କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟାର ତଦନ୍ତ କରିବ ଏନଆଇଏ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରୁଥିବା ବେଳେ ଏହାର ଛାନଭିନ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ମିଳିଛି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୧୧ ଜଣ ସାଧାରଣ ଲୋକ ଇତି ମଧ୍ୟରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ସବୁ ଧର୍ମରୁ ଲୋକ ରହିଛନ୍ତି। ସେହିପରି କଶ୍ମୀରରେ ରହୁଥିବା ବାହାର ରାଜ୍ୟର କିଛି ଲୋକ ମଧ୍ୟ ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି। ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଆଶଙ୍କା କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏନଆଇଏକୁ ତଦନ୍ତ […]

arrmy

arrmy

Hemant Lenka
  • Published: Tuesday, 19 October 2021
  • Updated: 19 October 2021, 10:43 AM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରୁଥିବା ବେଳେ ଏହାର ଛାନଭିନ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ମିଳିଛି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୧୧ ଜଣ ସାଧାରଣ ଲୋକ ଇତି ମଧ୍ୟରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ସବୁ ଧର୍ମରୁ ଲୋକ ରହିଛନ୍ତି।

ସେହିପରି କଶ୍ମୀରରେ ରହୁଥିବା ବାହାର ରାଜ୍ୟର କିଛି ଲୋକ ମଧ୍ୟ ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି। ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଆଶଙ୍କା କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି।

ଏନଆଇଏ ପ୍ରାଥମିକ ପର୍ଯ୍ୟାୟରେ ଅକ୍ଟୋବର ୫ରେ ଶ୍ରୀନଗର ଠାରେ ଘଟିଥିବା ଆତଙ୍କୀ ହମଲାର ଯାଞ୍ଚ କରିବ। ଏହାପରେ ଅନ୍ୟ ମାମଲାକୁ ହାତକୁ ନେବ ବୋଲି କୁହାଯାଉଛି। ଶ୍ରୀନଗରରେ ଆତଙ୍କୀମାନେ କଶ୍ମୀର ପଣ୍ଡିତ ମଖନ ଲାଲ ବିନ୍ଦ୍ରୋ ଓ ବିହାରର ଷ୍ଟ୍ରିଟ ଭେଣ୍ଡର ବୀରେନ୍ଦ୍ର ପାଶ୍ୱାନଙ୍କୁ ହତ୍ୟା କରିଥିଲେ।

ଆତଙ୍କୀମାନେ ମଖନ ଲାଲଙ୍କୁ ତାଙ୍କ ଔଷଧ ଦୋକାନରେ ଗୁଳି କରି ହତ୍ୟା କରିଥିଲେ। ସେହିପରି ବୀରେନ୍ଦ୍ର ଭେଲପୁରି ବିକ୍ରି କରୁଥିବା ବେଳେ ତାଙ୍କୁ ଅତି ନିକଟରୁ ଗୁଳି କରାଯାଇଥିଲା। ଏହାର କିଛି ଘଣ୍ଟା ପରେ ବାନ୍ଦିପୋରା ଠାରେ ଆତଙ୍କୀମାନେ ଟ୍ୟାକ୍ସି ଚାଳକ ମହମ୍ମଦ ଶରିଫ ଲୋନଙ୍କୁ ହତ୍ୟା କରିଥିଲେ।

ଏବେ ଏନଆଇଏ ଡିଜି ଓ ଜମ୍ମୁ-କଶ୍ମୀର ପୁଲିସ ଡିଜିଙ୍କ ମଧ୍ୟରେ ଘଟଣାକୁ ନେଇ ଶ୍ରୀନଗରରେ ବୈଠକ ହେବ। ଏହାପରେ ଏନଆଇଏ ବିଧିବଦ୍ଧ ଭାବେ ଘଟଣାର ତଦନ୍ତ ଆରମ୍ଭ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos