ପରମବୀରଙ୍କ ବିରୋଧରେ ଜାରି ଗିରଫ ପରୱାନା ଖାରଜ

ମୁମ୍ବାଇ: ବଟି ଆଦାୟକ ମାମଲାରେ ଫସିଥିବା ମୁମ୍ବାଇର ପୂର୍ବତନ ପୁଲିସ୍‌ ମୁଖ୍ୟ ପରମବୀର ସିଂହ ଶେଷରେ ତଦନ୍ତରେ ସହଯୋଗ କରିଛନ୍ତି। ଦୀର୍ଘ ମାସ ଧରି ସେ ଫେରାର ଥିବାରୁ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ହେଲେ ଏବେ ସେ ତଦନ୍ତରେ ସହଯୋଗ କରୁଥିବାରୁ ଏହା ଖାରଜ ହୋଇଯାଇଛି। କୋର୍ଟ ଏହାକୁ ଖାରଜ କରି ଦୁଇଟି ସର୍ତ୍ତ ରଖିଛନ୍ତି। ସେ ୧୫ ହଜାର ଟଙ୍କାର ବଣ୍ଡ ଦାଖଲ କରିବେ। ସେହିପରି ଯେତେବେଳେ ତଦନ୍ତକାରୀ […]

Param-Bir

Param-Bir

Hemant Lenka
  • Published: Friday, 26 November 2021
  • Updated: 26 November 2021, 06:29 PM IST

Sports

Latest News

ମୁମ୍ବାଇ: ବଟି ଆଦାୟକ ମାମଲାରେ ଫସିଥିବା ମୁମ୍ବାଇର ପୂର୍ବତନ ପୁଲିସ୍‌ ମୁଖ୍ୟ ପରମବୀର ସିଂହ ଶେଷରେ ତଦନ୍ତରେ ସହଯୋଗ କରିଛନ୍ତି। ଦୀର୍ଘ ମାସ ଧରି ସେ ଫେରାର ଥିବାରୁ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ହେଲେ ଏବେ ସେ ତଦନ୍ତରେ ସହଯୋଗ କରୁଥିବାରୁ ଏହା ଖାରଜ ହୋଇଯାଇଛି। କୋର୍ଟ ଏହାକୁ ଖାରଜ କରି ଦୁଇଟି ସର୍ତ୍ତ ରଖିଛନ୍ତି। ସେ ୧୫ ହଜାର ଟଙ୍କାର ବଣ୍ଡ ଦାଖଲ କରିବେ। ସେହିପରି ଯେତେବେଳେ ତଦନ୍ତକାରୀ ଅଧିକାରୀ ଡାକିବେ ପରମବୀର ସେତେବେଳେ ସହଯୋଗ କରିବାକୁ ହାଜର ହେବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

ବ୍ୟବସାୟୀ କେତନ ତାନ୍ନା ଓ ସୋନୁ ଜଲାନଙ୍କ ଠାରୁ ବଟି ଆଦାୟ ଅଭିଯୋଗରେ ଥାନେ କୋର୍ଟ ଏପରି ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ସୋନୁ ମହାରାଷ୍ଟ୍ର ଡିଜିପିଙ୍କୁ ଚିଠି ଲେଖି କହିଥିଲେ ଯେ ପରମବୀର ସିଂହ ଓ ଅନ୍ୟ ପୁଲିସ୍‌ ଅଧିକାରୀମାନେ ତାଙ୍କ ଠାରୁ ୩.୪୫ କୋଟି ଟଙ୍କାର ବଟି ଆଦାୟ କରିଛନ୍ତି।

ସେହିପରି କେତନ ଓ ଅନ୍ୟ ଜଣେ ବ୍ୟବସାୟୀ ମୁନିରଅହମଦ ପଠାନଙ୍କୁ ମିଥ୍ୟା କେସ୍‌ରେ ଫସାଇ ପରମବୀର କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିଲା। କିନ୍ତୁ ପରମବୀର ତଦନ୍ତରେ ସହଯୋଗ କରି ନଥିଲେ। ଏଥିପାଇଁ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯିବା ସହ ତାଙ୍କୁ ପଳାତକ ମଧ୍ୟ ଘୋଷଣା କରାଯାଇଥିଲା।

ଏସବୁ ଭିତରେ ସୁପ୍ରିମକୋର୍ଟ ପରମବୀରଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିଲେ। କିନ୍ତୁ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ କହିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ପରମବୀର ଗୁରୁବାର ମୁମ୍ବାଇରେ ପହଞ୍ଚି ତଦନ୍ତରେ ସହଯୋଗ କରିବା ଆରମ୍ଭ କରିଛନ୍ତି। ଗତକାଲି ତାଙ୍କୁ ମୁମ୍ବାଇ ପୁଲିସ ଦୀର୍ଘ ୬ ଘଣ୍ଟା କାଳ ମାରାଥନ ଜେରା କରିଥିଲା।

ଆଜି ପରମବୀର ଏସପ୍ଲାନେଡ କୋର୍ଟରେ ଗିରଫ ପରୱାନକୁ ଖାରଜ କରିବାକୁ ଆବେଦନ କରିଥିଲେ। ଏଥିସହ ତାଙ୍କୁ ପଳାତକ ଘୋଷଣା କରାଯାଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos