ନୂପୁର ମାମଲାରେ ସୁପ୍ରିମ କୋର୍ଟଙ୍କୁ ସମାଲୋଚନା ଯଥାର୍ଥ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିବାଦୀୟ ବୟାନ ପାଇଁ ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କରିଥିବା ଭର୍ତ୍ସନାକୁ ବିରୋଧ କରିଥିବା ଲୋକଙ୍କ ସପକ୍ଷରେ ବାହାରିଛନ୍ତି କେନ୍ଦ୍ର ସରକାର। ନୂପୁର ଶର୍ମାଙ୍କ ବିରୋଧରେ ସୁପ୍ରିମକୋର୍ଟ କରିଥିବା ଟିପ୍ପଣୀକୁ ଜଣେ ପୂର୍ବତନ ବିଚାରପତି ଓ ଦୁଇ ଜଣ ଓକିଲ ବିରୋଧ କରିଥିଲେ। ଏମାନଙ୍କ ନାଁରେ ଅଦାଲତ ଅବମାନନା ମାମଲା କରିବାକୁ ହୋଇଥିବା ଆବେଦନକୁ ବିରୋଧ କରିଛନ୍ତି ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ। ସେମାନେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ନ୍ୟାୟ ସଂଗତ ଓ ଉପଯୁକ୍ତ […]

sc

sc

Hemant Lenka
  • Published: Thursday, 14 July 2022
  • Updated: 14 July 2022, 04:12 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ବୟାନ ପାଇଁ ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କରିଥିବା ଭର୍ତ୍ସନାକୁ ବିରୋଧ କରିଥିବା ଲୋକଙ୍କ ସପକ୍ଷରେ ବାହାରିଛନ୍ତି କେନ୍ଦ୍ର ସରକାର। ନୂପୁର ଶର୍ମାଙ୍କ ବିରୋଧରେ ସୁପ୍ରିମକୋର୍ଟ କରିଥିବା ଟିପ୍ପଣୀକୁ ଜଣେ ପୂର୍ବତନ ବିଚାରପତି ଓ ଦୁଇ ଜଣ ଓକିଲ ବିରୋଧ କରିଥିଲେ। ଏମାନଙ୍କ ନାଁରେ ଅଦାଲତ ଅବମାନନା ମାମଲା କରିବାକୁ ହୋଇଥିବା ଆବେଦନକୁ ବିରୋଧ କରିଛନ୍ତି ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ।

ସେମାନେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ନ୍ୟାୟ ସଂଗତ ଓ ଉପଯୁକ୍ତ କାରଣ ଦର୍ଶାଇ ସମାଲୋଚନା କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲି ପାରିବ ନାହିଁ ବୋଲି କେକେ ଭେନୁଗୋପାଲ କହିଛନ୍ତି। କୌଣସି ବ୍ୟକ୍ତିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲୁ କରିବାକୁ ହେଲେ ପ୍ରଥମେ ଆଟର୍ଣ୍ଣି ଜେନେରାଲଙ୍କ ପକ୍ଷ ଶୁଣିବାକୁ ପଡ଼ିଥାଏ। ତାଙ୍କ ସହମତି ବିନା ଅଦାଲତ ଅବମାନନା ମାମଲା ଚାଲୁ ହୋଇ ପାରିବ ନାହିଁ ବୋଲି ନିୟମ ରହିଛି।

ଜଣେ ଓକିଲ ସିଆର ଜୟା ସୁକିନ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏସଏନ ଧିଙ୍ଗ୍ରା, ପୂର୍ବତନ ଆଡିସନାଲ ସଲିସିଟର ଜେନେରାଲ ଅମନ ଲେଖି ଓ ବରିଷ୍ଠ ଆଇନଜୀବୀ କେ ରାମା କୁମାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ଆବେଦନ କରିଥିଲେ। ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇଥିବାରୁ ଏହାକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଥିଲେ। ଦେଶରେ ସୃଷ୍ଟି ହୋଇଥିବା ହିଂସାତ୍ମକ ପରିସ୍ଥିତି ପାଇଁ ନୂପୁର ଶର୍ମା ଏକାକୀ ଦାୟୀ ଓ ସେ ଟିଭିରେ ଆସି କ୍ଷମା ମାଗନ୍ତୁ ବୋଲି ସୁପ୍ରିମକୋର୍ଟ କହିଥିଲେ।

