ଦିନକରେ ଆଇସିୟୁରେ ୧୫% ଓ ଅକ୍ସିଜେନ ବେଡ୍‌ରେ ରୋଗୀଙ୍କ ସଂଖ୍ୟା ୨୦% ବଢ଼ିଲା

ଥିରୁଅନନ୍ତପୁରମ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ସେତେ ଘାତକ ନୁହେଁ ବୋଲି ଅନେକ କହୁଛନ୍ତି। ଏଥିଯୋଗୁ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଭର୍ତ୍ତି ହେବାକୁ ପଡ଼ୁନି। କିନ୍ତୁ କେରଳରୁ ଆସିଥିବା ତଥ୍ୟ କିଛି ଅଲଗା ଟ୍ରେଣ୍ଡର ସଙ୍କେତ ଦେଇଛି। ଦିନକ ମଧ୍ୟରେ ଆଇସିୟୁରେ ରୋଗୀଙ୍କ ସଂଖ୍ୟା ୧୫% ବଢ଼ିଛି। ସେହିପରି ଅକ୍ସିଜେନ ବେଡ୍‌ରେ ୨୦% ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ଟ୍ରେଣ୍ଡ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କ୍ରମାଗତ ଭାବେ କେରଳରେ ଦୈନିକ ସଂକ୍ରମଣ […]

Kerala

Kerala

Hemant Lenka
  • Published: Wednesday, 19 January 2022
  • Updated: 19 January 2022, 03:19 PM IST

Sports

Latest News

ଥିରୁଅନନ୍ତପୁରମ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ସେତେ ଘାତକ ନୁହେଁ ବୋଲି ଅନେକ କହୁଛନ୍ତି। ଏଥିଯୋଗୁ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଭର୍ତ୍ତି ହେବାକୁ ପଡ଼ୁନି। କିନ୍ତୁ କେରଳରୁ ଆସିଥିବା ତଥ୍ୟ କିଛି ଅଲଗା ଟ୍ରେଣ୍ଡର ସଙ୍କେତ ଦେଇଛି।

ଦିନକ ମଧ୍ୟରେ ଆଇସିୟୁରେ ରୋଗୀଙ୍କ ସଂଖ୍ୟା ୧୫% ବଢ଼ିଛି। ସେହିପରି ଅକ୍ସିଜେନ ବେଡ୍‌ରେ ୨୦% ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ଟ୍ରେଣ୍ଡ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କ୍ରମାଗତ ଭାବେ କେରଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। ଏହା ବରିଷ୍ଠ ନାଗରିକ ଓ ବହୁବିଧ ରୋଗରେ ପିଡ଼ୀତ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ଥିରୁଅନନ୍ତପୁରମ ମେଡିକାଲ କଲେଜର ଆସୋସିଏଟ ପ୍ରଫେସର ଅନୀଶ ଟିଏସ୍ କହିଛନ୍ତି, “ଯଦି ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରି ଭାଇରସ ମ୍ୟୁଟେସନ କରିବ, ତା’ହେଲେ ମଧ୍ୟମ ଧରଣର ଭାରିଏଣ୍ଟ ମଧ୍ୟ ଗୁରୁତର ସମସ୍ୟା ସୃଷ୍ଟି କରିବ। ଏବେ ଏପରି ସ୍ଥିତି ସୃଷ୍ଟି ହେବାର ସଙ୍କେତ ମିଳିଲାଣି।

ଦିନକ ମଧ୍ୟରେ ହସ୍ପିଟାଲରେ ଆଡମିସନ ସହ ଆଇସିୟୁ ଓ ଅକ୍ସିଜେନ ବେଡ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ିଛି। ତେଣୁ ସଂକ୍ରମଣ ଯେତେ ବଢ଼ିବ ବିପଦ ସେତେ ଅଧିକ ସୃଷ୍ଟି ହେବ।” କେରଳରୁ ଏପରି ତଥ୍ୟ ମିଳିବା ପରେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଛନକା ପଶିଛି। କାରଣ ସୁବ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି।

ଅନ୍ୟପକ୍ଷରେ କେରଳ ସଚିବାଳୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସଚିବାଳୟରେ କାମ କରୁଥିବା ୬ ଜଣ ଅଧିକାରୀ ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ସଚିବାଳୟରେ ୮୦ ଜଣ ଅଧିକାରୀ କରୋନାରେ ଆକ୍ରାନ୍ତ ହେଇ ସାରିଲେଣି।

ସୂଚନାଯୋଗ୍ୟ, ଦେଶରେ କିଛି ଦିନ ଦୈନିକ ସଂକ୍ରମଣ ହ୍ରାସ ପାଇବା ପରେ ଏବେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ୨୪ ଘଣ୍ଟାରେ ୨, ୮୨,୯୭୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏହି ପ୍ରାଣଘାତୀ ଭାଇରସ ୪୪୧ ଜଣଙ୍କ ଜୀବନ ନେଇଛି। ପଜିଟିଭିଟି ରେଟ୍‌ ମଧ୍ୟ ୧୫% ପାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos