ପୁଲୱାମାରେ ଆତଙ୍କୀ ହମଲା, ଜଣେ ପ୍ରବାସୀ ଶ୍ରମିକ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ଆଜି ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ ଜଣେ ପ୍ରବାସୀ ମୁସଲିମ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ କହିଛି ଯେ ଆଜି ସନ୍ଧ୍ୟାରେ କିଛି ଆତଙ୍କବାଦୀ ଗାଦୋରା ଅଞ୍ଚଳରେ ୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ୨ ଜଣ ଆହତ […]

Target

Target

Hemant Lenka
  • Published: Thursday, 04 August 2022
  • Updated: 04 August 2022, 10:38 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ଆଜି ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ ଜଣେ ପ୍ରବାସୀ ମୁସଲିମ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ କହିଛି ଯେ ଆଜି ସନ୍ଧ୍ୟାରେ କିଛି ଆତଙ୍କବାଦୀ ଗାଦୋରା ଅଞ୍ଚଳରେ ୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ଼ କରିଛନ୍ତି।

ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ଖବର ପାଇ ସେନା ଓ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ସେତେବେଳେକୁ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି।

ପ୍ରାଣ ହରାଇଥିବା ଶ୍ରମିକଙ୍କ ନାଁ ମହମ୍ମଦ ମୁମତାଜ। ତାଙ୍କ ଘର ବିହାରର ସକୱା ପାରସାରେ। ଆହତ ମହମ୍ମଦ ଆରିଫ ଓ ମହମ୍ମଦ ମଜବୋଲ ବିହାରର ରାମପୁର ବାସିନ୍ଦା। ସେମାନେ ଏଠାରେ କିଛି ମାସ ହେଲା କାମ କରୁଥିଲେ। ହେଲେ ଆଜି ସେମାନଙ୍କ ଉପରେ ହମଲା ହୋଇଛି। ଆହତ ଦୁଇ ଶ୍ରମିକଙ୍କ ଅବସ୍ଥା ସ୍ଥିର ଥିବା ପୁଲିସ କହିଛି।

ଜମ୍ମୁ-କଶ୍ମୀରୁ ଧାରା ୩୭୦ ଉଚ୍ଛେଦର ଆସନ୍ତାକାଲି ବର୍ଷପୂର୍ତ୍ତି। ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦କୁ ଉଚ୍ଛେଦ କରାଯାଇଥିଲା। ଆସନ୍ତାକାଲି ବର୍ଷପୂର୍ତ୍ତି ଥିବାରୁ ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତଥାପି ଏହାର ଦିନକ ପୂର୍ବରୁ ଆତଙ୍କବାଦୀମାନେ ହମଲା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos