ଭାରତ ତିଆରି କରୁଛି ୬୫ ହଜାର ଫୁଟ ଉପରେ ୯୦ ଦିନ ରହିପାରୁଥିବା ଡ୍ରୋନ

ନୂଆଦିଲ୍ଲୀ: ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତର ସାମରିକ ବିଭାଗ ଆହୁରି ଶକ୍ତିଶାଳୀ ହୋଇଯିବ। କାରଣ ଭାରତରେ ତିଆରି ହେଉଛି ଏମିତି ଡ୍ରୋନ, ଯାହା ଅଲଟ୍ରା ହାଇ ଆଟିଚ୍ୟୁଡ ବା ସୁଉଚ୍ଚରେ ଉଡ଼ିପାରିବ। ଖାଲି ଉଡ଼ିବ ନାହିଁ, ବରଂ ଦୀର୍ଘ ୯୦ ଦିନ ଯାଏ ଶତ୍ରୁପକ୍ଷର ଗତିବିଧି ଉପରେ ନଜର ରଖିବ। ଏଥିସହ ଶତ୍ରୁପକ୍ଷ ଉପରେ ହେଉଥିବା ଆକ୍ରମଣରେ ମଧ୍ୟ ସହାୟକ କରିବ। ୨୦୧୭ରେ ପ୍ରଥମେ ଏହି ଡ୍ରୋନ ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ସେବେଠାରୁ ତିଆରି […]

fa

fa

Hemant Lenka
  • Published: Thursday, 04 February 2021
  • Updated: 04 February 2021, 05:16 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତର ସାମରିକ ବିଭାଗ ଆହୁରି ଶକ୍ତିଶାଳୀ ହୋଇଯିବ। କାରଣ ଭାରତରେ ତିଆରି ହେଉଛି ଏମିତି ଡ୍ରୋନ, ଯାହା ଅଲଟ୍ରା ହାଇ ଆଟିଚ୍ୟୁଡ ବା ସୁଉଚ୍ଚରେ ଉଡ଼ିପାରିବ। ଖାଲି ଉଡ଼ିବ ନାହିଁ, ବରଂ ଦୀର୍ଘ ୯୦ ଦିନ ଯାଏ ଶତ୍ରୁପକ୍ଷର ଗତିବିଧି ଉପରେ ନଜର ରଖିବ। ଏଥିସହ ଶତ୍ରୁପକ୍ଷ ଉପରେ ହେଉଥିବା ଆକ୍ରମଣରେ ମଧ୍ୟ ସହାୟକ କରିବ।

୨୦୧୭ରେ ପ୍ରଥମେ ଏହି ଡ୍ରୋନ ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ସେବେଠାରୁ ତିଆରି ଚାଲିଥିବା ଏହି ଡ୍ରୋନ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଡ୍ରୋନ୍‌ଟି ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ଭାରତୀୟ ସେନାରେ ସାମିଲ ହେବ ବୋଲି ମଧ୍ୟ ଖବର ମିଳିଛି।
ଡ୍ରୋନର ନାମ ଇନଫିନିଟି ରଖାଯାଇଛି।

ଏହା ସୌର ଶକ୍ତିରେ ଚାଲିବ। ଏହାକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା କ୍ରମାଗତ ୯୦ ଦିନ ଧରି ୬୫ ହଜାର ଫୁଟ ଉଚ୍ଚରେ ଉଡ଼ାଣ କରିପାରିବ। ଇନଫିନିଟି ଡ୍ରୋନଟି ଭାରତର ଡ୍ରୋନ୍ ଯୁଦ୍ଧ କାର୍ଯ୍ୟକ୍ରମ CATS ଅର୍ଥାତ୍ କମ୍ବାଟ ଏୟାର ଟ୍ରେନିଂ ସିଷ୍ଟମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ।

ବହୁପ୍ରତିକ୍ଷୀତ ଡ୍ରୋନଟିକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିଃ ବେଙ୍ଗାଲୁରୁ ସ୍ଥିତି ଷ୍ଟାର୍ଟ ଅପ୍ କମ୍ପାନୀ ନ୍ୟୁ ସ୍ପେସ୍ ସହିତ ମିଶି ତିଆରି କରୁଛି। ଏହି ଷ୍ଟାର୍ଟଅପ୍ କମ୍ପାନୀ ଅତ୍ୟାଧୁନିକ ଡ୍ରୋନ୍ ଟେକ୍ନୋଲୋଜି ଉପରେ କାମ କରିଥାଏ। ନିର୍ମାଣ କାମ ସହ ଜଡ଼ିତ ଥିବା ଜଣେ ଅଧିକାରୀ କହିଛନ୍ତି, ଭବିଷ୍ୟତରେ ଯୁଦ୍ଧ ହେଲେ, ଏହାର ଆବଶ୍ୟକକୁ ଦୃଷ୍ଟିରେ ରଖି ଭାରତୀୟ ସେନାକୁ ଆକାଶ ମାର୍ଗରେ ସଶକ୍ତ କରିବାକୁ ଏଭଳି ବ୍ୟବସ୍ଥା କରାଯାଇଛି।
stkdnk
ଇନିଫିଟି ଡ୍ରୋନରେ ବିଭିନ୍ନ ପ୍ରକାରର ସେନ୍ସର ଖଞ୍ଜା ଯାଇଛି, ଯେଉଁଥିରେ ଏକ ଉନ୍ନିତ ଧରଣର ସିନ୍ଥେଟିକ୍ ଆପେଚର ରାଡାର ଲାଗିଛି। ଇନଫିନିଟି ଶତ୍ରୁ ଅଞ୍ଚଳର ଉପରେ ଆକାଶ ମାର୍ଗରୁ ଲକ୍ଷ୍ୟ ରଖିବ ଓ ଆକ୍ରମଣର କ୍ଷମତା ରଖିଥିବା ଅନ୍ୟ ଭାରତୀୟ ଡ୍ରୋନ୍‌ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବ। ଆକ୍ରମଣର କ୍ଷମତା ରଖିଥିବା ଡ୍ରୋନ୍ ଠାରୁ ଲାଇଭ ଭିଡିଓର ଫିଡ୍‌ ମଧ୍ୟ ଇନଫିନିଟି ମନିଟରିଂ ଷ୍ଟେସନ୍ ପର୍ଯ୍ୟନ୍ତ ପହଞ୍ଚାଇ ପାରିବ।

ହିନ୍ଦୁସ୍ତାନ ଏରୋନେଟିକ୍ସ କହିଛି ଯେ ଇନଫିନିଟି ଡ୍ରୋନ୍ କେବଳ ସାମରିକ କାର୍ଯ୍ୟରେ ବ୍ୟବହାର ହେବନାହିଁ। ଏହାକୁ ବିପର୍ଯ୍ୟୟ ପରିଚାଳନା, ସ୍ମାର୍ଟ ସିଟି ଓ ପ୍ରାକୃତିକ ଉତ୍ସ ପରିଚାଳନା ସହ ଜଡ଼ିତ ସେବାରେ ମଧ୍ୟ ଲଗା ଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos