ପୁଣି ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଅନୁପସ୍ଥିତ ରହିବେ ବିହାର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିହାରରେ ସରକାର ଗଠନ କରିଥିବା ବିଜେପି ଓ ଜେଡିୟୁ ମଧ୍ୟରେ ସବୁ କିଛି ଠିକ ନଥିବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଅନେକ ପ୍ରସଙ୍ଗରେ ଉଭୟ ପରସ୍ପରକୁ ବିରୋଧ କରୁଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ବୟକଟ କରିବା ଆରମ୍ଭ କରିଛନ୍ତି। ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବସୁଥିବା କୌଣସି କାର୍ଯ୍ୟକ୍ରମରେ ଅନୁପସ୍ଥିତି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ […]

Modi

Modi

Hemant Lenka
  • Published: Saturday, 06 August 2022
  • Updated: 06 August 2022, 04:11 PM IST

ନୂଆଦିଲ୍ଲୀ: ବିହାରରେ ସରକାର ଗଠନ କରିଥିବା ବିଜେପି ଓ ଜେଡିୟୁ ମଧ୍ୟରେ ସବୁ କିଛି ଠିକ ନଥିବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଅନେକ ପ୍ରସଙ୍ଗରେ ଉଭୟ ପରସ୍ପରକୁ ବିରୋଧ କରୁଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ବୟକଟ କରିବା ଆରମ୍ଭ କରିଛନ୍ତି।

ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବସୁଥିବା କୌଣସି କାର୍ଯ୍ୟକ୍ରମରେ ଅନୁପସ୍ଥିତି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ ବସିବ। ତେବେ ଏହି ବୈଠକରେ ନୀତୀଶ କୁମାର ଯୋଗ ଦେବେନାହିଁ। ସେହିପରି ବିହାରରୁ ମଧ୍ୟ କୌଣସି ନେତା କିମ୍ବା ଅଧିକାରୀ ବୈଠକରେ ପ୍ରତିନିଧିତ୍ୱ କରିବେ ନାହିଁ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିପାଇଁ ସେ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ସେ ଅନୁପସ୍ଥିତି ରହିବାକୁ ଥିବାରୁ ତାଙ୍କ ଡେପୁଟିଙ୍କୁ ନୀତି ଆୟୋଗ ବୈଠକକୁ ପଠାଇବା ପାଇଁ ସେ ଚାହୁଁଥିଲେ। ହେଲେ ଉକ୍ତ ବୈଠକରେ କେବଳ ମୁଖ୍ୟମନ୍ତ୍ରୀମାନଙ୍କୁ ଯୋଗଦେବାର ଅନୁମତି ଥିବାରୁ ବିହାରର ଆଉ କେହି ବି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେ ନାହିଁ।

କରୋନା ଆଳରେ ନୀତୀଶ କୁମାର ଦିଲ୍ଲୀ ଯିବାକୁ ଚାହୁଁ ନାହାନ୍ତି। ହେଲେ ସୋମବାର ସେ ବିହାରରେ ଜନତା ଦରବାର କରିବେ। ଏଠାରେ ସେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଭେଟିବେ। ଗତ କିଛି ସପ୍ତାହ ହେଲାଣି ନୀତୀଶ କୁମାର ଅସୁସ୍ଥ ଥିବାରୁ ଜନତା ଦରବାର ବନ୍ଦ ରହିଥିଲା। ଏବେ ନୀତି ଆୟୋଗ ବୈଠକ ବେଳେ ହିଁ ସେ ଜନତା ଦରବାର ଆରମ୍ଭ କରିବାକୁ ନିଷ୍ପତ୍ତି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିହାରକୁ ନୀତି ଆୟୋଗ ତା’ର ରାଙ୍କିଙ୍ଗରେ ସବୁଠାରୁ ତଳେ ରଖିଛି। ବିହାର ଗୋଟିଏ ବିକାଶଶୀଳ ରାଜ୍ୟ ନୁହେଁ ବୋଲି ନୀତି ଆୟୋଗ ପକ୍ଷରୁ ବାରମ୍ବାର କୁହାଯାଉଛି। ଏହି କାରଣରୁ ସେ ନୀତି ଆୟୋଗ ବୈଠକ ଅପେକ୍ଷା ଜନତା ଦରବାର କରିବାକୁ ଅଧିକ ପସନ୍ଦ କରିଛନ୍ତି। ଏହାପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ଆୟୋଜନ କରିଥିବା ଡିନର ପାର୍ଟିରେ ନୀତୀଶ କୁମାର ଅନୁପସ୍ଥିତ ଥିଲେ। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ ଉତ୍ସବରେ ନୀତୀଶ କୁମାରଙ୍କୁ ଦେଖିବାକୁ ମିଳି ନିଥିଲା। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡାକିଥିଲେ। ଏଥିରେ ନୀତୀଶ କୁମାର ଯୋଗ ନ ଦେଇ ତାଙ୍କ ଡେପୁଟିଙ୍କୁ ପଠାଇଥିଲେ।

ବାରମ୍ବାର କେନ୍ଦ୍ରର ବିଭିନ୍ନ ବୈଠକରୁ ନୀତୀଶ କୁମାର ଦୂରେଇ ରହିବା, ବିହାରରେ ସବୁକିଛି ଠିକ ନଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos