କରୋନା ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ କ’ଣ ସବୁ ଗୁରୁମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ତୃତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ମୁହଁ ହେଉଥିବା ବେଳେ ଆଜି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ମୋଦି ପ୍ରଥମେ ରାଜ୍ୟଗୁଡ଼ିକର କରୋନା ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଏହାପରେ ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଦ୍ରୁତ ଟିକାକରଣ ଓ ସ୍ଥାନୀୟ କଣ୍ଟେନମେଣ୍ଟ ଉପରେ ରାଜ୍ୟଗୁଡ଼ିକ ଫୋକସ କରିବା […]

Modi

Modi

Hemant Lenka
  • Published: Thursday, 13 January 2022
  • Updated: 13 January 2022, 07:39 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ତୃତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ମୁହଁ ହେଉଥିବା ବେଳେ ଆଜି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ମୋଦି ପ୍ରଥମେ ରାଜ୍ୟଗୁଡ଼ିକର କରୋନା ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଏହାପରେ ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଦ୍ରୁତ ଟିକାକରଣ ଓ ସ୍ଥାନୀୟ କଣ୍ଟେନମେଣ୍ଟ ଉପରେ ରାଜ୍ୟଗୁଡ଼ିକ ଫୋକସ କରିବା ଉଚିତ ବୋଲି ମୋଦି କହିଛନ୍ତି।

ସେ କହିଛନ୍ତି, ଟିକା ହେଉଛି କରୋନ ଭାଇରସ ବିରୋଧରେ ଲଢ଼େଇ କରିବାର ସବୁଠାରୁ ବଡ଼ ଅସ୍ତ୍ର। ଓମିକ୍ରନ ବିଶ୍ୱର ବିଭିନ୍ନ ପ୍ରାନ୍ତ ସହ ଭାରତରେ ମଧ୍ୟ ବ୍ୟାପୁଛି। ଆମେ ଏହି ଭାରିଏଣ୍ଟ ସହ ଲଢ଼େଇ କରିବା ବେଳେ ଭବିଷ୍ୟତରେ ଆସିବାକୁ ଥିବା ଷ୍ଟ୍ରେନ ପ୍ରତି ମଧ୍ୟ ସତର୍କ ରହିବା ଉଚିତ।

ଟିକାକରଣ କାର୍ଯ୍ୟକ୍ରମକୁ ଯଥାଶୀଘ୍ର ଶେଷ କରିବାକୁ ହେବ। ଟିକା ହିଁ ଭାଇରସ ବିରୋଧରେ ବଡ଼ ଅସ୍ତ୍ର। ଦେଶର ୯୨% ପ୍ରାପ୍ତ ବୟସ୍କଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି। ୭୦% ପ୍ରାପ୍ତ ବୟସ୍କ ଦ୍ୱିତୀୟ ଡୋଜ୍‌ ନେଇ ସାରିଲେଣି। ଟିକାକୁ ନେଇ ଚାଲିଥିବା ଅପପ୍ରଚାର ଉପରେ ରୋକ ଲାଗିବା ଦରକାର।

କୋଭିଡ ରଣନୀତି ପ୍ରସ୍ତୁତ କରିବା ବେଳେ ଦେଶର ଅର୍ଥନୀତି ଓ ସାଧାରଣ ଲୋକଙ୍କ ଜୀବନ ଧାରଣ ଉତ୍ସକୁ ନଜରରେ ରଖିବାକୁ ହେବ। ସବୁ ରାଜ୍ୟ ସ୍ଥାନୀୟ କଣ୍ଟେନମେଣ୍ଟକୁ ଗୁରୁତ୍ୱ ଦିଅନ୍ତୁ। ଆମକୁ ସତର୍କ ରହିବାକୁ ହେବ। କିନ୍ତୁ ଆତଙ୍କିତ ହେବନି। କରୋନା ସହ ଲଢ଼େଇ କରିବା ପାଇଁ ୨ ବର୍ଷର ଅଭିଜ୍ଞତା ଆମ ପାଖରେ ରହିଛି। ଏବେ କରୋନାରେ ଆକ୍ରାନ୍ତ ହେଉଥିବା ଅଧିକାଂଶ ଲୋକ ହୋମ ଆଇସୋଲେସନରେ ରହୁଛନ୍ତି। ସେମାନେ ଯେମିତି ସମସ୍ତ ଗାଇଡଲାଇନ ମାନିବେ, ତା’ ଉପରେ ଦୃଷ୍ଟି ଦେବା ଦରକାର ବୋଲି ମୋଦି ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି, “ପୂର୍ବ ଭାରିଏଣ୍ଟ ତୁଳନାରେ ଓମିକ୍ରନ ସାଧାରଣ ଲୋକଙ୍କୁ ଅତି ଦ୍ରୁତଗତିରେ ସଂକ୍ରମିତ କରୁଛି। ଆମେ ସମସ୍ତଙ୍କୁ ଏଥିପ୍ରତି ସତର୍କ ରହିବାକୁ ହେବ। ଆମେରିକାର ଦୈନିକ ୧୪ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଆମେ ଏଥିରେ ଭୟଭୀତ ହେବାନି।

ପାର୍ବଣରେ ଆମେ ଆଦୌ ବେପରୁଆ ହେବାନି। ରାଜ୍ୟଗୁଡ଼ିକ ମେଡିକାଲ ଭିତ୍ତିଭୂମିକୁ ସୁଦୃଢ଼ କରନ୍ତୁ। କିଛି ରାଜ୍ୟ ପୂର୍ବାପେକ୍ଷା ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଏବେ ସଜାଡ଼ିଛନ୍ତି। ୧୦ ