ବେଦାନ୍ତର ଲାଞ୍ଜିଗଡ଼ ପ୍ଲାଣ୍ଟ ଉପରେ ୨୫ କୋଟିର ଫାଇନ

ନୂଆଦିଲ୍ଲୀ: ଓଡ଼ିଶାର କଳାହାଣ୍ତି ସ୍ଥିତ ଲାଞ୍ଜିଗଡ଼ରେ ବେଦାନ୍ତ ଲିଃ ବେଆଇନ ଭାବେ ତା’ର ପ୍ଲାଣ୍ଟକୁ ସଂପ୍ରସାରଣ କରିଛି। ଏପରି କରି ପରିବେଶ ସୁରକ୍ଷା ନିୟମକୁ କମ୍ପାନୀ ଉଲ୍ଲଙ୍ଘନ କରିଛି। ଏଥିପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) କମ୍ପାନୀ ଉପରେ ୨୫ କୋଟି ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏନଜିଟି ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ବେଞ୍ଚ ୨୦୧୫ ନଭେମ୍ବର ୨୦ରେ ବେଦାନ୍ତ ଲିଃକୁ ମିଳିଥିବା ପରିବେଶ ମଞ୍ଜୁରୀକୁ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। […]

Vedanta

Vedanta

Hemant Lenka
  • Published: Friday, 06 May 2022
  • Updated: 06 May 2022, 01:34 PM IST

Sports

Latest News

ନୂଆଦିଲ୍ଲୀ: ଓଡ଼ିଶାର କଳାହାଣ୍ତି ସ୍ଥିତ ଲାଞ୍ଜିଗଡ଼ରେ ବେଦାନ୍ତ ଲିଃ ବେଆଇନ ଭାବେ ତା’ର ପ୍ଲାଣ୍ଟକୁ ସଂପ୍ରସାରଣ କରିଛି। ଏପରି କରି ପରିବେଶ ସୁରକ୍ଷା ନିୟମକୁ କମ୍ପାନୀ ଉଲ୍ଲଙ୍ଘନ କରିଛି। ଏଥିପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) କମ୍ପାନୀ ଉପରେ ୨୫ କୋଟି ଟଙ୍କାର ଜୋରିମାନା ଲାଗୁ କରିଛନ୍ତି।

ଏନଜିଟି ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ବେଞ୍ଚ ୨୦୧୫ ନଭେମ୍ବର ୨୦ରେ ବେଦାନ୍ତ ଲିଃକୁ ମିଳିଥିବା ପରିବେଶ ମଞ୍ଜୁରୀକୁ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। ଲାଞ୍ଜିଗଡ଼ରେ କମ୍ପାନୀର ଆଲୁମିନା ରିଫାଇନାରୀ ଓ କାପଟିଭ ପାୱାର ପ୍ଲାଣ୍ଟର ସଂପ୍ରସାର ପାଇଁ ଏପରି ପରିବେଶ ମଞ୍ଜୁରୀ ମିଳିଥିଲା।

ଏହାର ଶୁଣାଣି କରି ଏନଜିଟି ମେ’ ୨ରେ କହିଛନ୍ତି ଯେ ଏବେର ମାମଲାରେ ବେଆଇନ ସଂପ୍ରସାରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ପ୍ରଦୂଷଣକାରୀଙ୍କୁ ଜୋରିମାନା ସ୍ୱରୂପ ୨୫ କୋଟି ଟଙ୍କା ଦେବାକୁ ପଡ଼ିବ। କମ୍ପାନୀ ଗୋଟିଏ ମାସ ମଧ୍ୟରେ ଧାର୍ଯ୍ୟ ଜୋରିମାନା ରାଜ୍ୟ ପ୍ରଦୂଷଣ ବୋର୍ଡ ନିକଟରେ ଦାଖଲ କରିବ। ପରିବେଶ ପ୍ରଦୂଷଣ ଜନିତ କ୍ଷତିକୁ ଭରଣ କରିବାକୁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଏନଜିଟି କହିଛନ୍ତି।

କମ୍ପାନୀ ତା’ ପକ୍ଷରେ କହିଛି ଯେ ମୋଟ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଓ ପରିବେଶର ସୁରକ୍ଷା ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଇଛି। ପ୍ରକଳ୍ପ ପାଇଁ ସମସ୍ତ ପ୍ରକାରର ପ୍ରଚଳିତ ନିୟମର ଅନୁପାଳନ ମଧ୍ୟ କରାଯାଇଛି। ତେବେ ଗ୍ରୀନ କୋର୍ଟ ଆଶିଂକ ସଂପ୍ରସାରଣ ପାଇଁ କମ୍ପାନୀ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଗୁଆ ମଞ୍ଜୁରୀ ନେଇ ନଥିବା କଥା କହିଛନ୍ତି।

ଏହି ଘଟଣାର ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେଲା ତେଲ ନଦୀରୁ ଜଳ ଉଠାଣ। ଅବଶ୍ୟ କମ୍ପାନୀ ଜଳ ଉଠାଣ କରୁଥିବାରୁ ଏହାର ପ୍ରଭାବ ନଦୀର ଜୋଳସ୍ରୋତ ଉପରେ ପଡ଼ୁନାହିଁ। ହେଲେ ନଦୀରୁ ଜଳ ଉଠାଣ ପାଇଁ ପାୱାର ପ୍ଲାଣ୍ଟ କିମ୍ବା ଅନ୍ୟ ସଂସ୍ଥାକୁ କେବେ ହେଲେ ସ୍ଥିରି କିମ୍ବା ନିଃସର୍ତ୍ତ ଭାବେ ସାରା ଜୀବନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ। ନଦୀ ଉପରେ ଜଳ ଉଠାଣର ପ୍ରଭାବ କ’ଣ ପଡ଼ୁଛି, ତା’କୁ ସମୟ ଅନୁସାରେ ଯାଞ୍ଚ କରାଯିବା ସହ ମୁକାବିଲା କରିବା ଉଚିତ ବୋଲି ଏନଜିଟି କହିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଟ୍ରିବ୍ୟୁନାଲ ଗୋଟିଏ କମିଟି ଗଠନ କରିଛନ୍ତି। ଏହି କମିଟିରେ ଓଡ଼ିଶା ଜଳ ସେଚନ ବିଭାଗର ସଚିବ, କେନ୍ଦ୍ରୀୟ ଜଳ କମିଶନ, ରାଜ୍ୟ ପ୍ରଦୂଷଣ ବୋର୍ଡ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଓ ସିପିସିବିର ସଦସ୍ୟ ରହିବେ। କମିଟି ପରିବେଶ ଉପରେ ପ୍ରଭାବର ଯାଞ୍ଚ କରି ୩ ମାସ ମଧ୍ୟରେ ଅତରିକ୍ତ ସର୍ତ୍ତ ଲାଗୁ କରିବାକୁ ରିପୋର୍ଟ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story