୩ୟ ୱେଭକୁ ନେଇ ସତର୍କ କରାଇଲା କେନ୍ଦ୍ର: ଆସନ୍ତା ୧୨୫ ଦିନ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ମହାମାରୀ କରୋନାର ତୃତୀୟ ୱେଭକୁ ନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର। ଏଯାଏ ଭାରତ ସଂକ୍ରମଣକୁ ରୋକିବା ପାଇଁ ହର୍ଡ ଇମ୍ୟୁନିଟି ସୃଷ୍ଟି କରିପାରି ନାହିଁ। ତେଣୁ ଭାଇରାଲ ସଂକ୍ରମଣର ବିପଦକୁ ଟାଳି ପାରିବା ନାହିଁ। ସଂକ୍ରମଣକୁ ରୋକିବା ପାଇଁ ଆସନ୍ତା ୧୨୫ ଦିନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ପକ୍ଷରୁ ଆଜି କୁହାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିୟମିତ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ଡା ଭିକେ ପଲ୍‌ କହିଛନ୍ତି, ଆମ ସମସ୍ତଙ୍କୁ ଏବେ […]

Corona

Corona

Hemant Lenka
  • Published: Friday, 16 July 2021
  • Updated: 16 July 2021, 08:48 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ତୃତୀୟ ୱେଭକୁ ନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର। ଏଯାଏ ଭାରତ ସଂକ୍ରମଣକୁ ରୋକିବା ପାଇଁ ହର୍ଡ ଇମ୍ୟୁନିଟି ସୃଷ୍ଟି କରିପାରି ନାହିଁ। ତେଣୁ ଭାଇରାଲ ସଂକ୍ରମଣର ବିପଦକୁ ଟାଳି ପାରିବା ନାହିଁ। ସଂକ୍ରମଣକୁ ରୋକିବା ପାଇଁ ଆସନ୍ତା ୧୨୫ ଦିନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ପକ୍ଷରୁ ଆଜି କୁହାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିୟମିତ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ଡା ଭିକେ ପଲ୍‌ କହିଛନ୍ତି, ଆମ ସମସ୍ତଙ୍କୁ ଏବେ ଭାଇରସର ସଂକ୍ରମଣକୁ ରୋକିବାକୁ ପଡ଼ିବ। ଏହା କେବଳ କୋଭିଡର ଉଚିତ ବ୍ୟବହାରକୁ ଅନୁପାଳନ କଲେ ଯାଇ ସମ୍ଭବ ହୋଇପାରିବ।

ଏଯାଏ ଆମେ କୋଭିଡ-୧୯ ବିରୋଧରେ ଆବଶ୍ୟକ ହର୍ଡ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ହାସଲ କରିନେ। ଆମ ପ୍ରତି ଭାଇରାଲ ସଂକ୍ରମଣର ବିପଦ ରହିଛି। କିନ୍ତୁ ଏହାକୁ ଅଟକାଇବାକୁ ପଡ଼ିବ। ସୁରକ୍ଷିତ ଜୋନରେ ରହିବାକୁ ହେଲେ ସମସ୍ତଙ୍କୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ଭାରତରେ କରୋନା ବିରୋଧରେ ଚାଲିଥିବା ଲଢ଼େଇ ପାଇଁ ଆସନ୍ତା ୧୨୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ବିଶ୍ୱ ଏବେ ତୃତୀୟ ୱେଭ ମୁହାଁ ହେଉଥିବାରୁ ଭାରତ ପ୍ରତି ମଧ୍ୟ ବିପଦ ରହିଥିବା ଡା ପଲ ସମସ୍ତଙ୍କୁ ଚେତାଇ ଦେଇଛନ୍ତି। ସେ କହିଛନ୍ତି, ଆମକୁ ବର୍ତ୍ତମାନ ଓ ତୃତୀୟ ୱେଭ ମଧ୍ୟରେ ଥିବା ସମୟକୁ ଠିକ ଭାବେ ବ୍ୟବହାର କରିବାକୁ ପଡ଼ିବ। ଏହି ସମୟରେ ଆମକୁ ସ୍ୱାସ୍ଥ୍ୟଭିତ୍ତିଭୂମି ସଜାଡ଼ିବାକୁ ପଡ଼ିବ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୩ୟ ୱେଭକୁ ନେଇ ସତର୍କ ସୂଚନା ଜାରି କରିଛି। ଆମକୁ ଏଥିରୁ ଶିଖିବାର ଅଛି। ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ଦେଶରେ ତୃତୀୟ ୱେଭ ସୃଷ୍ଟି ହୋଇଥିବା କଥା କହି ସାରିଛନ୍ତି ବୋଲି ପଲ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି, ବିଭିନ୍ନ ଦେଶରେ ଏବେ କରୋନା କେସ୍‌ ବଢ଼ିବା ଆରମ୍ଭ ହୋଇଛି। ଆମ ପଡ଼ୋଶୀ ମିଆଁମାର, ଇଣ୍ଡୋନେସିଆ, ବାଂଲାଦେଶ ଓ ମ୍ୟାଲେସିୟାରେ ଦୈନିକ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଉଛି।

ମ୍ୟାଲେସିୟା ଓ ବାଂଲାଦେଶରେ କରୋନା ତୃତୀୟ ୱେଭ ଦ୍ୱିତୀୟ ଲହର ଠାରୁ ଅଧିକ ସାଂଘାତିକ ହୋଇଛି। ୟୁରୋପ ଓ ଆଫ୍ରିକାରେ ମଧ୍ୟ ସଂକ୍ରମଣ ମାମଲା ଲଗାତାର ଭାବେ ବଢ଼ୁଛି। ତେଣୁ ଆମକୁ ଏଥିପ୍ରତି ସତର୍କ ରହିବାକୁ ହେବ।

କରୋନା କଟକଣା କୋହଳ ହେବା ପରେ ବିଭିନ୍ନ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ କଟକଣା କୋହଳ ହେବା କ୍ଷଣି ଲୋକମାନେ ମାସ୍କ ବ୍ୟବହାର କରିବା ମଧ୍ୟ ବନ୍ଦ କରି ଦେଇଛନ୍ତି। ଲକଡାଉନ ହଟିବା ପରେ ମାସ୍କ ବ୍ୟବହାର ପ୍ରାୟ ୭୪% ହ୍ରାସ ପାଇଛି। ଆମକୁ ସ୍ୱାଭାବିକ ଜୀବନ ବିତାଇବାକୁ ହେଲେ ମାସ୍କକୁ ଠିକ୍‌ ଭାବେ ବ୍ୟବହାର କରିବାକୁ ପଡ଼ିବ ବୋଲି ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story