେଷ୍ଟ ପୂର୍ବରୁ କାମ କରୁଥିଲେ। ଜଷ୍ଟିସ ଲଳିତଙ୍କ ବାପା ଉମେଶ ରଙ୍ଗନାଥ ଲଳିତଙ୍କୁ ଏବେ ୯୦ ବର୍ଷ। ସେ ମଧ୍ୟ ଜଣେ ଜଣାଶୁଣା ଓକିଲ। ସେ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରି ସାରିଛନ୍ତି। ବିଚାପତି ହେବା ପୂର୍ବରୁ ସେ ନିଜ ରାଜ୍ୟ ମହାରାଷ୍ଟ୍ରରେ ଦୀର୍ଘ ବର୍ଷ ହେଲା ଓକିଲ ଭାବେ କାମ କରୁଥିଲେ। ଆଜି ଶପଥ ଉତ୍ସବ କାର୍ଯ୍ୟକ୍ରମରେ ସେ ମଧ୍ୟ ଉପସ୍ଥିତ ରହିବେ।

ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ପତ୍ନୀ ଅମିତା ଲଳିତ ଜଣେ ଶିକ୍ଷାବିତ। ନୋଏଡାରେ ସେ ଗୋଟିଏ ସ୍କୁଲ ଚଳାଉଛନ୍ତି। ଜଷ୍ଟିସ ଲଳିତଙ୍କର ଦୁଇ ପୁଅ ହେଲେ ହର୍ଷଦ ଓ ଶ୍ରେୟାସ। ଉଭୟ ଇଞ୍ଜିନିୟରିଂ କରିଥିଲେ। ହେଲେ ଶ୍ରେୟାସ ଆଇନଜୀବୀ ଭାବେ କାମ କରୁଛନ୍ତି। ତାଙ୍କ ପତ୍ନୀ ରବୀନା ମଧ୍ୟ ଜଣେ ଓକିଲ। ହର୍ଷଦ ଗବେଷକ ଭାବେ କାମ କରୁଛନ୍ତି ଓ ସେ ନିଜ ପତ୍ନୀ ରାଧିକାଙ୍କ ସହ ଆମେରିକାରେ ରୁହନ୍ତି। ଏବେ ସେମାନେ ସମସ୍ତେ ବାପାଙ୍କ ଶପଥ ଉତ୍ସବରେ ସାମିଲ ହେବାକୁ ରାଷ୍ଟ୍ରପତି ଭବନକୁ ଆସିବେ।

୬୪ ବର୍ଷୀୟ ଜଷ୍ଟିସ ୟୁୟୁ ଲଳିତ ପ୍ରଥମେ ବମ୍ବେ ହାଇକୋର୍ଟରେ ଓକିଲାତି କରୁଥିଲେ। କିନ୍ତୁ ୧୯୮୦ରେ ସେ ପରିବାର ଲୋକଙ୍କ ସହ ଦିଲ୍ଲୀ ଚାଲି ଆସିଥିଲେ। ଏଠାରେ ସେ ଓକିଲାତି ଆରମ୍ଭ କରିବା ସହ ମୟୂର ବିହାରରେ ଦୁଇ ରୁମ ବିଶିଷ୍ଟ ଫ୍ଲାଟରେ ରହିଥିଲେ। ଓକିଲାତି ଭାବେ କାମ କରୁଥିବା ବେଳେ ସେ ଦେଶର ଅନ୍ୟତମ କ୍ରିମିନାଲ କେସର ପ୍ରଖ୍ୟାତ ଆଇନଜୀବୀର ମାନ୍ୟତା ପାଇଥିଲେ। ଦୀର୍ଘ ବର୍ଷ କାମ କରିବା ପରେ ତାଙ୍କୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲର ମାନ୍ୟତା ମିଳିଥିଲା।

ବହୁ ଚର୍ଚ୍ଚିତ ୨ଜି ସ୍ପେକ୍ଟ୍ରମ ଆବଣ୍ଟନ ମାମଲାରେ ସେ ପକ୍ଷ ରଖିଥିଲେ। ତାଙ୍କୁ କୋର୍ଟ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଥିଲେ। ଏହି ହାଇପ୍ରୋଫାଇଲ କେସର ପରିଚାଳନା କରି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ।

ଓକିଲ ଭାବେ ତାଙ୍କ କାର୍ଯ୍ୟ ଦକ୍ଷତାକୁ ସବୁଆଡ଼େ ପ୍ରଶଂସା କରାଯାଇଥିଲେ। ଶେଷରେ ୨୦୧୪ରେ ତାଙ୍କୁ ଓକିଲରୁ ସିଧା ସୁପ୍ରିମକୋର୍ଟର ବିଚାରପତି ଭାବେ ପ୍ରମୋସନ ମିଳିଥିଲା। ଏବେ ସେ ସିଜେଆଇ ଭାବେ ଶପଥ ନେବାକୁ ଯାଉଛନ୍ତି। ଭାରତ ଇତିହାସରେ ସେ ଦ୍ୱିତୀୟ ବ୍ୟକ୍ତି ଯିଏ ଓକିଲରୁ ବିଚାରପତି ଓ ପରେ ସିଜେଆଇ ହେବାର ଗୌରବ ହାସଲ କରିଛନ୍ତି।

ତେବେ ସିଜେଆଇ ଭାବେ ତାଙ୍କ କାର୍ଯ୍ୟକାଳ ମାତ୍ର ୭୪ ଦିନ ହେବ। ୭୪ ଦିନ ପରେ ସେ ଏହି ପଦରୁ ଅବସର ନେବେ। ସିଜେଆଇ ଭାବରେ ଜଷ୍ଟିସ୍ ଲଳିତ କଲେଜିୟମର ନେତୃତ୍ୱ ନେବେ। କଲେଜିୟମରେ ଜଷ୍ଟିସ୍ ଚନ୍ଦ୍ରଚୁଡ଼, ଜଷ୍ଟିସ୍ କୌଲ, ଜଷ୍ଟିସ୍ ନାଜିର ଓ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story