ଡିଜେଲ ପମ୍ପ ବ୍ୟବହାରରେ ସମସ୍ୟା ନାହିଁ: ଏନଜିଟି

ନୂଆଦିଲ୍ଲୀ: ଚାଷ ଜମିରେ ଡିଜେଲ ପମ୍ପର ବ୍ୟବହାରକୁ ନେଇ ଏକ ଗୁଜବ ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ। ‘୧୦ ବର୍ଷରୁ ଅଧିକ ଡିଜେଲ ଚାଳିତ ଗାଡ଼ି ଉପରେ ଏନସିଆର ଦିଲ୍ଲୀରେ ବ୍ୟାନ ହୋଇଛି, କିନ୍ତୁ ଚାଷ ଜମିରେ ନୁହେଁ। ଚାଷ ଜମିରେ ଡିଜେଲ ଚାଳିତ ପାଣିପମ୍ପ ଚାଲିବାରେ ସମସ୍ୟା ନାହିଁ ବୋଲି ଏନଜିଟି ସ୍ପଷ୍ଟ କରିଛି। ଏଥିସହ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଏକଥା ଅବଗତ କରାଯାଇଛି। ଏଭଳି ଗୁଜବ ପ୍ରଚାର କରି […]

NGT

NGT

Hemant Lenka
  • Published: Friday, 08 March 2019
  • Updated: 08 March 2019, 09:44 PM IST

Sports

Latest News

ନୂଆଦିଲ୍ଲୀ: ଚାଷ ଜମିରେ ଡିଜେଲ ପମ୍ପର ବ୍ୟବହାରକୁ ନେଇ ଏକ ଗୁଜବ ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ। ‘୧୦ ବର୍ଷରୁ ଅଧିକ ଡିଜେଲ ଚାଳିତ ଗାଡ଼ି ଉପରେ ଏନସିଆର ଦିଲ୍ଲୀରେ ବ୍ୟାନ ହୋଇଛି, କିନ୍ତୁ ଚାଷ ଜମିରେ ନୁହେଁ। ଚାଷ ଜମିରେ ଡିଜେଲ ଚାଳିତ ପାଣିପମ୍ପ ଚାଲିବାରେ ସମସ୍ୟା ନାହିଁ ବୋଲି ଏନଜିଟି ସ୍ପଷ୍ଟ କରିଛି। ଏଥିସହ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଏକଥା ଅବଗତ କରାଯାଇଛି। ଏଭଳି ଗୁଜବ ପ୍ରଚାର କରି ଚାଷୀଙ୍କୁ ନୂଆ ପାଣିପମ୍ପ କିଣିବା ପାଇଁ ବାଧ୍ୟ କରାଯାଉ ଥାଇପାରେ ବୋଲି ଏନଜିଟି ସନ୍ଦେହ ପ୍ରକାଶ କରିଛି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିବା ପରେ ଏନଜିଟି ଗତବର୍ଷ ଏକ ଶୁଣାଣି କରିଥିଲେ। ଯେଉଁଥିରେ ଏନସିଆର ଭିତରକୁ ଭାରୀଯାନ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଚାଳିତ ଗାଡ଼ି ଉପରେ ଵ୍ୟାନ ଲଗାଇଥିଲେ। ହେଲେ କିଛି ଗୁଜବକାରୀ ଡିଜେଲ ଚାଳିତ ପାଣିପମ୍ପ ଵ୍ୟବହାର ଉପରେ ଏନଜିଟି ରୋକ ଲଗାଇଥିବା ଖବର ପ୍ରଚାର କରିଥିଲେ। ଏହା ମିଛ ବୋଲି ଜନସାଧାରଣଙ୍କୁ ଜଣାଇବା ପାଇଁ ଏନଜିଟି ଆଜି ଏହି ରାୟ ଶୁଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos