Advertisment

ନୂପୁର ଶର୍ମା ବିବାଦ: ଗିରଫ ସଲମାନ ଚିସ୍ତିଙ୍କୁ ଘଣ୍ଟ ଘୋଡାଉଛି ପୁଲିସ

ଜୟପୁର: ପୂର୍ବତନ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ନୂପୁରୁ ଶର୍ମାଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଚାରିଆଡେ ତାଙ୍କୁ ନେଇ ବିରୋଧ ଜାରି ରହିଛି। ଏହାରି ଭିତରେ ନୂପୁର ଶର୍ମାଙ୍କ ମୁଣ୍ଡ କାଟି ଆଣିଲେ ପୁରସ୍କାର ଘୋଷଣା କରିଥିବା ଅଜମେର ଦରଗାର ସେବକ ସଲମାନ ଚିସ୍ତିଙ୍କୁ ପୁଲିସ ଗରିଫ କରିସାରିଛି। ତେବେ ଗିରଫ ପରେ ଏବେ ତାଙ୍କୁ ଘଣ୍ଟ ଘୋଡାଉଛି ରାଜସ୍ଥାନ ପୁଲିସ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଅଜମେରର […]

ଅଦ୍ୟତନ ହୋଇଛି
ନୂପୁର ଶର୍ମା ବିବାଦ: ଗିରଫ ସଲମାନ ଚିସ୍ତିଙ୍କୁ ଘଣ୍ଟ ଘୋଡାଉଛି ପୁଲିସ

Salman chishty

Advertisment

ଜୟପୁର: ପୂର୍ବତନ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ନୂପୁରୁ ଶର୍ମାଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଚାରିଆଡେ ତାଙ୍କୁ ନେଇ ବିରୋଧ ଜାରି ରହିଛି। ଏହାରି ଭିତରେ ନୂପୁର ଶର୍ମାଙ୍କ ମୁଣ୍ଡ କାଟି ଆଣିଲେ ପୁରସ୍କାର ଘୋଷଣା କରିଥିବା ଅଜମେର ଦରଗାର ସେବକ ସଲମାନ ଚିସ୍ତିଙ୍କୁ ପୁଲିସ ଗରିଫ କରିସାରିଛି। ତେବେ ଗିରଫ ପରେ ଏବେ ତାଙ୍କୁ ଘଣ୍ଟ ଘୋଡାଉଛି ରାଜସ୍ଥାନ ପୁଲିସ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବାସ୍ତବରେ ଅଜମେରର ସୁଫି ସାଧୁ ଖ୍ୱାଜା ମୋଇନୁଦ୍ଦିନ ହାସନ ଚିସ୍ତିଙ୍କ ଦରଗା ସେବକ ସଲମାନ ଚିସ୍ତି ନୂପୁର ଶର୍ମାଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେଇଥିଲେ। ଯାହାର ଭିଡିଓ ଭାଇରାଲ ହୋଇଥିଲା। ଯିଏ ନୂପୁର ଶର୍ମାଙ୍କ ମୁଣ୍ଡ କାଟି ଆଣିବ ତାଙ୍କୁ ନିଜ ଘର ପୁରସ୍କାର ରୂପେ ଦେବାକୁ ସଲମାନ ଘୋଷଣା କରିଥିଲେ। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ସଲମାନ ଚିସ୍ତିଙ୍କୁ ଗିରଫ କରିଥିଲା।

ଏବେ ସଲମାନ ଚିସ୍ତିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ପୁଲିସ ତାଙ୍କୁ ଘଣ୍ଟ ଘୋଡାଉଥିବା ଦେଖିାବକୁ ମିଳିଛି। ବାସ୍ତବରେ, ଏହି ଭିଡିଓରେ ପୁଲିସ ସଲମାନ ଚିସ୍ତିଙ୍କୁ କହୁଛି, 'ଯଦି ତୁମେ ମୁକୁଳିବାକୁ ଚାହୁଁଛ ତେବେ ନିଶାରେ ଥିଲି ବୋଲି କହିବ।' ଏହି ଭିଡିଓ ଏବେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ଅଜମେର ପୁଲିସର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ଘଟଣାରେ ପ୍ରଶାସନର ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଦରଗା ସିଓ ସନ୍ଦୀପ ସାରସ୍ୱତଙ୍କୁ ନିଲମ୍ବିତ କରାଯାଇଛି। ଏହି ଭିଡିଓରେ ସନ୍ଦୀପ ସାରସ୍ୱତ ହିଁ ସଲମାନଙ୍କୁ ଏଭଳି କହିବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି।

Advertisment

ସେପଟେ ଏହି ଭିଡିଓକୁ ନେଇ ବିଜେପି ଅଶୋକ ଗେହଲଟ ସରକାରଙ୍କ ଉପରେ ବର୍ଷିଛି। ବିଜେପି ନେତା ଅମିତ ମାଲବିୟ ଏହି ଭିଡିଓକୁ ଟ୍ୱିଟ୍‌ କରି ଗେହଲଟ ସରକାରଙ୍କ ପୁଲିସ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଦୋଷୀଙ୍କୁ ରକ୍ଷା କରିବା ପାଇଁ ପୁଲିସର ଏଭଳି କାର୍ଯ୍ୟକଳାପକୁ ସେ ନିନ୍ଦା କରିଛନ୍ତି।

ସୂଚନା ମୁତାବକ, ସଲମାନ ଚିସ୍ତିଙ୍କ ବିରୋଧରେ ବିଭିନ୍ନ ଥାରେ ୧୩ଟି ଅପରାଧିକ ମାମଲା ରହିଛି। ଏଥିରେ ହତ୍ୟା ମାମଲା ମଧ୍ୟ ସାମିଲ ଅଛି। ଏନେଇ ରାଜସ୍ଥାନ ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି।

https://twitter.com/amitmalviya/status/1544657938370809856?s=20&t=i8W5jJyhbLlbIZpXT-MR0g

Nupur Sharma Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe