ମିଳିଲାନି ଭେଣ୍ଟିଲେଟର, କରୋନାରେ ଚାଲିଗଲା ଏନଏସ୍‌ଜି କମାଣ୍ଡୋଙ୍କ ଜୀବନ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରି ଦେଶର ସୁରକ୍ଷା କରୁଥିବା ଜଣେ ଏନଏସ୍‌ଜି କମାଣ୍ଡୋ କରୋନା ଆଗରେ ହାରି ଯାଇଛନ୍ତି। ପ୍ରଥମଥର ପାଇଁ ଏନଏସ୍‌ଜିର କୌଣସି କମାଣ୍ଡୋ କରୋନାରେ ଆଖିବୁଜିବାର ଘଟଣା ଆଜି ସାମ୍ନାକୁ ଆସିଛି। କେନ୍ଦ୍ରୀୟ ଆର୍ମଡ ପୁଲିସ୍‌ ଫୋର୍ସ(ସିଏପିଏଫ) ହସ୍ପିଟାଲରେ ଏନଏସଜି କମାଣ୍ଡୋ ବିକେ ଝା ଆଜି ସକାଳେ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଠିକ୍‌ ସମୟରେ ତାଙ୍କର ଚିକିତ୍ସା ପାଇଁ ସିଏପିଏଫ ହସ୍ପିଟାଲରେ ଭେଣ୍ଟିଲେଟର ନ ମିଳିବାରୁ ତାଙ୍କର ମୃତ୍ୟୁ ଘଟିଥିବା […]

BK-Jha

BK-Jha

Hemant Lenka
  • Published: Wednesday, 05 May 2021
  • Updated: 05 May 2021, 06:57 PM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରି ଦେଶର ସୁରକ୍ଷା କରୁଥିବା ଜଣେ ଏନଏସ୍‌ଜି କମାଣ୍ଡୋ କରୋନା ଆଗରେ ହାରି ଯାଇଛନ୍ତି। ପ୍ରଥମଥର ପାଇଁ ଏନଏସ୍‌ଜିର କୌଣସି କମାଣ୍ଡୋ କରୋନାରେ ଆଖିବୁଜିବାର ଘଟଣା ଆଜି ସାମ୍ନାକୁ ଆସିଛି। କେନ୍ଦ୍ରୀୟ ଆର୍ମଡ ପୁଲିସ୍‌ ଫୋର୍ସ(ସିଏପିଏଫ) ହସ୍ପିଟାଲରେ ଏନଏସଜି କମାଣ୍ଡୋ ବିକେ ଝା ଆଜି ସକାଳେ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଠିକ୍‌ ସମୟରେ ତାଙ୍କର ଚିକିତ୍ସା ପାଇଁ ସିଏପିଏଫ ହସ୍ପିଟାଲରେ ଭେଣ୍ଟିଲେଟର ନ ମିଳିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

୫୪ ବର୍ଷୀୟ ଗ୍ରୁପ କମାଣ୍ଡର(କୋର୍ଡିନେସନ) ବିକେ ଝା ଏପ୍ରିଲ ୧୯ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସିଏପିଏଫ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ହସ୍ପିଟାଲ ସ୍ୱତନ୍ତ୍ର ଭାବେ ଯବାନଙ୍କ ଚିକିତ୍ସା ପାଇଁ ତିଆରି କରାଯାଇଛି।

ସେଠାରେ ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ୍‌ ସେ ଅସହଜ ଅନୁଭବ କରିଥିଲେ। ତାଙ୍କୁ ଭେଣ୍ଟିଲେଣ୍ଟରେ ରଖିବାର ଆବଶ୍ୟକ ପଡ଼ିଥିଲା। କିନ୍ତୁ ହସ୍ପିଟାଲରେ ଥିବା ଦୁଇଟି ଯାକ ଭେଣ୍ଟଲେଟର କାମ କରିବା ବନ୍ଦ କରିଦେଇଥିଲା।


ଏଥିପାଇଁ ଏନଏସ୍‌ଜି ପକ୍ଷରୁ ଏମ୍ସକୁ ଯୋଗାଯୋଗ କରାଯାଇଥିଲା। ସେଠାକାର କର୍ତ୍ତୃପକ୍ଷ ମଧ୍ୟ ଏତେ କମ ସମୟରେ ଭେଣ୍ଟିଲେଟର ଯୋଗାଡ଼ ଅସମ୍ଭବ ବୋଲି କହିଥିଲେ। ଶେଷରେ ଫୋରଟିସ ହସ୍ପିଟାଲରେ ବିକେ ଝାଙ୍କ ପାଇଁ ଭେଣ୍ଟିଲେଣ୍ଟର ମିଳିଥିଲା। ଏବେ ସୁରକ୍ଷିତ ଭାବେ ବିକେ ଝାଙ୍କୁ ହସ୍ପିଟାଲ ପଠାଇବା ଏନଏସ୍‌ଜି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

ହସ୍ପିଟାଲ ପାଖରେ କୌଣସି ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ନଥିବାରୁ ସମସ୍ତେ ଚିନ୍ତାରେ ପଡ଼ିଥିଲେ। ଦୁଇ ବର୍ଷ ତଳେ ମିଳିଥିବା ଏସିଏଲଏସ୍‌ ଆମ୍ବୁଲାନ୍ସ କିଛି ସମୟ ପରେ ହସ୍ପିଟାଲରେ ପହଞ୍ଚିଥିଲା। କିନ୍ତୁ ସେତେବେଳେକୁ ବିକେ ଝା ହୃଦଘାତର ଶିକାର ହୋଇଥିଲେ।

ଆମ୍ବୁଲାନ୍ସ ରାତି ୨.୩୦ରେ ପହଞ୍ଚଥିଲେ ହେଁ ପ୍ରାୟ ୩ଟା ବେଳକୁ ବିକେ ଝାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଏନଏସ୍‌ଜି ସୂତ୍ରରୁ ଜଣାପଡ଼ିଛି।

୧୯୯୩ ବ୍ୟାଚ୍‌ର ବିଏସ୍‌ଏଫ କ୍ୟାଡର ହେଉଛନ୍ତି ବିକେ ଝା। ତାଙ୍କ ଘର ବିହାରରେ। ସେ ୨୦୧୮ରେ ବିଏସ୍‌ଏଫରୁ ଡେପୁଟେସନରେ ଏନଏସ୍‌ଜିକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos