କମୁଛି ସଂକ୍ରମଣ, କିନ୍ତୁ ଏବେ ବି ପାର୍ଟି କରିବାର ସମୟ ଆସିନି

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ମଧ୍ୟ ସଂକ୍ରମଣ କମୁଥିବାରୁ ସେଠାରେ ଅନଲକ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସଂକ୍ରମଣ କମୁଥିଲେ ହେଁ ଏବେ ବି ପାର୍ଟି କରିବାର ସମୟ ଆସିନି। ସମସ୍ତଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି। ଏଥିସହ ଖୁବଶୀଘ୍ର ଜାତୀୟ ସେରୋସର୍ଭେ ଆରମ୍ଭ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ନୀତି ଆୟୋଗ ସଦସ୍ୟ ଡା ଭିକେ ପଲ କହିଛନ୍ତି, […]

Corona

Corona

Hemant Lenka
  • Published: Friday, 11 June 2021
  • Updated: 11 June 2021, 06:44 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ମଧ୍ୟ ସଂକ୍ରମଣ କମୁଥିବାରୁ ସେଠାରେ ଅନଲକ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସଂକ୍ରମଣ କମୁଥିଲେ ହେଁ ଏବେ ବି ପାର୍ଟି କରିବାର ସମୟ ଆସିନି। ସମସ୍ତଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି। ଏଥିସହ ଖୁବଶୀଘ୍ର ଜାତୀୟ ସେରୋସର୍ଭେ ଆରମ୍ଭ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ନୀତି ଆୟୋଗ ସଦସ୍ୟ ଡା ଭିକେ ପଲ କହିଛନ୍ତି, ଆମେ ଏବେ ଅନଲକ ଓ ସ୍ଥିତି ସ୍ୱାଭାବିକ କରିବା ଦିଗରେ ବଢ଼ୁଛେ। କିନ୍ତୁ ଏହି ସମୟରେ ଆମେ ଯଦି ସତର୍କ ନ ରହିବା ଓ କରୋନା କଟକଣାକୁ ନ ମାନିବା, ତା’ହେଲେ ବହୁତ ଅସୁବିଧା ହେବ। ଆମେ ବାରମ୍ବାର ଏକଥା କହି ଆସୁଛୁ।

ଆମକୁ ମାସ୍କ ପରିଧାନ ଓ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ରାଜ୍ୟ ସରକାରମାନେ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଦରକାର। ସଂକ୍ରମଣ କମିଥିଲେ ହେଁ ଏଯାଏ ପାର୍ଟି କରିବାର ସମୟ ଆସିନାହିଁ। ସବୁବେଳେ ସମସ୍ତେ ମାସ୍କ ପିନ୍ଧନ୍ତୁ।

ସଂକ୍ରମଣର ଗତି, ଏହାର ଭୟାବହତା ଓ ଗତିବିଧିକୁ ଦୃଷ୍ଟିରେ ରଖି ଆମକୁ ରାଜ୍ୟସ୍ତରୀୟ ସେରସର୍ଭେ ମଧ୍ୟ କରିବାକୁ ପଡ଼ିବ। ଏହାର ନିଷ୍ପତ୍ତି ଜିଲ୍ଲା ଓ ରାଜ୍ୟସ୍ତରରେ ହେବା ଉଚିତ। ହଟସ୍ପଟ ବ୍ୟତୀତ ଆଉ ସବୁ ସ୍ଥାନରେ ଅନଲକ ହୋଇପାରିବ। ସର୍ଭେଲାନ୍ସ ତଥ୍ୟ ସଂଗ୍ରହ କରିବା ସହ ସିକ୍ୱେନ୍ସିଂ ମଧ୍ୟ କରିବାକୁ ହେବ। ବର୍ତ୍ତମାନ ମହାମାରୀର କେଉଁ ଢାଞ୍ଚା ଚାଲିଛି, ତା’କୁ ଦେଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଟିକା ସମ୍ପର୍କରେ ଡା ପଲ କହିଛନ୍ତି, ଏବେ ଟିକାର ଉପଲବ୍ଧତା ବୃଦ୍ଧି ପାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କୋର୍ଡିନେସନ ମଧ୍ୟ ବୃଦ୍ଧି ହେବ। ଯେଉଁମାନେ ଟିକାର ପ୍ରଥମ ଡୋଜ ନେଇଛନ୍ତି, ସେମାନେ ଦ୍ୱିତୀୟ ଡୋଜ୍‌ ନିଅନ୍ତୁ। ଅନେକ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା ଓ ବୟସ୍କ ବ୍ୟକ୍ତିମାନେ ଏଯାଏ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି। ଦ୍ୱିତୀୟ ଡୋଜ୍‌ ନେବା ସେମାନଙ୍କର ଦାୟିତ୍ୱ। ସେମାନେ ଦ୍ୱିତୀୟ ଡୋଜ୍‌ ନେବାକୁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos