କଲବଲ କଲାଣି କରୋନା: କେବଳ ସଂକ୍ରମଣ ନୁହେଁ, ମୃତ୍ୟୁସଂଖ୍ୟା ବି ବଢ଼ୁଛି

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରୀ ଏବେ ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସଂକ୍ରମଣ ସହ ମୃତ୍ୟୁହାର ତାଳ ଦେଇ ବଢ଼ିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। କରୋନାର ପ୍ରଥମ ଲହରୀ ଯେତିକି ବିପର୍ଯ୍ୟୟ ସୃଷ୍ଟି କରି ନଥିଲା, ଦ୍ୱିତୀୟ ଲହରୀ ଖୁବ କମ ଦିନରେ ତା’ଠାରୁ ଅଧିକ କ୍ଷତି ଘଟଲାଣି। କରୋନାର ଦ୍ୱିତୀୟ ଲହରୀ ଭାରତରେ ପ୍ରବେଶ କରିବା ପରେ ପ୍ରଥମ କିଛି ସପ୍ତାହ କେବଳ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା।  ମୃତ୍ୟୁସଂଖ୍ୟା ପୂର୍ବଭଳି ସ୍ଥିର ରହିଥିଲା। […]

corona

corona

Hemant Lenka
  • Published: Tuesday, 06 April 2021
  • Updated: 06 April 2021, 03:15 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରୀ ଏବେ ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସଂକ୍ରମଣ ସହ ମୃତ୍ୟୁହାର ତାଳ ଦେଇ ବଢ଼ିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। କରୋନାର ପ୍ରଥମ ଲହରୀ ଯେତିକି ବିପର୍ଯ୍ୟୟ ସୃଷ୍ଟି କରି ନଥିଲା, ଦ୍ୱିତୀୟ ଲହରୀ ଖୁବ କମ ଦିନରେ ତା’ଠାରୁ ଅଧିକ କ୍ଷତି ଘଟଲାଣି।

କରୋନାର ଦ୍ୱିତୀୟ ଲହରୀ ଭାରତରେ ପ୍ରବେଶ କରିବା ପରେ ପ୍ରଥମ କିଛି ସପ୍ତାହ କେବଳ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା।  ମୃତ୍ୟୁସଂଖ୍ୟା ପୂର୍ବଭଳି ସ୍ଥିର ରହିଥିଲା। କିନ୍ତୁ ପରିସ୍ଥିତି ଗତ ୪ ସପ୍ତାହ ମଧ୍ୟରେ ବଦଳି ଯାଇଛି। ମାର୍ଚ୍ଚ ୮ରୁ କରୋନା ସଂକ୍ରମଣ ଭଳି ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯଦି ଆମେ ଗତ ୭ ଦିନର ସଂକ୍ରମଣ ଓ ମୃତ୍ୟୁସଂଖ୍ୟାକୁ ବିଚାରକୁ ନେବା ତା’ହେଲେ ଏଥିରେ ୩୪୫% ବୃଦ୍ଧି ଘଟିଛି।

ଦୈନିକ ମୃତ୍ୟୁସଂଖ୍ୟା(ଗତ ୭ ଦିନର ହାରାହାରି) ମାର୍ଚ୍ଚ ୮ରେ ୯୬ ଥିବା ବେଳେ ଏପ୍ରିଲ ୪ ସୁଦ୍ଧା ଏହା ୪୨୫ରେ ପହଞ୍ଚି ଯାଇଛି। ଏହାର ଅର୍ଥ ଏହି ସମୟସୀମା ମଧ୍ୟରେ ମୃତ୍ୟୁସଂଖ୍ୟା ୪.୫ ଗୁଣ ବୃଦ୍ଧି ପାଇଛି। ଏହି ସମୟରେ କରୋନା ସଂକ୍ରମଣ ମଧ୍ୟ ସମାନ ଅନୁପାତରେ ବଢ଼ିଛି।

ଫେବୃଆରୀ ୮ରୁ ମାର୍ଚ୍ଚ ୮ କଥା ବିଚାରକୁ ନେଲେ ଦୈନିକ ସଂକ୍ରମଣ ପ୍ରାୟ ୫୦% ବଢ଼ିଥିଲା। ହେଲେ ମୃତ୍ୟୁସଂଖ୍ୟା ପୂର୍ବଭଳି ସ୍ଥିର ରହିଥିଲା। ଏବେ ମୃତ୍ୟୁସଂଖ୍ୟା କରୋନାର ପ୍ରଥମ ଲହର ତୁଳନାରେ ଅଧିକ ରହିଛି। ଗତ ସପ୍ତାହ ବା ମାର୍ଚ୍ଚ ୨୯ରୁ ଏପ୍ରିଲ ୪ ମଧ୍ୟରେ କରୋନା ମୋଟ ୨୯୭୪ ଜଣଙ୍କ ଜୀବନ ନେଇଛି। ଏହାର ପୂର୍ବ ସପ୍ତାହରେ ମୃତ୍ୟୁସଂଖ୍ୟା ୧୮୭୫ ଥିଲା। ଏହାର ଅର୍ଥ ସପ୍ତାହକ ମଧ୍ୟରେ ମୃତ୍ୟୁସଂଖ୍ୟା ୫୯% ବଢ଼ିଛି। ପୂର୍ବ ୭ ଦିନ ତୁଳନାରେ ଗତ ୭ ଦିନରେ ଅଧିକ ୧୧୦୦ ଲୋକ ପ୍ରାଣ ହରାଇଛନ୍ତି। କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ସପ୍ତାହରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିନଥିଲା।

ତେଣୁ କରୋନାର ଦ୍ୱିତୀୟ ଲହର ଦେଶରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଉଭୟ ମୃତ୍ୟୁସଂଖ୍ୟା ଓ ସଂକ୍ରମିତ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦେଶରେ ଆଉ ୯୬,୫୧୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି କରୋନା ୪୪୫ ଜଣଙ୍କ ମୁଣ୍ଡ ନେଇଛି। କ୍ରମାଗତ ୬ଷ୍ଠ ଦିନ ପାଇଁ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୪ ଶହ ପାର କରିଛି। ମହାରାଷ୍ଟ୍ର, ଛତିଶଗଡ଼ ଓ ପଞ୍ଜାବର କରୋନା ସ୍ଥିତି ସବୁଠାରୁ ଅଧିକ ଭୟଙ୍କର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos