ଟିକାର ଅଭାବ କଥା କହୁଥିବା ରାଜ୍ୟଗୁଡ଼ିକୁ ନାଲି ଆଖି ଦେଖାଇଲେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଠିକ ଭାବେ ଟିକା ସପ୍ଲାଏ କରି ପାରୁ ନଥିବାରୁ ଟିକାକରଣରେ ସମସ୍ୟା ସୃଷ୍ଟି ହେଉଥିବାର ଅଭିଯୋଗ କରୁଥିବା ରାଜ୍ୟଗୁଡ଼ିକୁ ନାଲି ଆଖି ଦେଖାଇଛନ୍ତି ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଟିକାର ଅଭାବ କଥା କହିବା କେବଳ ଗୋଟିଏ ନିରର୍ଥକ ବୟାନ। ଏପରି ବୟାନ ଦେଇ ରାଜ୍ୟଗୁଡ଼ିକ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି। ସେ ହିନ୍ଦୀରେ ୬ଟି ଟ୍ୱିଟ କରି ରାଜ୍ୟ ସରକାରମାନଙ୍କ ଉପରେ ବର୍ଷିଛନ୍ତି। ସେ […]

Vaccine

Vaccine

Hemant Lenka
  • Published: Wednesday, 14 July 2021
  • Updated: 14 July 2021, 04:28 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଠିକ ଭାବେ ଟିକା ସପ୍ଲାଏ କରି ପାରୁ ନଥିବାରୁ ଟିକାକରଣରେ ସମସ୍ୟା ସୃଷ୍ଟି ହେଉଥିବାର ଅଭିଯୋଗ କରୁଥିବା ରାଜ୍ୟଗୁଡ଼ିକୁ ନାଲି ଆଖି ଦେଖାଇଛନ୍ତି ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଟିକାର ଅଭାବ କଥା କହିବା କେବଳ ଗୋଟିଏ ନିରର୍ଥକ ବୟାନ। ଏପରି ବୟାନ ଦେଇ ରାଜ୍ୟଗୁଡ଼ିକ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି।

ସେ ହିନ୍ଦୀରେ ୬ଟି ଟ୍ୱିଟ କରି ରାଜ୍ୟ ସରକାରମାନଙ୍କ ଉପରେ ବର୍ଷିଛନ୍ତି। ସେ ରାଜ୍ୟଗୁଡ଼ିକ ଟିକାକରଣ କାର୍ଯ୍ୟକ୍ରମକୁ ଠିକ୍‌ ଭାବେ ପରିଚାଳନା କରି ପାରୁ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଟିକାର ଉପଲବ୍ଧ ସମ୍ପର୍କରେ ଆଗକୁ ଜଣା ଯାଇଥିଲେ ହେଁ ସେମାନେ ଠିକ ଭାବେ ଏହାର ଯୋଜନା କରିପାରୁ ନାହାନ୍ତି ବୋଲି ମଧ୍ୟ ମାଣ୍ଡଭିୟ କହିଛନ୍ତି।

ସେ କହିଛନ୍ତି, ଟିକାର ଉପଲବ୍ଧତା ସମ୍ପର୍କରେ ମୋତେ ବିଭିନ୍ନ ରାଜ୍ୟ ସରକାର, ନେତାଙ୍କ ବୟାନ ଓ ଚିଠିରୁ ସବୁ ସୂଚନା ମିଳିଛି। ତଥ୍ୟର ବାସ୍ତବିକ ବିଶ୍ଲେଷଣ ଦ୍ୱାରା ଏହି ସ୍ଥିତିକୁ ଆମେ ଭଲ ଭାବେ ବୁଝିପାରିବା। ନରର୍ଥକ ବୟାନ କେବଳ ଲୋକଙ୍କ ମନରେ ଭୟ ସୃଷ୍ଟି କରିବାକୁ ଦିଆଯାଉଛି।

ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମ କରିବାକୁ ଜୁନ୍ ମାସରେ ୧୧.୪୬ କୋଟି ଟିକାର ଡୋଜ୍‌ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠା ଯାଇଛି। ଜୁଲାଇ ମାସରେ ଏହାକୁ ୧୩.୫୦ କୋଟି ଡୋଜ୍ କରାଯାଇଛି। ଜୁଲାଇ ମାସରେ କେତେ ଡୋଜ୍‌ ଟିକା ମିଳିବ, ସେକଥା କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜୁନ୍ ୧୯ରେ ଅବଗତ କରାଇଥିଲେ।

ଏହାପରେ ଜୁନ୍‌ ୨୭ ଓ ଜୁଲାଇ ୧୩ରେ ପ୍ରତିଦିନ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ପାଇଁ ରାଜ୍ୟଗୁଡ଼ିକୁ ଦୈନିକ କେତେ ଡୋଜ୍‌ ମିଳିବ, ସେକଥା ଆଗୁଆ ଜଣାଇ ଦିଆଯାଇଥିଲା। ତେଣୁ ରାଜ୍ୟମାନେ ଭଲ ଭାବେ ଜାଣିଛନ୍ତି ଯେ ସେମାନଙ୍କୁ କେବେ ଓ କେତେ ଡୋଜ୍‌ ଟିକା ମିଳିବ।

ରାଜ୍ୟ ସରକାରମାନେ ଜିଲ୍ଲାସ୍ତରରେ ଠିକ ଭାବେ ଟିକାକରଣ ଯୋଜନା ପ୍ରସ୍ତୁତ କରିବା ସହ ଲୋକମାନେ ଯେମିତି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ଆଗୁଆ ସବୁ କିଛି କରାଯାଇଥିଲା। ଯଦି କେନ୍ଦ୍ର ସରକାର ଆଗୁଆ ସବୁ କିଛି ତଥ୍ୟ ଦେଇ ସାରିଛନ୍ତି, ତା’ହେଲେ ଟିକାକରଣ କେନ୍ଦ୍ରରେ ଲମ୍ବା ଲାଇନ ଓ ଟିକାର ଅଭାବ ସୃଷ୍ଟି କରିବା ପଛରେ କିଏ ଦାୟୀ, ସେକଥା ସମସ୍ତେ ଜାଣିପାରୁଥିବେ।

ଟିକାକରଣ ନୀତିରେ ତ୍ରୁଟି ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ମିଡିଆରେ ଭୁଲ ଓ ଆତଙ୍କ ସୃଷ୍ଟି କରିବା ଭଳି ବୟାନ ଦେଉଥିବା ନେତାମାନେ ପ୍ରଥମେ ଆତ୍ମନୀରିକ୍ଷଣ କରନ୍ତୁ। ସେମାନେ କ’ଣ ଶାସନ ପ୍ରକ୍ରିୟା ଓ ଏହା ସହ ଜଡ଼ିତ ସୂଚନାରୁ ନିଜକୁ ଏତେମାତ୍ରାରେ ଦୂରେଇ ନେଇଛନ୍ତି ଯେ ସେମାନଙ୍କୁ ଆଗୁଆ ଦିଆଯାଇଥିବା ତଥ୍ୟ ବିଷୟରେ ବି ସେମାନେ ଜାଣିପାରୁ ନାହାନ୍ତି ବୋଲି ମାଣ୍ଡିଭୟ ପ୍ରଶ୍ନ କରିଛନ୍ତି।

ତାମିଲନାଡୁ ଓ ଦିଲ୍ଲୀ ଭଳି ଏକାଧିକ ରାଜ୍ୟ ପୁଣିଥରେ ଟିକାର ଅଭାବ କଥା ଉଠାଇ ଟିକାକରଣରେ ହେଉଥିବା ସମସ୍ୟା ସମ୍ପର୍କରେ କହିବା ପରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଏପରି ଟ୍ୱିଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos