ଗୋଟିଏ ଫୁସଫୁସରେ କରୋନାକୁ ମାତ୍‌ ଦେଲେ ନର୍ସ, ଜାଣନ୍ତୁ କେମିତି

ଭୋପାଳ: ମହାମାରୀ କରୋନା ଜଣେ ବ୍ୟକ୍ତିଙ୍କ ଫୁସଫୁସକୁ ହିଁ ପ୍ରଥମେ ସଂକ୍ରମିତ କରିଥାଏ। ଯଦି କାହାର ଦୁଇଟି ଯାକ ଫୁସଫୁସ ଠିକ୍‌ ନଥିବ, ସେମାନଙ୍କ ପ୍ରତି କରୋନା ଘାତକ ହୋଇପାରେ। ହେଲେ ମଧ୍ୟପ୍ରଦେଶର ଜଣେ ନର୍ସ ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ନର୍ସଙ୍କ ଶରୀରରେ ଗୋଟିଏ ଫୁସଫୁସ ଥିଲେ ମଧ୍ୟ ସେ ବେଶ ସାହାସର ସହ କରୋନା ସହ ଲଢ଼େଇ କରିଛନ୍ତି। ଖାଲି ଲଢ଼େଇ କରିନାହାନ୍ତି ବରଂ ୧୪ ଦିନ ପରେ ସୁସ୍ଥ ହୋଇଛନ୍ତି। ଆପଣଙ୍କୁ […]

Nurse

Nurse

Hemant Lenka
  • Published: Thursday, 13 May 2021
  • Updated: 13 May 2021, 05:26 PM IST

Sports

Latest News

ଭୋପାଳ: ମହାମାରୀ କରୋନା ଜଣେ ବ୍ୟକ୍ତିଙ୍କ ଫୁସଫୁସକୁ ହିଁ ପ୍ରଥମେ ସଂକ୍ରମିତ କରିଥାଏ। ଯଦି କାହାର ଦୁଇଟି ଯାକ ଫୁସଫୁସ ଠିକ୍‌ ନଥିବ, ସେମାନଙ୍କ ପ୍ରତି କରୋନା ଘାତକ ହୋଇପାରେ। ହେଲେ ମଧ୍ୟପ୍ରଦେଶର ଜଣେ ନର୍ସ ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି।

ନର୍ସଙ୍କ ଶରୀରରେ ଗୋଟିଏ ଫୁସଫୁସ ଥିଲେ ମଧ୍ୟ ସେ ବେଶ ସାହାସର ସହ କରୋନା ସହ ଲଢ଼େଇ କରିଛନ୍ତି। ଖାଲି ଲଢ଼େଇ କରିନାହାନ୍ତି ବରଂ ୧୪ ଦିନ ପରେ ସୁସ୍ଥ ହୋଇଛନ୍ତି।

ଆପଣଙ୍କୁ ନିଶ୍ଚତ ଏହା ଆଶ୍ଚର୍ଯ୍ୟ ଲାଗୁଥିବ। କ’ଣ ସତରେ ଜଣେ ନର୍ସ ଏପରି କରିବାକୁ ସକ୍ଷମ ହୋଇଛନ୍ତି? କିନ୍ତୁ ପ୍ରକୃତରେ ଏମିତି ଘଟଣା ଘଟିଛି। ତେବେ ନର୍ସ ଜଣଙ୍କ କେମିତି କରୋନାକୁ ମାତ୍‌ ଦେଲେ ଆସନ୍ତୁ ଜାଣିବା।

ଏହି ନର୍ସ ଜଣଙ୍କ ହେଉଛନ୍ତି ୩୯ ବର୍ଷୀୟ ପ୍ରଫୁଲ୍ଲିତ ପିଟର। ସେ ପିଲାବେଳେ ହିଁ ତାଙ୍କର ଗୋଟିଏ ଫୁସଫୁସ ହରାଇଥିଲେ। ଦୁର୍ଘଟଣାରେ ତାଙ୍କର ଗୋଟିଏ ଫୁସଫୁସ ନଷ୍ଟ ହୋଇଯାଇଥିବାରୁ ଡାକ୍ତରମାନେ ଏହାକୁ ବାହାର କରିଦେଇଥିଲେ। କିନ୍ତୁ ଫ୍ରଫୁଲ୍ଲିତ ଏ ବିଷୟରେ ୨୦୧୪ରେ ହିଁ ଜାଣିବାକୁ ପାଇଥିଲେ।

ଏବେ ସେ ଟିକମଗଡ଼ ସିଭିଲ ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ଏଠାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ସେ ନିଜେ ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ତାଙ୍କର ଗୋଟିଏ ଫୁସଫୁସ ଥିବାରୁ ସମସ୍ତେ ଏହାକୁ ନେଇ ବ୍ୟସ୍ତ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଟିକମଗଡ଼ ସିଭିଲ ହସ୍ପିଟାଲରେ ଆଡମିଟ କରାଯାଇଥିଲା। କିନ୍ତୁ ସେ ଘରେ ରହିବାକୁ ଚାହିଁଥିଲେ। ହୋମ ଆଇସୋଲେସନରେ ରହି ସେ ସବୁ ପ୍ରକାରର ଚିକିତ୍ସା ପଦ୍ଧତିକୁ ଆପଣାଇଥିଲେ।

ନିଜର ଫୁସଫୁସକୁ ଠିକ୍‌ ରଖିବା ପାଇଁ ସେ ଯୋଗ, ପ୍ରାଣାୟମ, ଶ୍ୱାସକ୍ରିୟାକୁ ଠିକ୍‌ କରିବା ପାଇଁ ବିଭିନ୍ନ ବ୍ୟାୟାମ କରିଥିଲେ। ସେହିପରି ଶ୍ୱାସନଳୀକୁ ସଶକ୍ତ କରିବା ପାଇଁ ସେ ବେଲୁନ ମଧ୍ୟ ଫୁଙ୍କୁଥିଲେ। ତାଙ୍କ ସାହାସ ଓ ଯୋଗାଭ୍ୟାସ ବଳରେ ସେ ୧୪ ଦିନ ପରେ କରୋନାକୁ ସଂପୂର୍ଣ୍ଣ ମାତ୍ ଦେବାକୁ ସକ୍ଷମ ହୋଇଛନ୍ତି।

ସେ ସୁସ୍ଥ ହେବା ପରେ କହିଛନ୍ତି, “କରୋନାରେ ଆକ୍ରାନ୍ତ ହେବା ପରେ ମୁଁ ଧୈର୍ଯ୍ୟ ହରାଇ ନଥିଲି। ଯୋଗ ଠାରୁ ଆରମ୍ଭ କରି ବେଲୁନ ଫୁଙ୍କିବା ଯାଏ, ସବୁ କାମ କରୁଥିଲି। ଫୁସଫୁସକୁ ସଶକ୍ତ ରଖିବା ହିଁ ମୋର ଏକମାତ୍ର ଲକ୍ଷ୍ୟ ଥିଲା। ଏଥିସହ କରୋନା ଟିକାର ଦୁଇଟି ଯାକ ଡୋଜ୍ ମଧ୍ୟ ମୁଁ ନେଇଥିଲି। ତେଣୁ କରୋନାକୁ ନିଶ୍ଚିତ ହରାଇପାରିବି ବୋଲି ମୋର ବିଶ୍ୱାସ ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos