ଅକ୍ସିଜେନ ସଙ୍କଟ ଯୋଗୁ କାହାର ମୃତ୍ୟୁ ଘଟିନି ବୋଲି କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ୱେଭ ବେଳେ ଅକ୍ସିଜେନ ପାଇଁ ଲୋକଙ୍କ ମଧ୍ୟରେ କେଉଁ ଭଳି ହାହାକାର ସ୍ଥିତି ସୃଷ୍ଟି ହୋଇଥିଲା, ସେକଥା ସମସ୍ତେ ଜାଣିଛନ୍ତି। ଦେଶ ଠାରୁ ବିଶ୍ୱସ୍ତରୀୟ ଗଣମାଧ୍ୟମରେ ଅକ୍ସିଜେନ ଅଭାବ କଥା ପ୍ରକାଶ ପାଇଥିଲା।  ଅନେକ ରାଜ୍ୟରେ ଅକ୍ସିଜେନ ଅଭାବରୁ ଶହଶହ ଲୋକ ପ୍ରାଣ ହରାଇଥିବା ରିପୋର୍ଟ ସାମ୍ନାକୁ ଆସିଥିଲା। ହେଲେ ଆଜି କେନ୍ଦ୍ର ସରକାର ରାଜ୍ୟସଭାକୁ ଏ ସଂକ୍ରାନ୍ତରେ ସ୍ତବ୍ଧ କରିବା ଭଳି ରିପୋର୍ଟ ଦେଇଛନ୍ତି। କରୋନାର ଦ୍ୱିତୀୟ ୱେଭ ବେଳେ […]

Oxygen

Oxygen

Hemant Lenka
  • Published: Tuesday, 20 July 2021
  • Updated: 20 July 2021, 05:34 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ୱେଭ ବେଳେ ଅକ୍ସିଜେନ ପାଇଁ ଲୋକଙ୍କ ମଧ୍ୟରେ କେଉଁ ଭଳି ହାହାକାର ସ୍ଥିତି ସୃଷ୍ଟି ହୋଇଥିଲା, ସେକଥା ସମସ୍ତେ ଜାଣିଛନ୍ତି। ଦେଶ ଠାରୁ ବିଶ୍ୱସ୍ତରୀୟ ଗଣମାଧ୍ୟମରେ ଅକ୍ସିଜେନ ଅଭାବ କଥା ପ୍ରକାଶ ପାଇଥିଲା।  ଅନେକ ରାଜ୍ୟରେ ଅକ୍ସିଜେନ ଅଭାବରୁ ଶହଶହ ଲୋକ ପ୍ରାଣ ହରାଇଥିବା ରିପୋର୍ଟ ସାମ୍ନାକୁ ଆସିଥିଲା।

ହେଲେ ଆଜି କେନ୍ଦ୍ର ସରକାର ରାଜ୍ୟସଭାକୁ ଏ ସଂକ୍ରାନ୍ତରେ ସ୍ତବ୍ଧ କରିବା ଭଳି ରିପୋର୍ଟ ଦେଇଛନ୍ତି। କରୋନାର ଦ୍ୱିତୀୟ ୱେଭ ବେଳେ କୌଣସି ରୋଗୀ ନିର୍ଦ୍ଦିଷ୍ଟ ଭାବେ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇ ନାହାନ୍ତି। ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ରିପୋର୍ଟ ଦେଇ ନଥିବା କେନ୍ଦ୍ର ସରକାର ଗୃହକୁ ଅବଗତ କରାଇଛନ୍ତି।

କେନ୍ଦ୍ର ସରକାର କହିଛନ୍ତି, ଅକ୍ସିଜେନ ଅଭାବାରୁ କାହାର ମୃତ୍ୟୁ ଘଟିନାହିଁ। କିନ୍ତୁ ଦ୍ୱିତୀୟ ୱେଭର ପିକ୍‌ ବେଳେ ଅକ୍ସିଜେନର ଚାହିଦା ଆଶାତୀତ ଭାବେ ବଢ଼ିଥିଲା। ପ୍ରଥମ ୱେଭ ବେଳେ ୩୦୯୫ ମେଟ୍ରିକ ଟନ୍‌ ଆବଶ୍ୟକ ପଡ଼ୁଥିବା ବେଳେ ଦ୍ୱିତୀୟ ୱେଭ ବେଳେ ଏହା ପ୍ରାୟ ୯୦୦୦ ଏମଟିରେ ପହଞ୍ଚି ଯାଇଥିଲା।

ଏହି କାରଣରୁ କେନ୍ଦ୍ର ସରକାର ଅକ୍ସିଜେନ ଯୋଗାଣରେ ହସ୍ତକ୍ଷେପ କରି ସବୁ ରାଜ୍ୟକୁ ଆବଶ୍ୟକ ଅନୁଯାୟୀ ଅକ୍ସିଜେନ ଦେଇଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଦ୍ୱିତୀୟ ୱେଭ ବେଳେ କ’ଣ ଅକ୍ସିଜେନ ଅଭାବରୁ ଲୋକମାନେ ରାସ୍ତା ଓ ହସ୍ପିଟାଲରେ ପ୍ରାଣ ହରାଇଥିଲେ କି ବୋଲି ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପରବୀନ ପାୱାର କହିଛନ୍ତି, ସ୍ୱାସ୍ଥ୍ୟ ହେଉଛି ଗୋଟିଏ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବ୍ୟାପାର। ସେମାନେ ନିୟମିତ ଭାବେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟାର ତାଲିକା କେନ୍ଦ୍ରକୁ ପଠାନ୍ତି।

ମୃତ୍ୟୁର ତଥ୍ୟ ରିପୋର୍ଟ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଗାଇଡଲାଇନ ଜାରି ମଧ୍ୟ କରାଯାଇଛି। ଏହି ସମୟରେ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କୌଣସି ମୃତ୍ୟୁ ଅକ୍ସିଜେନ ଅଭାବରୁ ନିର୍ଦ୍ଦିଷ୍ଟ ଭାବେ ଘଟିଥିବାର ସୂଚନା ଦେଇ ନାହାନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos