ଏନଆଇଏ ହେପାଜତରେ ସଚିନ ବାଜେ, ଖୋଲିବ ନେତା ଓ ଅଫିସରଙ୍କ ଗୁମର
ମୁମ୍ୱାଇ: ଗତକାଲି ବିଳମ୍ୱିତ ରାତିରେ ମମ୍ୱାଇର ଏପିଆଇ ସିଚନ ବାଜେଙ୍କୁ ଏନଆଇଏ ଗିରଫ କରିଥିଲା। ଆଜି ଏନଆଇଏ କୋର୍ଟରେ ହାଜର କରି ୧୪ ଦିନିଆ ରିମାଣ୍ଡ ପାଇଁ ଅନୁମତି ମାଗିଥିଲା। ଆଉ କୋର୍ଟ ମଧ୍ୟ ଫେବୃଆରୀ ୨୫ ଯାଏ ରିମାଣ୍ଡରେ ନେବାକୁ ଏନଆଇଏକୁ ଅନୁମତି ଦେଇଛନ୍ତି।
ଉଦ୍ୟୋଗପତୀ ମୁକେଶ ଅମ୍ୱାନୀଙ୍କ ଘର ଆଗରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ସଚିନଙ୍କ ସଂପୃକ୍ତି ଥିବା ନେଇ ବିଚାରପତିଙ୍କ ଆଗରେ ପ୍ରମାଣ ଦେଇଛି ଏନିଆଇଏ। ଏମିତିକି ଏହି ମାମଲାରେ ଅନେକ ଅଫିସର, ହାଇପ୍ରୋଫାଇଲ ନେତାଙ୍କ ସଂପୃକ୍ତ ରହିଛି ବୋଲି ଏନଆଇଏ କହିଛି। ଏହି ସୂଚନା ସଚିନ ନିଜେ ଜେରା ବେଳେ ଦେଇଥିବା କୋର୍ଟରେ ଏନଆଇଏ କହିଛି। ଏବେ ରିମାଣ୍ଡ ବେଳେ ସଚିନ ବାଜେ ଏବଂ ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ନେତା ଓ ଅଫିସରଙ୍କୁ ସାମ୍ନାସାମ୍ନି କରି ଏନଆଇଏ ଜେରା କରିବ ବୋଲି ଜଣାପଡ଼ିଛି।
ତେବେ ସଚିନ ବାଜେ ଗିରଫ ହେବା ପରେ ଶିବସେନା ସେନା ସଞ୍ଜୟ ରାଉତ ତାଙ୍କ ପାଇଁ ଓକିଲାତି କରିଛନ୍ତି। ଏନଆଇଏ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ। ସଚିନ ବାଜେ ଜଣେ ଭଲ ଓ ସଚ୍ଚୋଟ ପୁଲିସ ଅଫିସର ବୋଲି ସଞ୍ଜୟ ରାଉତ କହିଛନ୍ତି।
ସୂଚନାଯୋଗ୍ୟ, ଅମ୍ୱାନଙ୍କ ଘର ଆଗରେ ବୋମାଭର୍ତ୍ତି କାର ରଖିବା ମାମଲାରେ ସଚିନ ବାଜେଙ୍କର ସଂପୃକ୍ତି ରହିଥିବା ଏନଆଇଏ କହିଛି। ତେଣୁ ତାଙ୍କୁ ଗିରଫ କରାଯାଇଛି। ସଚିନଙ୍କ ବିରୋଧରେ ଧାରା ୨୮୬, ୪୬୫, ୪୭୩, ୫୦୬ (୨), ୧୨୦ବି ଇତ୍ୟାଦି ଦଫା ଲଗାଇଛି।
ନିକଟରେ ଫେବୃଆରୀ ୨୫ରେ ଅମ୍ୱାନୀଙ୍କ ଘର ଆଗରୁ ଏକ ବୋମାଭର୍ତ୍ତି କାର ଉଦ୍ଧାର ହୋଇଥିଲା। ସିସିଟିଭିର ଫୁଟେଜ ଅନୁଯାୟୀ ଏହି କାର ପାର୍କିଂ ବେଳେ ଏକ ଧଳା ରଙ୍ଗର ଇନୋଭା କାର ହଠାତ୍ ସେହି ରାସ୍ତା ଦେଇଯାଇଥିଲା। ଏହି ଧଳା ରଙ୍ଗର କାରଟିକୁ ଏନଆଇଏ ଏବେ ଜବତ କରିଛି। ଏହି ଧଳା ରଙ୍ଗର ଇନୋଭା କାର ମୁମ୍ୱାଇ ପୁଲିସର ବୋଲି ଜଣାପଡ଼ିଛି। ଯାହାକୁ ସଚିନ ବାଜେ ନିଜେ ଚଳାଉଥିଲେ। ଆଉ ଏହି କାରଟି କ୍ରାଇମବ୍ରାଞ୍ଚ ଅଫିସ ଆଗରେ ହିଁ ଛିଡ଼ା ହୋଇଥିବା ନେଇ ଏକ ମରାଠୀ ଖବରକାଗଜରେ ପ୍ରକାଶ ପାଇଛି। ଏହାପରେ ଏନଆଇଏ ସଚିନ ବାଜେଙ୍କ ଅଧୀନରେ ଥିବା ସମସ୍ତ ପୁଲିସ ଅଫିସର ଏବଂ ଏଟିଏସକୁ ଆବଶ୍ୟକ ହେଲେ ଜେରା କରିପାରେ ବୋଲି ଜଣାପଡ଼ିଛି।
The Innova Car seized & in possession of NIA belongs to Mumbai Police Crime Branch. 4 members of CIU (2 drivers and 2 officers) were also called by NIA. They have come to join the investigation: Mumbai Police official
— ANI (@ANI) March 14, 2021
ବୋମାଭର୍ତ୍ତି କାରର ମାଲିକ ମନସୁଖ ହିରେନ ଏଟିଏସର ଜେରାର ସମ୍ମୁଖୀନ ହୋଇଥିଲେ। ଏହାପରେ ତାଙ୍କ ମୃତ ଦେହ ରହସ୍ୟଜନକ ଭାବରେ ଏକ ନଦୀରୁ ଉଦ୍ଧାର ହୋଇଥିଲା। ଆଉ ମୃତକଙ୍କ ପରିବାର ଲୋକେ ସିଧା ସଚିନ ବାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।