ପୁଣି ଏକାଠି ହେବେ କି ନୀତୀଶ କୁମାର ଓ ପିକେ? ବୈଠକକୁ ନେଇ ଚର୍ଚ୍ଚା

ପାଟନା: ପୁଣିଥରେ ଏକାଠି ହେବେ କି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ? କିଛି ଦିନର ବାକ ଯୁଦ୍ଧ ପରେ ଏହି ଦୁଇ ନେତା ଗୋଟିଏ ବନ୍ଦ କୋଠରୀରେ ବୈଠକ କରିବା ପରେ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ନୀତୀଶ କୁମାର ସବୁ ବିରୋଧୀଙ୍କୁ ବିଜେପି ବିରୋଧରେ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ଏବେ ସେ ପିକେଙ୍କୁ ଭେଟିଥିବାରୁ ୨୦୨୪ରେ ଏମାନଙ୍କ […]

PK

PK

Hemant Lenka
  • Published: Thursday, 15 September 2022
  • Updated: 15 September 2022, 09:04 AM IST

Sports

Latest News

ପାଟନା: ପୁଣିଥରେ ଏକାଠି ହେବେ କି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ? କିଛି ଦିନର ବାକ ଯୁଦ୍ଧ ପରେ ଏହି ଦୁଇ ନେତା ଗୋଟିଏ ବନ୍ଦ କୋଠରୀରେ ବୈଠକ କରିବା ପରେ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ନୀତୀଶ କୁମାର ସବୁ ବିରୋଧୀଙ୍କୁ ବିଜେପି ବିରୋଧରେ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ଏବେ ସେ ପିକେଙ୍କୁ ଭେଟିଥିବାରୁ ୨୦୨୪ରେ ଏମାନଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇପାରେ ବୋଲି କୁହାଯାଉଛି।

ବୁଧବାର ସନ୍ଧ୍ୟାରେ ନୀତୀଶ କୁମାର ଓ ପିକେ ଦୀର୍ଘ ୪୫ ମିନିଟ ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ସମ୍ପର୍କରେ ଏମାନେ ଆଲୋଚନା କରିଥିବା କୁହାଯାଉଛି। ଏକଦା ପିକେ ଜେଡିୟୁରେ ନୀତୀଶ କୁମାରଙ୍କ ଡେପୁଟି ଥିଲେ। ହେଲେ ଦୁଇ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ବିବଦା ଚାଲିଥିଲା। ଏପରି କି ଉଭୟ ପରସ୍ପରକୁ ସମାଲୋଚନା କରିବାକୁ ମଧ୍ୟ ପଛାଉ ନଥିଲେ। କିନ୍ତୁ ସମୟ ବଦଳିବା ସହ ଉଭୟଙ୍କ ଆଭିମୁଖ୍ୟ ମଧ୍ୟ ବଦଳିଛି। ଦୁଇ ନେତା ପରସ୍ପର ସହ ବୈଠକ କରିଛନ୍ତି।

ନୀତୀଶ କୁମାର ଓ ପିକେଙ୍କୁ ଏକାଠି କରିବାର ବ୍ୟବସ୍ଥା ପବନ ବର୍ମା କରିଛନ୍ତି। ପବନ ବର୍ମା ହେଉଛନ୍ତି ନୀତୀଶଙ୍କ ଜେଡିୟୁର ପୂର୍ବତନ ନେତା। ଦୁଇ ବର୍ଷ ତଳେ ପବନ ଓ ପିକେଙ୍କୁ ଦଳ ବିରୋଧୀ କାମ ପାଇଁ ଜେଡିୟୁରୁ ବିଦା କରାଯାଇଥିଲା। ଏବେ ସେ ହିଁ ପିକେ ଓ ନୀତୀଶ କୁମାରଙ୍କୁ ଏକାଠି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବୁଧବାର ବୈଠକରେ ପବନ ବର୍ମା ମଧ୍ୟ ଉପସ୍ଥିତ ଥିଲେ।

ନୀତୀଶ କୁମାର ବୈଠକ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ନାହାନ୍ତି। ପିକେଙ୍କ ସହ ତାଙ୍କର କିଛି ସାଧାରଣ କଥାବାର୍ତ୍ତା ହୋଇଥିବା ସେ କହିଛନ୍ତି। ନୀତୀଶ କୁମାର ବୈଠକ ପରେ କହିଛନ୍ତି, “ଆମେ ଦେଖାହେଲୁ। ତାଙ୍କୁ ଏ ବିଷୟରେ ପଚରା ଯାଉ। ଆମେ କୌଣସି ସ୍ୱତନ୍ତ୍ର ବିଷୟରେ କଥା ହୋଇନୁ। ଏହା ଏକ ସାଧାରଣ ଭେଟଘାଟ।

ଆପଣମାନେ କୌଣସି ପ୍ରକାରର ଆକଳନ କରନ୍ତୁ ନାହିଁ। ମିଟିଂରେ ଖରାପ କ’ଣ? ଆମେ ପରସ୍ପରକୁ ବହୁତ ଦିନରୁ ଜାଣିଛୁ।” ବିହାର ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପିକେଙ୍କୁ ସବୁ କିଛି ପଚାରିବାକୁ ମଧ୍ୟ କହିଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଶ୍ନରେ ନୀତୀଶ କୁମାର କହିଛନ୍ତି, “ମୁଁ ପିକେଙ୍କ ଉପରେ ଆଦୌ କ୍ଷୁବ୍ଧ ନୁହେଁ। ତାଙ୍କ ଉପରେ ମୋର କୌଣସି ପୂର୍ବାଗ୍ରହ ନାହିଁ।”

ଗତ ସପ୍ତାହରେ ଉଭୟ ପରସ୍ପରକୁ ସମାଲୋଚନା କରିଥିଲେ। ନୀତୀଶ କୁମାର ବିଜେପିକୁ ଛାଡ଼ପତ୍ର ଦେଇ ଆରଜେଡି, କଂଗ୍ରେସ ଓ ଅନ୍ୟ ରାଜନୀତିକ ଦଳଗୁଡ଼ିକ ସହ ମିଶି ସରକାର ଗଠନ କରିବାରୁ ପିକେ ଏହାକୁ ତାଚ୍ଛଲ୍ୟ କରିଥିଲେ।

ପିକେ କହିଥିଲେ “ନୀତୀଶ କୁମାର ମାସକ ତଳେ ପକ୍ଷ(ଶାସକ ଦଳ) ସହ ରହିଥିବା ବେଳେ ଏବେ ସେ ବିପକ୍ଷ(ବିରୋଧୀ ଦଳ)ରେ ରହିଛନ୍ତି। ଏହା କେତେ ଭରାସାଯୋଗ୍ୟ ସେକଥା ଲୋକମାନେ ନିଷ୍ପତ୍ତି ନେବେ। କିନ୍ତୁ ବିହାରରେ ଏପରି ନୂଆ ମହାମେଣ୍ଟ ଜାତୀୟ ସ୍ତରରେ ବଡ଼ ପ୍ରଭାବ ପକାଇବ ବୋଲି ମୋର ଆଶା ନାହିଁ।” ସେ ପରୋକ୍ଷରେ ନୀତୀଶ କୁମାର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇ ପାରିବେ ନାହିଁ ବୋଲି କହିଥିଲେ।

ଏହାର ଜବାବରେ ନୀତୀଶ କୁମାର କହିଥିଲେ, “ସେହି ବ୍ୟକ୍ତି(ପିକେ) ମୋ ସହ ଆସିଥିଲେ ଓ ଏହାପରେ ମୁଁ ତାଙ୍କୁ ନିଜର କାମ ଛାଡ଼ି ମୋ ସହ ରହିବାକୁ କହିଥିଲି। କିନ୍ତୁ ସେ ମୋ କଥା ଶୁଣି ନଥିଲେ। ସେ ଦେଶର ବିଭିନ୍ନ ରାଜନୀତିକ ଦଳ ସହ କାମ କରିଛନ୍ତି। ଏହା ତାଙ୍କର ଗୋଟିଏ ଧନ୍ଧା ବା ବ୍ୟବସାୟ। ଯେତେବେଳେ ଜଣେ ଏମିତି କଥା କହୁଛନ୍ତି ସେତେବେଳେ ତାଙ୍କ ମୁଣ୍ଡରେ ଅଲଗା କିଛି ଚାଲିଛି ବୋଲି ଭାବିବାକୁ ପଡ଼ିବ। ସେ ବିଜେପି ସହ ରହିବାକୁ ଚାହୁଁଛନ୍ତି କିମ୍ବା ବିଜେପି ପାଇଁ ଗୁପ୍ତରେ କାମ କରିବାକୁ ଚାହୁଁଛନ୍ତି।”

ଏହାପରେ ପିକେ ୪ଟି ଫଟୋ ବିନା କମେଣ୍ଟରେ ପୋଷ୍ଟ କରିଥିଲେ। ଏଥିରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ କେମିତି ନତମସ୍ତକ ହୋଇଥିଲେ, ତା’ର ଦୃଶ୍ୟ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story