ହେଲେ ସୁପ୍ରିମକୋର୍ଟଙ୍କ ‘ନୂପୁର ଶର୍ମା ବିରୋଧୀ ବୟାନ’କୁ ଉପରୋକ୍ତ ୩ ଜଣ ବ୍ୟକ୍ତି ତୀବ୍ର ସମାଲୋଚନା କରିଥିଲେ। ତେବେ ଏମାନେ ନ୍ୟାୟ ସଙ୍ଗତ ସମାଲୋଚନା କରିଥିବା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ କହିଛନ୍ତି।

ସେ କହିଛନ୍ତି, “ସୁପ୍ରିମକୋର୍ଟ ଅନେକ ମାମଲାର ରାୟ ବେଳେ ନ୍ୟାୟପାଳିକାର କାର୍ଯ୍ୟକୁ ନ୍ୟାୟ ସଙ୍ଗତ ଓ ଯୁକ୍ତିଯୁକ୍ତ ସମାଲୋଚନା ଆଦୌ ଅଦାଲତ ଅବମାନନା ମଧ୍ୟରେ ଆସିବ ନାହିଁ ବୋଲି କହିଛନ୍ତି। ୩ ଜଣ ବ୍ୟକ୍ତି ଦେଇଥିବା ବୟାନରେ କୌଣସି ପ୍ରକାରର ଖରାପ ଶବ୍ଦର ବ୍ୟବହାର ହୋଇନି।”

ଆଟର୍ଣ୍ଣି ଜେନେରାଲଙ୍କ ପାଖକୁ ଆବେଦନକାରୀ ଓକିଲ ଜୟା ସୁକିନ ଲେଖିଥିବା ଚିଠିରେ କହିଥିଲେ ଯେ “ଏହି ୩ ବ୍ୟକ୍ତି ସୁପ୍ରିମକୋର୍ଟଙ୍କୁ ଅପମାନିତ କରିଛନ୍ତି। ସେମାନେ କେବଳ ସର୍ବୋଚ୍ଚ ଅଦାଲତର ଅଖଣ୍ଡତାକୁ କ୍ଷତି ପହଞ୍ଚାଇ ନାହାନ୍ତି ବରଂ ଦେଶର ସର୍ବବୃହତ ନ୍ୟାୟପାଳିକାର କାର୍ଯ୍ୟକୁ ନିଚ୍ଚା କରି ଦେଖାଇବାକୁ ଚେଷ୍ଟା କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବା ଦରକାର।”

କିନ୍ତୁ ଆଟର୍ଣ୍ଣି ଜେନେରାଲ ଏହି ଚିଠିର ଉତ୍ତରେ ଲେଖିଛନ୍ତି ଯେ “ଆପଣ ଚିଠିରେ ଲେଖିଥିବା ୩ ଜଣ ବ୍ୟକ୍ତିଙ୍କ ବୟାନ ନ୍ୟାୟିକ ବ୍ୟବସ୍ଥାକୁ ଅପମାନିତ କରୁଥିବା ଅଭିଯୋଗରେ ମୁଁ ସନ୍ତୁଷ୍ଟ ନୁହେଁ। ଜାଣିଶୁଣି ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ନ୍ୟାୟପାଳିକାର ଛବିକୁ ମଳିନ କରିବାକୁ ସେମାନେ ଏପରି ବୟାନ ଦେଇଥିବା ହୃଦୟଙ୍ଗମ ହେଉନାହିଁ। ସେମାନେ ନ୍ୟାୟ ସଙ୍ଗତ ଓ ଉପଯୁକ୍ତ କାରଣ ଦର୍ଶାଇ ନିଜର ବୟାନ ରଖିଛନ୍ତି।”

ବିବାଦୀୟ ବୟାନ ଦେଇଥିବାରୁ ନୂପୁର ଶର୍ମାଙ୍କ ବିରୋଧରେ ଏକାଧିକ ଏଫଆଇଆର ବିଭିନ୍ନ ରାଜ୍ୟରେ ରୁଜୁ କରାଯାଇଛି। ସବୁ ଏଫଆଇଆରକୁ ଏକାଠି କରି ଦିଲ୍ଲୀ ସ୍ଥାନାନ୍ତର ଦାବିରେ ନୂପୁର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ଜୁଲାଇ ୧ର ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ। ଏଥିସହ ତାଙ୍କୁ ମନଇଚ୍ଛା ବିବାଦୀୟ ବୟାନ ପାଇଁ ଭର୍ତ୍ସନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story