ବିଜେପିକୁ ନୀତୀଶ କୁମାରଙ୍କ ପେଗାସସ୍‌ ଝଟକା, ତଦନ୍ତ ସପକ୍ଷରେ ଦାବି କଲେ

ନୂଆଦିଲ୍ଲୀ: ପେଗାସସ୍‌ ଗୁଇନ୍ଦାଗିରି ରିପୋର୍ଟକୁ ନେଇ ବିରୋଧୀ ଦଳଗୁଡ଼ିକ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଘେରିବା ସହ ତଦନ୍ତ ଦାବି କରୁଛନ୍ତି। ହେଲେ କେନ୍ଦ୍ର ସରକାର ତଦନ୍ତ ଦାବିକୁ ଏଡ଼ାଇ ଚାଲିଛନ୍ତି। ଏସବୁ ଭିତରେ ପ୍ରଥମ ଥର ପାଇଁ ବିଜେପିର ସହଯୋଗୀ ଦଳ ଜେଡିୟୁ ପେଗାସସ୍‌ ବିବାଦର ନିରପେକ୍ଷ ତଦନ୍ତ ଦାବି କରିଛି। ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ସରକାର ଗଠନ କରିଛନ୍ତି। ହେଲେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପିକୁ ପେଗାସସ୍‌ ଝଟକା […]

Nitish-Kumar

Nitish-Kumar

Hemant Lenka
  • Published: Monday, 02 August 2021
  • Updated: 02 August 2021, 04:57 PM IST

Sports

Latest News

ନୂଆଦିଲ୍ଲୀ: ପେଗାସସ୍‌ ଗୁଇନ୍ଦାଗିରି ରିପୋର୍ଟକୁ ନେଇ ବିରୋଧୀ ଦଳଗୁଡ଼ିକ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଘେରିବା ସହ ତଦନ୍ତ ଦାବି କରୁଛନ୍ତି। ହେଲେ କେନ୍ଦ୍ର ସରକାର ତଦନ୍ତ ଦାବିକୁ ଏଡ଼ାଇ ଚାଲିଛନ୍ତି। ଏସବୁ ଭିତରେ ପ୍ରଥମ ଥର ପାଇଁ ବିଜେପିର ସହଯୋଗୀ ଦଳ ଜେଡିୟୁ ପେଗାସସ୍‌ ବିବାଦର ନିରପେକ୍ଷ ତଦନ୍ତ ଦାବି କରିଛି।

ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ସରକାର ଗଠନ କରିଛନ୍ତି। ହେଲେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପିକୁ ପେଗାସସ୍‌ ଝଟକା ଦେଇଛନ୍ତି। ସେ ବିରୋଧୀଙ୍କ ସହ ସ୍ୱର ମିଶାଇ ପେଗାସସ୍‌ ରିପୋର୍ଟର ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, “ଲୋକଙ୍କୁ ହଇରାଣ ଓ ସେମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ପାଇଁ ଏପରି ଜିନିଷର ବ୍ୟବହାର କରିବା ଠିକ୍‌ ନୁହେଁ। ପୂରା ଘଟଣାକୁ ସାର୍ବଜନୀନ କରାଯିବା ଉଚିତ।”

ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ୧୭ଟି ମିଡିଆ ସଂସ୍ଥା ପେଗାସସ୍‌ ସ୍ପାଇୱେୟାର ଉପରେ କରୁଥିବା ଗବେଷଣା ରିପୋର୍ଟ ପ୍ରକାଶ କରିଥିଲେ। ଇସ୍ରାଏଲର ଏନଏସ୍‌ଓ ତିଆରି କରିଥିବା ଏହି ପେଗାସସ୍‌ ଜରିଆରେ ଭାରତ ସମେତ ଏକାଧିକ ରାଷ୍ଟ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି କରିଥିବା ରିପୋର୍ଟରେ କୁହାଯାଇଥିଲା।

ଭାରତର ୩୦୦ରୁ ଅଧିକ ବ୍ୟକ୍ତିଙ୍କ ଫୋନ ନମ୍ବର ପେଗାସସ୍‌ ଟାର୍ଗେଟ ଲିଷ୍ଟରେ ଥିବା ଜଣାପଡ଼ିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଘଟଣା ଉପରେ ସଂସଦରେ ଆଲୋଚନା କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିବାରେ ଲାଗିଛନ୍ତି। ହେଲେ ସରକାର ପେଗାସସ୍‌କୁ ଗୁରୁତ୍ୱହୀନ ପ୍ରସଙ୍ଗ କହି ଆଲୋଚନାକୁ ଏଡ଼ାଇ ଚାଲିଛନ୍ତି।

ନୀତୀଶ କୁମାରଙ୍କୁ ଆଜି ପେଗାସସ୍‌ ରିପୋର୍ଟର ତଦନ୍ତ ହେବା ଦରକାର କି ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି,“ହଁ ନିଶ୍ଚିତ ଘଟଣାର ତଦନ୍ତ ହେବା ଦରକାର। ଟେଲିଫୋନ ଟ୍ୟାପିଂକୁ ନେଇ ବେଶ କିଛି ଦିନ ହେଲା ଆଲୋଚନା ହେଉଛି। ଏହି ପ୍ରସଙ୍ଗ ସଂସଦରେ ଉଠିବା ସହ ଏକାଧିକ ମିଡିଆରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।

ତେଣୁ ଏହି ପ୍ରସଙ୍ଗରେ ଆଲୋଚନା ହେବା ସହ ଏହାର ତଦାରଖ କରାଯିବା ଉଚିତ। ପୂରା ଘଟଣାର ତଥ୍ୟ ବିସ୍ତୃତ ଭାବେ ସାର୍ବଜନୀନ ହେବା ଉଚିତ। ରିପୋର୍ଟକୁ ପରୀକ୍ଷା କରାଯିବା ସହ ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆସନ୍ତା ଗୁରୁବାର ସୁପ୍ରିମକୋର୍ଟ ପେଗାସସ୍‌ ରିପୋର୍ଟର ତଦନ୍ତ ପାଇଁ ହୋଇଥିବା ଦାବି ସଂକ୍ରାନ୍ତ ଏକାଧିକ ଆବେଦନର ଶୁଣାଣି କରିବେ। ଆବେଦନକାରୀ ଘଟଣାର କୋର୍ଟ ତଦନ୍ତ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story