ସାମ୍ନାକୁ ଆସିଲା କରୋନାର ନୂଆ ରୂପ ‘ଡେଲଟା ପ୍ଲସ’

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ପାଇଁ ଦାୟୀ କରୋନା ଭାଇରସର ଡେଲଟା ଭାରିଏଣ୍ଟ ଏବେ ପୁଣି ତା’ର ରୂପ ବଦଳାଇଛି। ସବୁଥର ଭଳି ଏଥର ବି ଭାଇରସ ନୂଆ ଭାରିଏଣ୍ଟ ଓ ବିପଜ୍ଜନକ ରୂପ ସହ ସାମ୍ନାକୁ ଆସିଛି। ଡେଲଟାର ଏହି ନୂତନ ଭାରିଏଣ୍ଟର ନାଁ ‘ଡେଲଟା ପ୍ଲସ୍’ ବା ‘AY1’ ରଖାଯାଇଛି। ତେବେ ଭାରତରେ ଏହି ଡେଲଟା ପ୍ଲସ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ବହୁତ କମ ବୋଲି ବୈଜ୍ଞାନିକମାନେ କହିଛନ୍ତି। ହେଲେ […]

Delta plus

Delta plus

Hemant Lenka
  • Published: Monday, 14 June 2021
  • Updated: 14 June 2021, 09:42 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ପାଇଁ ଦାୟୀ କରୋନା ଭାଇରସର ଡେଲଟା ଭାରିଏଣ୍ଟ ଏବେ ପୁଣି ତା’ର ରୂପ ବଦଳାଇଛି। ସବୁଥର ଭଳି ଏଥର ବି ଭାଇରସ ନୂଆ ଭାରିଏଣ୍ଟ ଓ ବିପଜ୍ଜନକ ରୂପ ସହ ସାମ୍ନାକୁ ଆସିଛି। ଡେଲଟାର ଏହି ନୂତନ ଭାରିଏଣ୍ଟର ନାଁ 'ଡେଲଟା ପ୍ଲସ୍' ବା 'AY1' ରଖାଯାଇଛି।

ତେବେ ଭାରତରେ ଏହି ଡେଲଟା ପ୍ଲସ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ବହୁତ କମ ବୋଲି ବୈଜ୍ଞାନିକମାନେ କହିଛନ୍ତି। ହେଲେ ଆଗକୁ ଏହା ମାରାତ୍ମକ ରୂପ ନେବାର ଆଶଙ୍କା ରହିଛି।

ଭାରତରେ ଚିହ୍ନଟ ହୋଇଥିବା ଡେଲଟା ବା B1.617.2 ଭାରିଏଣ୍ଟ ରୂପ ବଦଳାଇ 'ଡେଲଟା ପ୍ଲସ୍' ଭାରିଏଣ୍ଟରେ ପରିଣତ ହୋଇଛି। ମୋନୋକ୍ଲୋନାଲ ଆଣ୍ଟିବଡି କକଟେଲ ଚିକିତ୍ସା ବିରୋଧରେ ମଧ୍ୟ ଏହି ଡେଲଟା ପ୍ଲସ ଭାରିଏଣ୍ଟ ନିଜର ପ୍ରଭାବ ଦେଖାଇପାରିବ। କରୋନା ଚିକିତ୍ସାରେ ମୋନୋକ୍ଲୋନାଲ ଆଣ୍ଟିବଡି କକଟେଲର ବ୍ୟବହାର କରିବାକୁ କିଛି ଦିନ ତଳେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ତାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ଅନୁମତି ଦେଇଥିଲା।


ଦିଲ୍ଲୀ ସ୍ଥିତ CSIR- ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର ବୈଜ୍ଞାନିକ ବିନୋଦ ସାକାରିଆ ରବିବାର ଟ୍ୱିଟ୍ କରି କହିଛନ୍ତି ଯେ K417N ମ୍ୟୁଟେସନ୍ ଦ୍ୱାରା B1.617.2 ଭାରିଆଣ୍ଟ ସୃଷ୍ଟି ହୋଇଛି। ଏହା AY1 ଭାବରେ ଜଣାଶୁଣା। ସେ କହିଛନ୍ତି ଯେ ଏହି ପରିବର୍ତ୍ତିତ ସାର୍ସ କୋଭ-୨ର ସ୍ପାଇକ୍ ପ୍ରୋଟିନରେ ଘଟିଛି। ଯାହା ମାନବ କୋଷଗୁଡ଼ିକ ଭିତରକୁ ଯାଇ ସଂକ୍ରମିତ କରିବାରେ ସହାୟକ ହୋଇଥାଏ।

ଭାରତରେ K417N ରୋଗୀଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଅଧିକ ହୋଇନାହିଁ। ଏହି ଭାରିଏଣ୍ଟଗୁଡ଼ିକ ମୁଖ୍ୟତଃ ୟୁରୋପ, ଏସିଆ ଓ ଆମେରିକା ଭଳି ଦେଶରୁ ଚିହ୍ନଟ ହୋଇଛି। ତେବେ ଏହି ନୂଆ ଭାରିଏଣ୍ଟ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ପବ୍ଲିକ ହେଲଥ ଇଂଲଣ୍ଡ ତା’ର ସଦ୍ୟତମ ରିପୋର୍ଟରେ କହିଛି, ଜୁନ୍ ୭ ସୁଦ୍ଧା ଭାରତର ୬ଟି ଜନୋମ୍ସରୁ ଡେଲଟା ପ୍ଲସ ଚିହ୍ନଟ ହୋଇଛି। ମୋଟ ୬୩ଟି ଜେନୋମ୍ସରୁ ନୂଆ K417N ମ୍ୟୁଟେସନ ସହ ଡେଲଟା ଭାରିଏଣ୍ଟ ଠାବ ହୋଇଛି ଏହି ହେଲଥ ଏଜେନ୍ସି କହିଛି। କିନ୍ତୁ ଭାରତରେ ଏହାର ସଂଖ୍ୟା କମ ଥିବାରୁ ବର୍ତ୍ତମାନ ଏହାକୁ ନେଇ ଚିନ୍ତା କରିବା ଉଚିତ ନୁହେଁ ବୋଲି କୁହାଯାଇଛି।

ଏଜେନ୍ସି କହିଛି, କାନାଡାରେ ୧, ଜର୍ମାନୀରେ ୧, ରୁଷରେ ୧, ନେପାଳରେ ୨, ସ୍ୱିଜରଲ୍ୟାଣ୍ଡରେ ୪, ଭାରତରେ ୬, ପୋଲଣ୍ଡରେ ୯, ପର୍ତ୍ତୁଗାଲରେ ୧୨, ଆମେରିକାରେ ୧୪ ଓ ଜାପାନରେ ୧୩ଟି କେସ୍‌ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos