ଏହି ୪ ସହରରେ ୨୮ ତାରିଖ ଯାଏ ନାଇଟ କର୍ଫ୍ୟୁ

ସୁରତ: କରୋନା ମହାମାରୀ ପାଇଁ ଗୁଜରାଟର ୪ ସହରରେ ଲାଗୁ ହେଉଥିବା ନାଇଟ କର୍ଫ୍ୟୁ ଅବଧିକୁ ଫେବୃଆରୀ ୨୮ ଯାଏ ବୃଦ୍ଧି କରିଛନ୍ତି ସରକାର। ପୂର୍ବରୁ ରାତି ୧୧ଟାରୁ ସକାଳ ୬ଟା ଯାଏ ଅହମଦାବାଦ, ସୁରତ, ଭଦୋଦରା ଓ ରାଜକୋଟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲେ। ହେଲେ ଆଜିଠାରୁ ଫେବୃଆରୀ ୨୮ ଯାଏ ରାତି ୧୨ଟାରୁ ସକାଳ ୬ ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ଦୀପାବଳି ପରେ ଏହି ୪ ସହରରେ କରୋନା ସଂକ୍ରମଣ ବୃଦ୍ଧି […]

Corona

Corona

Hemant Lenka
  • Published: Monday, 15 February 2021
  • Updated: 15 February 2021, 09:06 PM IST

ସୁରତ: କରୋନା ମହାମାରୀ ପାଇଁ ଗୁଜରାଟର ୪ ସହରରେ ଲାଗୁ ହେଉଥିବା ନାଇଟ କର୍ଫ୍ୟୁ ଅବଧିକୁ ଫେବୃଆରୀ ୨୮ ଯାଏ ବୃଦ୍ଧି କରିଛନ୍ତି ସରକାର। ପୂର୍ବରୁ ରାତି ୧୧ଟାରୁ ସକାଳ ୬ଟା ଯାଏ ଅହମଦାବାଦ, ସୁରତ, ଭଦୋଦରା ଓ ରାଜକୋଟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲେ। ହେଲେ ଆଜିଠାରୁ ଫେବୃଆରୀ ୨୮ ଯାଏ ରାତି ୧୨ଟାରୁ ସକାଳ ୬ ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ।

ଦୀପାବଳି ପରେ ଏହି ୪ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା। ଏହି କାରଣରୁ ଏଠାରେ ନଭେମ୍ବର ଶେଷରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଉଛି। ଇତି ମଧ୍ୟରେ ସରକାର ଏହି ଅବଧିକୁ ୪ ଥର ବୃଦ୍ଧି କରିସାରିଲେଣି। ଗୁଜରାଟର ଏହି ୪ ସହରକୁ ଛାଡ଼ି ଦେଲେ, ଦେଶର ଆଉ କୌଣସି ସ୍ଥାନରେ ନାଇଟ କର୍ଫ୍ୟୁ ଲାଗୁ କରାଯାଉ ନାହିଁ।

ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ପ୍ରାୟ ୨୫୦ ରହୁଛି। ରବିବାର ଗୁଜରାଟରେ ମୋଟ ୨୪୭ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୬୫,୨୪୪ରେ ପହଞ୍ଚି ଯାଇଛି। ଅହମଦାବାଦରେ ଜଣେ ବ୍ୟକ୍ତି କରୋନାରେ ଆଖି ବୁଜିବାରୁ ରାଜ୍ୟ ମୋଟ ମୃତ୍ୟୁସଂଖ୍ୟା ୪,୪୦୧କୁ ଛୁଇଁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos