ଟିକାର ମିକ୍ସିଂ ଓ କୋଭିସିଲ୍ଡର ସିଙ୍ଗଲ ଡୋଜକୁ କେନ୍ଦ୍ର ସରକାରଙ୍କ ନା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କୋଭିସିଲ୍ଡ ଟିକାର ସିଙ୍ଗଲ ଡୋଜ୍‌ର ବ୍ୟବହାର ହେବ ନାହିଁ। ସେହିପରି କରୋନା ଟିକାର ମିକ୍ସିଂ ମଧ୍ୟ କଦାପି କରାଯିବ ନାହିଁ। ପୂର୍ବ ପ୍ରୋଟକଲ ଅନୁଯାୟୀ, ଜଣେ ବ୍ୟକ୍ତି କୋଭାକ୍ସିନ କିମ୍ବା କୋଭିସିଲ୍ଡର ଦୁଇଟି ଡୋଜ୍‌ ନେଇପାରିବେ। ମିକ୍ସିଂ ଟିକାର ପରୀକ୍ଷା ଶେଷ ହେବା ପରେ ନିୟମରେ ପରିବର୍ତ୍ତନ କରାଯିବ। ସେ ଯାଏ କୋଭାକ୍ସିନ ସହ କୋଭିସିଲ୍ଡ କିମ୍ବା କୋଭିସିଲ୍ଡ ସହ କୋଭାକ୍ସିନ ଟିକାର ଡୋଜକୁ ମିଶ୍ରଣ କରାଯାଇ ପାରିବ ନାହିଁ ବୋଲି ଆଜି […]

Covaxin

Covaxin

Hemant Lenka
  • Published: Tuesday, 01 June 2021
  • Updated: 01 June 2021, 07:00 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କୋଭିସିଲ୍ଡ ଟିକାର ସିଙ୍ଗଲ ଡୋଜ୍‌ର ବ୍ୟବହାର ହେବ ନାହିଁ। ସେହିପରି କରୋନା ଟିକାର ମିକ୍ସିଂ ମଧ୍ୟ କଦାପି କରାଯିବ ନାହିଁ। ପୂର୍ବ ପ୍ରୋଟକଲ ଅନୁଯାୟୀ, ଜଣେ ବ୍ୟକ୍ତି କୋଭାକ୍ସିନ କିମ୍ବା କୋଭିସିଲ୍ଡର ଦୁଇଟି ଡୋଜ୍‌ ନେଇପାରିବେ। ମିକ୍ସିଂ ଟିକାର ପରୀକ୍ଷା ଶେଷ ହେବା ପରେ ନିୟମରେ ପରିବର୍ତ୍ତନ କରାଯିବ। ସେ ଯାଏ କୋଭାକ୍ସିନ ସହ କୋଭିସିଲ୍ଡ କିମ୍ବା କୋଭିସିଲ୍ଡ ସହ କୋଭାକ୍ସିନ ଟିକାର ଡୋଜକୁ ମିଶ୍ରଣ କରାଯାଇ ପାରିବ ନାହିଁ ବୋଲି ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

ନୀତି ଆୟୋଗ ସଦସ୍ୟ ତଥା ସରକାରଙ୍କ କରୋନା ପରାମର୍ଶଦାତା ଡା ଭିକେ ପଲ କହିଛନ୍ତି, “କୋଭିସିଲ୍ଡ ପୂର୍ବ ଭଳି ଦୁଇଟି ଡୋଜ୍ ରହିବ। ଏଥିରେ କୌଣସି ପ୍ରକାରର ପରବର୍ତ୍ତନ କରାଯାଇ ନାହିଁ। କୋଭିସିଲ୍ଡର ସିଙ୍ଗଲ ଡୋଜ୍ ଟିକା ସମ୍ପର୍କରେ ଏଯାଏ କୌଣସି ନିଷ୍ପତ୍ତି ହୋଇନାହିଁ। ସେହିପରି ଟିକାର ମିକ୍ସିଂକୁ ନେଇ ମଧ୍ୟ ବିଭିନ୍ନ ପ୍ରକାରର ପ୍ରଶ୍ନ କରାଯାଉଛି।

ଯେଉଁ ପର୍ଯ୍ୟନ୍ତ ଟିକାର ମିକ୍ସିଂକୁ ନେଇ କୌଣସି ବୈଜ୍ଞାନିକ ଫଳାଫଳ ଆସିନାହିଁ, ସେ ଯାଏ ଏହି ନିୟମରେ କୌଣସି ପରିବର୍ତ୍ତନ ହେବନାହିଁ। ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଦୁଇଟି ଡୋଜ୍ ହିଁ ଲୋକଙ୍କୁ ଦିଆଯିବ। ମକ୍ସିଂ ଟିକା କେତେ ଫଳପ୍ରଦ ଏହାର ଗଭୀର ପରୀକ୍ଷା କରାଯିବା ଉଚିତ।

ସରକାର କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣରେ କୌଣସି ପରିବର୍ତ୍ତନ କରିନାହାନ୍ତି। ପୂର୍ବଭଳି କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍‌ ଓ ଦ୍ୱିତୀୟ ଡୋଜ୍‌ ମଧ୍ୟରେ ବ୍ୟବଧାନ ୧୨ ସପ୍ତାହ ରହିଥିବା ବେଳେ କୋଭାକ୍ସିନର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାଦ ୪ରୁ ୬ ସପ୍ତାହ ରହିଛି।

ଏହା ଆଗକୁ ମଧ୍ୟ ଜାରି ରହିବ। ଟିକାକରଣକୁ ନେଇ କେହି ବି ଦ୍ୱନ୍ଦ୍ୱ ସୃଷ୍ଟି କରିବା କଥା ନୁହେଁ। ଟିକାର ମିକ୍ସିଂକୁ ନେଇ କୌଣସି ପ୍ରକାରର ପରୀକ୍ଷା ମୂଳକ ରେଜଲ୍ଟ ଆସିନି। ବରଂ ଏହା ଦ୍ୱାରା ଗୁରୁତର କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ତେଣୁ କେହି ବି ମିଶ୍ରଣ ଟିକା ନିଅନ୍ତୁ ନାହିଁ।”

ନିକଟରେ କିଛି ଗଣମାଧ୍ୟମ ସରକାରୀ ସୂତ୍ରରୁ ଟିକାକରଣ ନିୟମରେ ପରିବର୍ତ୍ତନ ହେବ ବୋଲି ଖବର ପ୍ରକାଶ କରିଥିଲେ। ଏହି ରିପୋର୍ଟରେ କୁହାଯାଇଥିଲା ଯେ ସରକାର ଖୁବଶୀଘ୍ର କୋଭିସିଲ୍ଡର ସିଙ୍ଗଲ ଡୋଜ୍‌ ଟିକାକରଣ ନିୟମ ପ୍ରଣୟନ କରିବେ। ସେହିପରି ଟିକାର ମିକ୍ସିଂ ମଧ୍ୟ କରାଯାଇ ଲୋକଙ୍କୁ ଦିଆଯାଇପାରିବ। ମାସକ ମଧ୍ୟରେ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଥିଲା। ଏହି ରିପୋର୍ଟ ପରେ ଆଜି ଭିକେ ପଲ ସ୍ପଷ୍ଟୀକରଣ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story