ବେଙ୍ଗାଲୁରୁ ପରେ ଗୁଜରାଟରେ ପହଞ୍ଚିଲା ଓମିକ୍ରନ

ଜାମନଗର: ଭାରତରେ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବାରେ ଲାଗିଛି। କର୍ଣ୍ଣାଟକାର ବେଙ୍ଗାଲୁରୁ ପରେ ଏବେ ଗୁଜରାଟର ଜାମନଗରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଦକ୍ଷିଣ ଆଫ୍ରିକାରୁ ଏଠାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ କହିଛି ଯେ ଏହି ବ୍ୟକ୍ତି ଜଣଙ୍କ ଦୁଇ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଏୟାରପୋର୍ଟରେ ଚାଲିଥିବା ସ୍କ୍ରିନିଂ ବେଳେ ହିଁ ବ୍ୟକ୍ତି […]

Omicron2

Omicron2

Hemant Lenka
  • Published: Saturday, 04 December 2021
  • Updated: 04 December 2021, 02:57 PM IST

Sports

Latest News

ଜାମନଗର: ଭାରତରେ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବାରେ ଲାଗିଛି। କର୍ଣ୍ଣାଟକାର ବେଙ୍ଗାଲୁରୁ ପରେ ଏବେ ଗୁଜରାଟର ଜାମନଗରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଦକ୍ଷିଣ ଆଫ୍ରିକାରୁ ଏଠାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗ କହିଛି ଯେ ଏହି ବ୍ୟକ୍ତି ଜଣଙ୍କ ଦୁଇ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଏୟାରପୋର୍ଟରେ ଚାଲିଥିବା ସ୍କ୍ରିନିଂ ବେଳେ ହିଁ ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ନିୟମ ଅନୁଯାୟୀ, ତାଙ୍କ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ପୁଣେ ସ୍ଥିତ ଲାବକୁ ପଠା ଯାଇଥିଲା।

ପରୀକ୍ଷା ପରେ ସେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ବ୍ୟକ୍ତି ଜଣଙ୍କ ଏୟାରପୋର୍ଟରୁ ଓହ୍ଲାଇବା ପରେ ତାଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରଖାଯାଇଛି। ତଥାପି ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ସେହିପରି ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି।

ଏହାପୂର୍ବରୁ ବେଙ୍ଗାଲୁରୁରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଏବେ ବି ବିଭିନ୍ନ ରାଜ୍ୟରେ ବିଦେଶ ଫେରନ୍ତା କରୋନା ଆକ୍ରାନ୍ତ ରହିଛନ୍ତି। ସେମାନେ କେଉଁ ଧରଣର ଭାରିଏଣ୍ଟ ଦ୍ୱାରା ଆକ୍ରାନ୍ତ ସେକଥା ଜାଣିବା ପାଇଁ ଜେନୋମ ସିକ୍ୱେନ୍ସିଂ ଚାଲିଛି। ଜେନୋମ ସିକ୍ୱେନ୍ସିଂ ରିପୋର୍ଟ ଆସିବା ପରେ ଭାରିଏଣ୍ଟ ସମ୍ପର୍କରେ ସୂଚନା ମିଳିବ।

ସୂଚନାଯୋଗ୍ୟ, ଏହି ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିଲା। ଏହାପରେ ଏହା ମାତ୍ର ୨ ସପ୍ତାହ ମଧ୍ୟରେ ୩୮ଟି ଦେଶରୁ ଠାବ ହେଲାଣି। ଓମିକ୍ରନ ଦ୍ରୁତଗତିରେ ସଂକ୍ରମିତ କରିବାର କ୍ଷମତା ରଖିଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story