ରାଜଧାନୀରେ ଲାଗୁ ହେବନି ଲକଡାଉନ, କିନ୍ତୁ ଲାଗିବ ନୂଆ କଟକଣା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିଲେ ହେଁ ଏଠାରେ କୌଣସି ପ୍ରକାରର ଲକଡାଉନ ଏବେ ଲାଗୁ ହେବନାହିଁ। ଲକଡାଉନର ସମ୍ଭାବନା ନଥିଲେ ହେଁ ରାଜଧାନୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଖୁବଶୀଘ୍ର ନୂଆ କଟକଣା ଲାଗୁ କରାଯିବ ବୋଲି ଆଜି ଖୋଦ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି। ସେହିପରି ଦିଲ୍ଲୀରେ ଆଉ ୭ରୁ ୧୦ ଦିନ ପାଇଁ ଟିକା ଷ୍ଟକ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଲୋକ ନାୟକ ଜୟ […]

lockdown

lockdown

Hemant Lenka
  • Published: Saturday, 10 April 2021
  • Updated: 10 April 2021, 04:47 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିଲେ ହେଁ ଏଠାରେ କୌଣସି ପ୍ରକାରର ଲକଡାଉନ ଏବେ ଲାଗୁ ହେବନାହିଁ। ଲକଡାଉନର ସମ୍ଭାବନା ନଥିଲେ ହେଁ ରାଜଧାନୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଖୁବଶୀଘ୍ର ନୂଆ କଟକଣା ଲାଗୁ କରାଯିବ ବୋଲି ଆଜି ଖୋଦ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି। ସେହିପରି ଦିଲ୍ଲୀରେ ଆଉ ୭ରୁ ୧୦ ଦିନ ପାଇଁ ଟିକା ଷ୍ଟକ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ ବାହାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ଯଦି ଆମକୁ ପର୍ଯ୍ୟାପ୍ତ ପରିମାଣ ଟିକା ମିଳିବ, ସବୁ ବର୍ଗର ଲୋକଙ୍କୁ ଟିକା ଦେବାକୁ ଅନୁମତି ଦିଆଯିବ ଓ ଅଧିକ ଟିକାକରଣ ସେଣ୍ଟର ଖୋଲିବାକୁ ଗ୍ରୀନ ସିଗ୍ନାଲ ମିଳିବ, ତା’ହେଲେ ଆମେ ୨ରୁ ୩ ମାସ ମଧ୍ୟରେ ପୂରା ଦିଲ୍ଲୀବାସୀଙ୍କ ଟିକାକରଣ ଶେଷ କରିଦେବୁ। ବର୍ତ୍ତମାନ ଆମ ପାଖରେ ୭ରୁ ୧୦ ଦିନ ପାଇଁ ଟିକା ରହିଛି। ସେହିପରି କରୋନା ସଂକ୍ରମଣ ବଢ଼ୁଥିଲେ ହେଁ ଏବେ ଦିଲ୍ଲୀରେ କୌଣସି ପ୍ରକାରର ଲକଡାଉନ ଲାଗୁହେବ ନାହିଁ। କିନ୍ତୁ ଖୁବଶୀଘ୍ର ଲୋକଙ୍କ ପାଇଁ ନୂଆ କଟକଣା ଲାଗୁ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।

ସେ ଆହୁରି କହିଛନ୍ତି, ଦିଲ୍ଲୀ ଏବେ କରୋନାର ୪ର୍ଥ ଲହରୀର ସମ୍ମୁଖୀନ ହେଉଛି। ଦିଲ୍ଲୀରେ ସଂକ୍ରମଣକୁ ରୋକିବା ହେଲେ ଟିକାକରଣ କାର୍ଯ୍ୟକ୍ରମ ଅଧିକ ତ୍ୱାରାନ୍ୱିତ କରିବାକୁ ପଡ଼ିବ। ସେହିପରି ହସ୍ପିଟାଲ ପରିଚାଳନାକୁ ଗୁରୁତ୍ୱ ଦେଇ ବିକଶତ କରିବାକୁ ହେବ। ଆଜି ଏଲଏନଜେପି ହସ୍ପିଟାଲରେ କରୋନା ସ୍ଥିତର ସମୀକ୍ଷା କରାଯାଇଛି। ହସ୍ପିଟାଲରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଖୁବଶୀଘ୍ର ପୂରଣ କରାଯିବ। ଆମେ ଦିଲ୍ଲୀବାସୀଙ୍କୁ ହଇରାଣ ହେବାକୁ କେବେ ବି ଦେବୁନାହିଁ।

ଗତବର୍ଷ ନଭେମ୍ବରରେ ଯେଉଁଭଳି ପ୍ରସ୍ତୁତି କରାଯାଇଥିଲା ଏବେ ଦିଲ୍ଲୀ ସରକାର ଓ ଏଠାରେ ଥିବା ସମସ୍ତ ହସ୍ପିଟାଲ ଅନୁରୂପ ପଦକ୍ଷେପ ଗ୍ରହଣ କରିଛନ୍ତି। ତୃତୀୟ ଲହରୀ ବେଳେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଯେମିତି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ, ଏବେ ବି ସମାନ ଢଙ୍ଗରେ କାର୍ଯ୍ୟ କରି ସଫଳତା ପାଇବେ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। କେଜ୍ରିୱାଲଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ରାଘବ ଚଢ଼ା ମଧ୍ୟ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos