ପିକେଙ୍କ ବଡ଼ ଦାବି: ପୁଣି ବିଜେପି ସହ ହାତ ମିଳାଇ ପାରନ୍ତି ନୀତୀଶ କୁମାର

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ବଡ଼ ଦାବି କରିଛନ୍ତି। ବିଜେପିକୁ ଛାଡ଼ି କଂଗ୍ରେସ ଓ ଆରଜେଡି ସହ ହାତ ମିଳାଇଥିବା ନୀତୀଶ କୁମାର ପୁଣି ୟୁ-ଟର୍ଣ୍ଣ ନେଇ ପାରନ୍ତି। ସେ ଏବେ ବି ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଯଦି ଆବଶ୍ୟକ ପଡ଼େ, ତା’ହେଲେ ସେ ପୁଣି ବିଜେପି ସହ ହାତ ମିଳାଇବେ ବୋଲି ପିକେ ଦାବି କରିଛନ୍ତି। ତେବେ ଜେଡିୟୁ ଏହାକୁ ମଡ଼ଗଡ଼ା […]

Modi

Modi

Hemant Lenka
  • Published: Wednesday, 19 October 2022
  • Updated: 19 October 2022, 09:49 PM IST

Sports

Latest News

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ବଡ଼ ଦାବି କରିଛନ୍ତି। ବିଜେପିକୁ ଛାଡ଼ି କଂଗ୍ରେସ ଓ ଆରଜେଡି ସହ ହାତ ମିଳାଇଥିବା ନୀତୀଶ କୁମାର ପୁଣି ୟୁ-ଟର୍ଣ୍ଣ ନେଇ ପାରନ୍ତି। ସେ ଏବେ ବି ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଯଦି ଆବଶ୍ୟକ ପଡ଼େ, ତା’ହେଲେ ସେ ପୁଣି ବିଜେପି ସହ ହାତ ମିଳାଇବେ ବୋଲି ପିକେ ଦାବି କରିଛନ୍ତି। ତେବେ ଜେଡିୟୁ ଏହାକୁ ମଡ଼ଗଡ଼ା କାହାଣୀ ଓ କେବଳ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ପିକେ ପ୍ରୟାସ କରୁଥିବା କହିଛି।

ସକ୍ରିୟ ରାଜନୀତିରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବା ପିକେ ଏବେ ବିହାରରେ ପଦଯାତ୍ରା କରୁଛନ୍ତି। ଏହି ପଦଯାତ୍ରା ବେଳେ ପିକେ କହିଛନ୍ତି, ନୀତୀଶ କୁମାର ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଜେଡିୟୁ ସାଂସଦ ତଥା ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ ହରିବଂଶଙ୍କ ଦ୍ୱାରା ଯୋଗାଯୋଗର ଲାଇନ ନୀତୀଶ କୁମାର ଖୋଲା ରଖିଛନ୍ତି।

ନୀତୀଶ କୁମାର ବିଜେପି ବିରୋଧରେ ଜାତୀୟ ଗଠବନ୍ଧନ ତିଆରି କରିବାକୁ ଚେଷ୍ଟା କରୁଥିବା ଯେଉଁମାନେ ଭାବୁଛନ୍ତି, ସେମାନେ ଗୋଟିଏ କଥା ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ନୀତୀଶ କୁମାର ବିଜେପି ସହ ଏବେ ବି ଗୋଟିଏ ଲାଇନ ଖୋଲା ରଖିଛନ୍ତି। ସେ ବିଜେପି ସହ ତାଙ୍କ ଦଳର ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ସହ ଯୋଗାଯୋଗରେ ଅଛନ୍ତି।

ବିଜେପି ସହ ଜେଡିୟୁ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଥିଲେ ମଧ୍ୟ ଖାସ୍‌ ଏହି କାରଣ ପାଇଁ ହରିବଂଶଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ କୁହାଯାଇନି। ଲୋକମାନେ ଜାଣି ରଖିବା ଦରକାର ଯେ ଯଦି ପରିସ୍ଥିତି ଉପୁଜେ, ତା’ହେଲେ ନୀତୀଶ କୁମାର ପୁଣି ବିଜେପି ସହ ହାତ ମିଳାଇ ଏକାଠି କାମ କରିପାରନ୍ତି ବୋଲି ପିକେ କହିଛନ୍ତି।

ତେବେ ପ୍ରଶାନ୍ତ କିଶୋରଙ୍କ ଏପରି ଦାବିରେ କୌଣସି ସତ୍ୟତା ନଥିବା ଜେଡିୟୁ ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି। ସେ କହିଛନ୍ତି, “ଆମେ ଦୃଢ଼ତାର ସହ ଏହାକୁ ଖଣ୍ଡନ କରୁଛୁ। ନୀତୀଶ କୁମାର ୫୦ ବର୍ଷ ହେଲା ରାଜନୀତିରେ ଅଛନ୍ତି ଓ ପ୍ରଶାନ୍ତ କିଶୋର ୬ ମାସ ହେଲା ଏଠାକୁ ଆସିଛନ୍ତି। ପ୍ରଶାନ୍ତ କିଶୋର ଏପରି ବିଭ୍ରାନ୍ତୀକର ବୟାନ ଦେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos