କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ନ କରି ବିଜେପିକୁ ବାଣ ମାରିଲେ ନୀତୀଶ କୁମାର

ନୂଆଦିଲ୍ଲୀ: ବିହାରରେ ଏକାଠି ସରକାର ଗଠନ କରିଥିବା ଜେଡିୟୁ ଓ ବିଜେପି ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। କେନ୍ଦ୍ର କ୍ୟାବିନେଟରେ ଥିବା ଆରସିପି ସିଂହଙ୍କୁ ଏଥର ରାଜ୍ୟସଭା ପ୍ରାର୍ଥୀ କରି ନାହାନ୍ତି ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଶ୍ରୀ ସିଂହ ଟିକେଟ ପାଇ ନଥିବାରୁ ରାଜ୍ୟସଭାକୁ ଆଉ ୩ୟ ଥର ପାଇଁ ଯାଇ ନ ପାରନ୍ତି। ଏପରି ହେଲେ ତାଙ୍କ କେନ୍ଦ୍ରମନ୍ତ୍ରୀ ପଦ ମଧ୍ୟ ଚାଲିଯିବ। […]

Nitish-kumar

Nitish-kumar

Hemant Lenka
  • Published: Monday, 30 May 2022
  • Updated: 30 May 2022, 06:56 PM IST

Sports

Latest News

ନୂଆଦିଲ୍ଲୀ: ବିହାରରେ ଏକାଠି ସରକାର ଗଠନ କରିଥିବା ଜେଡିୟୁ ଓ ବିଜେପି ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। କେନ୍ଦ୍ର କ୍ୟାବିନେଟରେ ଥିବା ଆରସିପି ସିଂହଙ୍କୁ ଏଥର ରାଜ୍ୟସଭା ପ୍ରାର୍ଥୀ କରି ନାହାନ୍ତି ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଶ୍ରୀ ସିଂହ ଟିକେଟ ପାଇ ନଥିବାରୁ ରାଜ୍ୟସଭାକୁ ଆଉ ୩ୟ ଥର ପାଇଁ ଯାଇ ନ ପାରନ୍ତି।

ଏପରି ହେଲେ ତାଙ୍କ କେନ୍ଦ୍ରମନ୍ତ୍ରୀ ପଦ ମଧ୍ୟ ଚାଲିଯିବ। ଜେଡିୟୁର ଏକମାତ୍ର ନେତା ଭାବେ ଶ୍ରୀ ସିଂହ କେନ୍ଦ୍ର କ୍ୟାବିନେଟରେ ରହିଥିଲେ। ହେଲେ ନୀତୀଶ କୁମାର ତାଙ୍କୁ ଟିକେଟ ନ ଦେଇ ପରୋକ୍ଷରେ ବିଜେପିକୁ ବାଣ ମାରିଛନ୍ତି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର କ୍ୟାବିନେଟରେ ଜେଡିୟୁ ଆଉ ରହିବାକୁ ଚାହୁଁ ନଥିବା ନୀତୀଶ କୁମାର ପରୋକ୍ଷରେ ସଙ୍କେତ ଦେଇଥିବା ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି।

ବିହାରରେ ଜେଡିୟୁ ଏବେ ବିରୋଧୀ ଆରଜେଡି ଆଡ଼କୁ ଢଳୁଥିବା କୁହାଯାଉଛି। ଏପରି ସ୍ଥିତିରେ ନୀତୀଶ କୁମାରଙ୍କ ରାଜ୍ୟସଭା ଗୋଟି ଚାଳନା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ଆରସିପି ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ ଜୁଲାଇରେ ଶେଷ ହେବ। ଏବେ ସେ ଜୁନ୍‌ ୧୦ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଟିକେଟ ପାଇ ନାହାନ୍ତି।

ଏପରି ସ୍ଥିତିରେ ସେ କେନ୍ଦ୍ରମନ୍ତ୍ରୀ ପଦ କେମିତି ବଜାୟୀ ରଖିବେ, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ। ଏ ସମ୍ପର୍କରେ ଶ୍ରୀ ସିଂହ କହିଛନ୍ତି, “ଏବେ ସବୁ କିଛି ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି। ମୁଁ ତାଙ୍କୁ ଦିଲ୍ଲୀରେ ଭେଟିବି। ଯଦି ସେ କହିବେ ତା’ହେଲେ ମୁଁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବି।”

ଅନ୍ୟପକ୍ଷରେ ନୀତୀଶ କୁମାର ଓ ଶ୍ରୀ ସିଂହଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି। ନିକଟରେ ଉଭୟ ଗୋଟିଏ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ହେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଦୌ ଗୁରୁତ୍ୱ ଦେଇ ନଥିଲେ। ସେହିପରି ଉଭୟ ଅଲଗା ଅଲଗା ହୋଇ ବସିଥିଲେ।

ଏକଦା ଶ୍ରୀ ସିଂହଙ୍କୁ ନୀତୀଶ କୁମାରଙ୍କ ଅତ୍ୟନ୍ତ ଘନଷ୍ଠ କୁହାଯାଉଥିଲା। ହେଲେ କେନ୍ଦ୍ରମନ୍ତ୍ରୀ ହେବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଶ୍ରୀ ସିଂହ ବିଜେପି ଆଡ଼କୁ ଅଧିକ ଢଳୁ ଥିବାରୁ ନୀତୀଶ କୁମାର ତାଙ୍କୁ ରାଜ୍ୟସଭା ଟିକେଟ ଦେଇ ନଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ତାଙ୍କର କୌଣସି ତିକ୍ତତା ନଥିବା କହିଛନ୍ତି।

ଜାତି ଭିତ୍ତିକ ଜନଗଣନା ସପକ୍ଷରେ ଜେଡିୟୁ ଥିବା ବେଳେ ଶ୍ରୀ ସିଂହ ଏହାକୁ ସମର୍ଥନ କରୁ ନାହାନ୍ତି। ବିଜେପି ମଧ୍ୟ ଜାତି ଭିତ୍ତିକ ଜନଗଣନାକୁ ବିରୋଧ କରୁଛି। ବିଜେପି ସହ ଶ୍ରୀ ସିଂହ ସ୍ୱର ମିଳାଉ ଥିବାରୁ ନୀତୀଶ କୁମାର ତାଙ୍କ ଉପରେ ଖପ୍ପା ହୋଇଛନ୍ତି। ଜାତି ଭିତ୍ତିକ ଜନଗଣନା ପାଇଁ ନୀତୀଶ କୁମାର ବିଜେପି ହାତ ବିହାରରେ ଛାଡ଼ିବେ ବୋଲି ମଧ୍ୟ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos