କାଲିଠାରୁ ରାଜଧାନୀରେ ୧୮+ଙ୍କ ପାଇଁ କୋଭାକ୍ସିନ ଟିକା ନାହିଁ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଟିକାର ଅଭାବ ଦେଖିବାକୁ ମିଳିଛି। ଟିକା ଯୋଗାଣ ଠିକ୍‌ ଭାବେ ହୋଇ ପାରୁ ନଥିବାରୁ ମହାରାଷ୍ଟ୍ର ଭଳି ଦିଲ୍ଲୀରେ ମଧ୍ୟ ଆସନ୍ତାକାଲିଠାରୁ ୧୮+ଙ୍କ ଟିକାକରଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। କାଲିଠାରୁ ୧୮+ଙ୍କୁ ଦିଲ୍ଲୀର କୌଣସି ବି ଟିକାକରଣର କେନ୍ଦ୍ରରେ କୋଭାକ୍ସିନ ଟିକା ମିଳିବ ନାହିଁ। ଏହି ଟିକାକରଣ କେନ୍ଦ୍ର ଗୁଡ଼ିକ ଅସ୍ଥାୟୀ ଭାବେ ବନ୍ଦ ରଖିବାକୁ ମଧ୍ୟ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରା କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ବିଧାୟକ […]

Vaccine1

Vaccine1

Hemant Lenka
  • Published: Wednesday, 12 May 2021
  • Updated: 12 May 2021, 10:02 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଟିକାର ଅଭାବ ଦେଖିବାକୁ ମିଳିଛି। ଟିକା ଯୋଗାଣ ଠିକ୍‌ ଭାବେ ହୋଇ ପାରୁ ନଥିବାରୁ ମହାରାଷ୍ଟ୍ର ଭଳି ଦିଲ୍ଲୀରେ ମଧ୍ୟ ଆସନ୍ତାକାଲିଠାରୁ ୧୮+ଙ୍କ ଟିକାକରଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। କାଲିଠାରୁ ୧୮+ଙ୍କୁ ଦିଲ୍ଲୀର କୌଣସି ବି ଟିକାକରଣର କେନ୍ଦ୍ରରେ କୋଭାକ୍ସିନ ଟିକା ମିଳିବ ନାହିଁ। ଏହି ଟିକାକରଣ କେନ୍ଦ୍ର ଗୁଡ଼ିକ ଅସ୍ଥାୟୀ ଭାବେ ବନ୍ଦ ରଖିବାକୁ ମଧ୍ୟ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀରା କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ବିଧାୟକ ଆତିଶୀ କହିଛନ୍ତି ଯେ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିବା ସହ କୋଭାକ୍ସିନ ସହ କୋଭିସିଲ୍ଡ ଟିକାର ଡୋଜ୍‌ ଯଥାଶୀଘ୍ର ଦିଲ୍ଲୀକୁ ପଠାଇବାକୁ ବ୍ୟବସ୍ଥା କରନ୍ତୁ। ଯେଉଁମାନେ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି, ସେମାନଙ୍କୁ ଏହାର ଦ୍ୱିତୀୟ ଡୋଜ୍ ଦିଆଯିବା ଜରୁରୀ। ତେଣୁ କେନ୍ଦ୍ର ସରକାର ଟିକାର ଡୋଜ୍ ଶୀଘ୍ର ଉପଲବ୍ଧ କରାଇବା ଉଚିତ ବୋଲି ସେ କହିଛନ୍ତି।

ଦିଲ୍ଲୀ ସରକାର ଜାରି କରିଥିବା ବୁଲେଟିନରେ କହିଛନ୍ତି, ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଗୋଟିଏ ଦିନ ପାଇଁ କୋଭାକ୍ସିନ ଟିକାର ଡୋଜ୍ ଦେବାକୁ ଷ୍ଟକ ନାହିଁ। ଅନ୍ୟ ଏକ ଟିକା କୋଭିସିଲ୍ଡର ଡୋଜ୍‌ ୯ ଦିନ ପାଇଁ ଷ୍ଟକ ରହିଛି। ସମ୍ମୁଖ ଯୋଦ୍ଧା ଓ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ୪ ଦିନ ଟିକା ଦେବାକୁ କୋଭାକ୍ସିନ ଷ୍ଟକ ରହିଛି। ଏହି ଷ୍ଟକ ଗୁଡ଼ିକ ଦ୍ୱିତୀୟ ଡୋଜ୍‌ ନେବାକୁ ଅପେକ୍ଷା କରିଥିବା ଲୋକଙ୍କୁ ଦିଆଯିବ। କାରଣ କୋଭାକ୍ସିନର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କୁ ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ଦିଆଯିବାର ପ୍ରାବଧାନ ରହିଛି।


ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ସରକାର ୨.୬୭ ଲକ୍ଷ କୋଭିସିଲ୍ଡ ଟିକାର ଡୋଜ୍‌ ପାଇଥିଲେ। ଏବେ ୪.୧୮ ଲକ୍ଷ କୋଭିସିଲ୍ଡ ଡୋଜ୍‌ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଦେବାକୁ ଉପଲବ୍ଧ ରହିଛି। ଏହା ୯ ଦିନ ଯିବ। ବୁଧବାର ସନ୍ଧ୍ୟା ପରେ ୧୮ରୁ ୪୪ ବର୍ଷର ଲୋକଙ୍କ ପାଇଁ କୌଣସି କୋଭାକ୍ସିନ ଉପଲବ୍ଧ ନାହିଁ। ଏହି କେନ୍ଦ୍ରଗୁଡ଼ିକୁ ବନ୍ଦ କରାଯାଇଛି। ସେହିପରି ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିସିଲ୍ଡ ଟିକା ୩ ଦିନ ପାଇଁ ଦେବାକୁ ଷ୍ଟକ ରହିଛି। ଜାନୁଆରୀ ୧୬ରୁ ଇତି ମଧ୍ୟରେ ଦିଲ୍ଲୀରେ ମୋଟ ୪୧.୬୪ ଲକ୍ଷ ଲୋକଙ୍କୁ ଟିକା ଦିଆଗଲାଣି।

୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କ ଟିକା କରଣ ପାଇଁ ଦିଲ୍ଲୀକୁ ଏଯାଏ ମୋଟ ୮.୧୭ ଲକ୍ଷ ଟିକା ମିଳିଛି। ସେହିପରି ୪୫ରୁ ଅଧିକ ବୟସ୍କ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କ ଟିକାକରଣ ପାଇଁ ସରକାର ୪୩ ଲକ୍ଷରୁ ଅଧିକ ଟିକା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos