ସିଲାବସ୍‌ରୁ ଜୟପ୍ରକାଶ ନାରାୟଣଙ୍କୁ ବାଦ୍ ଦେବାରୁ ଚିହିଁକି ଉଠିଲେ ନୀତୀଶ କୁମାର

ପାଟନା: ଯାହା ନାଁରେ ବିଶ୍ୱବିଦ୍ୟାଳୟ ତାଙ୍କ ସମ୍ପର୍କରେ ଛାତ୍ରଛାତ୍ରୀମାନେ ପାଠପଢ଼ିବେ ନାହିଁ। ବିହାରର ଜୟ ପ୍ରକାଶ ବିଶ୍ୱବିଦ୍ୟାଳୟର ଏମ ପଲଟିକାଲ ସାଇନ୍ସର ସିଲାବସ୍‌ରେ ଏପରି ପରବର୍ତ୍ତନ କରାଯାଇଛି। ଏହାକୁ ନେଇ ପୂର୍ବତନ ବିଜେପି ବିଧାୟକ ତଥା ବର୍ତ୍ତମାନ ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୂଆ ଶିକ୍ଷାବର୍ଷ ପାଇଁ ସିଲାବସ୍‌ରେ ପରବର୍ତ୍ତିତ ବିଷୟବସ୍ତୁକୁ ସାମିଲ କରାଯାଇଛି। ଏହାକୁ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ରାଜ୍ୟପାଳ ଫଗୁ ଚୌହାନ ମଧ୍ୟ […]

Nitish-Kumar

Nitish-Kumar

Hemant Lenka
  • Published: Thursday, 02 September 2021
  • Updated: 02 September 2021, 08:53 PM IST

Sports

Latest News

ପାଟନା: ଯାହା ନାଁରେ ବିଶ୍ୱବିଦ୍ୟାଳୟ ତାଙ୍କ ସମ୍ପର୍କରେ ଛାତ୍ରଛାତ୍ରୀମାନେ ପାଠପଢ଼ିବେ ନାହିଁ। ବିହାରର ଜୟ ପ୍ରକାଶ ବିଶ୍ୱବିଦ୍ୟାଳୟର ଏମ ପଲଟିକାଲ ସାଇନ୍ସର ସିଲାବସ୍‌ରେ ଏପରି ପରବର୍ତ୍ତନ କରାଯାଇଛି। ଏହାକୁ ନେଇ ପୂର୍ବତନ ବିଜେପି ବିଧାୟକ ତଥା ବର୍ତ୍ତମାନ ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ନୂଆ ଶିକ୍ଷାବର୍ଷ ପାଇଁ ସିଲାବସ୍‌ରେ ପରବର୍ତ୍ତିତ ବିଷୟବସ୍ତୁକୁ ସାମିଲ କରାଯାଇଛି। ଏହାକୁ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ରାଜ୍ୟପାଳ ଫଗୁ ଚୌହାନ ମଧ୍ୟ ଅନୁମତି ଦେଇଛନ୍ତି। ପରିବର୍ତ୍ତନ ଅନୁଯାୟୀ, ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଓ ରାମ ମନୋହର ଲୋହିଆଙ୍କ ଜୀବନୀ ଉପରେ ଆଧାରିତ ବିଷୟବସ୍ତକୁ ହଟାଇ ଦିଆଯାଇଛି। ଏହା ବଦଳରେ ଦୀନ ଦୟାଲ ଉପାଧ୍ୟାୟ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ଜୀବନୀକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିହାର ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିବା ପ୍ରତିକ୍ରିୟା ସମ୍ପର୍କରେ ଏକ ବିବୃତି ଜାରି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ ଓ କ୍ଷୋଭ ପ୍ରକାଶ କରିଛନ୍ତି।

ରାଜ୍ୟ ଶିକ୍ଷା ମନ୍ତ୍ରୀ ବିଜୟ ଚୌଧୁରୀ ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖବରକାଗଜରେ ଏହି ଖବର ପଢ଼ିବା ମାତ୍ରେ ତୁରନ୍ତ ତାଙ୍କୁ( ବିଜୟ ଚୌଧୁରୀ)ଙ୍କୁ ଫୋନ କରିଥିଲେ। କେମିତି ସିଲାବସ ପରିବର୍ତ୍ତନ ହେଲା ବୋଲି ପ୍ରଶ୍ନ କରିଥିଲେ।

ଏହାପରେ ନୀତୀଶ କୁମାର ରାଜ୍ୟପାଳ ଫଗୁ ଚୌହାନଙ୍କ ସହ ବି କଥା ହୋଇଥିଲେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସିଲାବସ ପରିବର୍ତ୍ତନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ସହମତି ପ୍ରକାଶ କରିଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି, ବର୍ତ୍ତମାନ ଶିକ୍ଷା ବିଭାଗକୁ ବିଗତ ଦିନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ସିଲାବସରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ହାସଲ କରିବାକୁ କୁହାଯାଇଛି।

ଯଦି କୌଣସି ବିଶ୍ୱବିଦ୍ୟାଳୟରେ ଏପରି ଅନ୍ୟାୟ ଓ ଅନୁଚିତ ଭାବେ ସିଲାବସ୍‌ରେ ପରିବର୍ତ୍ତନ କରିଥିବେ, ତା’ହେଲେ ସେଗୁଡ଼ିକରେ ଆବଶ୍ୟକ ସଂଶୋଧନର ବ୍ୟବସ୍ଥା କରାଯିବ। ବିହାରର ଜନ ଭାବନା ତଥା ସରକାରଙ୍କ ପ୍ରାଥମିକତା ବିରୋଧରେ ବିଶ୍ୱ ବିଦ୍ୟାଳୟଗୁଡ଼ିକୁ ନିଜ ଇଚ୍ଛାରେ ସିଲାବସରେ ପରିବର୍ତ୍ତନ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

ଉଭୟ ନୀତୀଶ କୁମାର ଓ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବ ସବୁବେଳେ ଜୟ ପ୍ରକାଶ ନାରାୟଣଙ୍କ ମାର୍ଗରେ ପରିଚାଳିତ ହେଉଥିବା ଦାବି କରି ଆସୁଛନ୍ତି। ଲାଲୁ ପ୍ରସାଦ ମୁଖ୍ୟମନ୍ତ୍ରୀ ଥିବା ବେଳେ ଜୟ ପ୍ରକାଶ ନାରାୟଣଙ୍କ ନାଁରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏବେ ସିଲାବସରୁ ତାଙ୍କ ବିଷୟକୁ ହଠାଇ ଦିଆଯାଇଥିବାରୁ ଲାଲୁ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story