୭ ମାସ ହେଲା ମିଳୁ ନଥିଲା ଦରମା, ବିଷ ପିଇଦେଲେ ୭ କର୍ମଚାରୀ

ଭୋପାଳ: ଦୀର୍ଘ ୭ ମାସ ହେଲା କାମ କରୁଥିଲେ ମଧ୍ୟ ଦରମା ମିଳୁ ନଥିଲା। ଏଥିପାଇଁ ପରିବାର ସହ ନିଜେ ଚଳିବା ଗୋଟିଏ ଘରୋଇ କମ୍ପାନୀର କର୍ମଚାରୀଙ୍କ ପାଇଁ କାଠିକର ପାଠ ହୋଇଥିଲା। ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ କମ୍ପାନୀର ୭ ଜଣ କର୍ମଚାରୀ ଏକାସାଙ୍ଗରେ ବିଷ ପିଇ ଦେଇଛନ୍ତି। ଏହି ୭ ଜଣ କର୍ମଚାରୀ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଗୋଟିଏ ଘରୋଇ କମ୍ପାନୀର ଫ୍ୟାକ୍ଟ୍ରୀରେ କାମ କରନ୍ତି। ସେମାନେ ଗୁରୁବାର ଫ୍ୟାକ୍ଟ୍ରୀ ଭିତରେ […]

hospital

hospital

Hemant Lenka
  • Published: Friday, 02 September 2022
  • Updated: 02 September 2022, 08:40 AM IST

Sports

Latest News

ଭୋପାଳ: ଦୀର୍ଘ ୭ ମାସ ହେଲା କାମ କରୁଥିଲେ ମଧ୍ୟ ଦରମା ମିଳୁ ନଥିଲା। ଏଥିପାଇଁ ପରିବାର ସହ ନିଜେ ଚଳିବା ଗୋଟିଏ ଘରୋଇ କମ୍ପାନୀର କର୍ମଚାରୀଙ୍କ ପାଇଁ କାଠିକର ପାଠ ହୋଇଥିଲା। ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ କମ୍ପାନୀର ୭ ଜଣ କର୍ମଚାରୀ ଏକାସାଙ୍ଗରେ ବିଷ ପିଇ ଦେଇଛନ୍ତି।

ଏହି ୭ ଜଣ କର୍ମଚାରୀ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଗୋଟିଏ ଘରୋଇ କମ୍ପାନୀର ଫ୍ୟାକ୍ଟ୍ରୀରେ କାମ କରନ୍ତି। ସେମାନେ ଗୁରୁବାର ଫ୍ୟାକ୍ଟ୍ରୀ ଭିତରେ ହିଁ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି।

ତେବେ ସେମାନଙ୍କୁ ଠିକଣା ସମୟରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାରୁ ସମସ୍ତଙ୍କ ଜୀବନ ରକ୍ଷା ପାଇଯାଇଛି। ୭ ମାସ ହେଲା କର୍ମଚାରୀମାନଙ୍କୁ ସେମାନଙ୍କ ଦରମା ଠିକ ଭାବେ ମିଳୁ ନଥିଲା। କମ୍ପାନୀ ଦରମା ଦେଉ ନଥିବା ବେଳେ ସେମାନଙ୍କୁ ଆଉ ଗୋଟିଏ ବ୍ରାଞ୍ଚକୁ ବଦଳି କରି ଦିଆଯାଇଥିଲା। ବିଷ ପିଇଥିବା କର୍ମଚାରୀମାନଙ୍କ ଜଣେ ସହଯୋଗୀ ଅନୀଲ ନିଗମ କହିଛନ୍ତି, “ବିଗିତ କିଛି ମାସ ହେଲାଣି କମ୍ପାନୀ ମ୍ୟାନେଜମେଣ୍ଟ ଆମକୁ ଦରମା ଦେଉନାହିଁ। ଏଥିପାଇଁ ଆମେ ଚଳିବାରେ ବହୁତ କଷ୍ଟ ଅନୁଭବ କରୁଛି। ଏହି ଚାପକୁ ସହି ନ ପାରି ଆମର ୭ ଜଣ ବନ୍ଧୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।”

ବରିଷ୍ଠ ପୁଲିସ୍‌ ଅଧିକାରୀ ଅଜୟ ସିଂହ କୁଶୱା କହିଛନ୍ତି, ଫ୍ୟାକ୍ଟ୍ରୀ କର୍ମଚାରୀ ଓ ଶ୍ରମିକମାନଙ୍କୁ ୭ ମାସ ହେଲା ଦରମା ଦିଆଯାଇ ନଥିବା ଜଣାପଡ଼ିଛି। ଏମାନେ ସମସ୍ତେ ମଡୁଲାର କିଚିନ୍ସ ପାଇଁ ଆବଶ୍ୟକ କଞ୍ଚାମାଲ ପ୍ରସ୍ତୁତ କାମରେ ନିୟୋଜିତ ଥିଲେ। ସେମାନଙ୍କୁ ଦରମା ଦିଆଯାଉ ନଥିବା ବେଳେ ସମସ୍ତଙ୍କୁ ବାନଗଙ୍ଗା ସ୍ଥିତ ଆଉ ଗୋଟିଏ ଫ୍ୟାକ୍ଟ୍ରୀକୁ ବଦଳି କରାଯାଇଥିଲା। ଏଥିପାଇଁ ୭ ଜଣ କର୍ମଚାରୀ ବିଷ ପିଇ ଦେଇଥିଲେ। ଏବେ ପୁଲିସ ଘଟଣାର ତଦନ୍ତ କରୁଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ କମ୍ପାନୀ ମ୍ୟାନେଜମେଣ୍ଟ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିନାହିଁ। ଫ୍ୟାକ୍ଟ୍ରୀରେ କାମ ହେଉଥିଲେ ମଧ୍ୟ କାହିଁକି କମ୍ପାନୀ ତା’ର କର୍ମଚାରୀଙ୍କୁ ଦରମା ଦେଉ ନଥିଲା, ସେକଥା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos