ଓମିକ୍ରନ ୩ ଗୁଣ ଅଧିକ ସଂକ୍ରାମକ, ୱାର ରୁମ ଖୋଲିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: ଦେଶରେ କରୋନାର ଓମିକ୍ରନ ଭାରିଏଣ୍ଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଆଜି ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୦୦ ପାର୍‌ କରିଯିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ କେନ୍ଦ୍ର ସରକାର ସତର୍କ ସୂଚନା ଜାରି କରିଛନ୍ତି। ଓମିକ୍ରନ କରୋନାର ସବୁଠାରୁ ମାରାତ୍ମକ ଡେଲ୍ଟା ଭାରିଏଣ୍ଟ ତୁଳନାରେ ୩ ଗୁଣ ଅଧିକ ସଂକ୍ରାମକ। ଏହାର ଅର୍ଥ ଏହା ୩ ଗୁଣା ଅଧିକ ସ୍ପିଡ୍‌ରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିବ। ତେଣୁ ରାଜ୍ୟ […]

War-room

War-room

Hemant Lenka
  • Published: Tuesday, 21 December 2021
  • Updated: 21 December 2021, 08:32 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନାର ଓମିକ୍ରନ ଭାରିଏଣ୍ଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଆଜି ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୦୦ ପାର୍‌ କରିଯିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ କେନ୍ଦ୍ର ସରକାର ସତର୍କ ସୂଚନା ଜାରି କରିଛନ୍ତି। ଓମିକ୍ରନ କରୋନାର ସବୁଠାରୁ ମାରାତ୍ମକ ଡେଲ୍ଟା ଭାରିଏଣ୍ଟ ତୁଳନାରେ ୩ ଗୁଣ ଅଧିକ ସଂକ୍ରାମକ।

ଏହାର ଅର୍ଥ ଏହା ୩ ଗୁଣା ଅଧିକ ସ୍ପିଡ୍‌ରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିବ। ତେଣୁ ରାଜ୍ୟ ସରକାରମାନେ ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ୱାର ରୁମ୍‌ଗୁଡ଼ିକୁ ଆକ୍ଟିଭ କରନ୍ତୁ ବୋଲି କେନ୍ଦ୍ର ସରକାର ଆଜି ଚିଠି ଲେଖିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଓମିକ୍ରନ ବ୍ୟତୀତ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ଡେଲ୍ଟା ଭାରିଏଣ୍ଟ ମଧ୍ୟ ସକ୍ରିୟ ରହିଛି। ତେଣୁ ସ୍ଥାନୀୟ ଓ ଜିଲ୍ଲା ସ୍ତରରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ବିଶେଷ କରି ତଥ୍ୟର ବିଶ୍ଲେଷଣ, ଟେଷ୍ଟିଂ ଓ କଣ୍ଟେନମେଣ୍ଟକୁ ଜୋରଦାର କରିବାକୁ ହେବ।

ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଜିଲ୍ଲା ସ୍ତରରେ ସଂକ୍ରମଣକୁ ରୋକିବା ପାଇଁ ସମୟ ପୂର୍ବରୁ ଉପଯୁକ୍ତ ନିଷ୍ପତ୍ତି ନେବା ଉଚିତ। ଭାଇରସ କାୟା ବିସ୍ତାର କରିବା ପୂର୍ବରୁ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିବାକୁ କେନ୍ଦ୍ର ସରକାର ଚିଠିରେ କହିଛନ୍ତି।

ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଆସୁଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଭିଡ଼ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗୁଆ ରାଜ୍ୟମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଯେମିତି କୋଭିଡର ଉଚିତ ବ୍ୟବହାର କେଉଁଠି ବି ଉଲ୍ଲଙ୍ଘନ ନ ହେବ, ସେକଥା ରାଜ୍ୟ ଓ ଜିଲ୍ଲା ପ୍ରଶାସନ ନିଶ୍ଚିତ କରିବେ। ସମସ୍ତେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ପୁଣି ଦୋହରାଇଛନ୍ତି। ଏହାବାଦ କେନ୍ଦ୍ର ସରକାର ଶତ ପ୍ରତିଶତ ଟିକାକରଣକୁ ଗୁରୁତ୍ୱ ଦେବାକୁ କହିଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ନାଇଟ କର୍ଫ୍ୟୁ, ବିବାହ ଓ ଅନ୍ୟ କାର୍ଯ୍ୟକ୍ରମରେ ଲୋକଙ୍କ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ରାଜ୍ୟ ସରକାରମାନଙ୍କୁ କହିଛନ୍ତି।

ଅନ୍ୟପକ୍ଷରେ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକା ସରକାର ନୂଆ ବର୍ଷ ପାଇଁ ଆୟୋଜିତ ହେବାକୁ ଥିବା ସମସ୍ତ ପାର୍ଟି ଉପରେ ରୋକ ଲଗାଇଛନ୍ତି। ସେହିପରି ମୁମ୍ବାଇରେ ମଧ୍ୟ ଲୋକଙ୍କୁ ଯଥା ସମ୍ଭବ ଭିଡ଼ ନ କରିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story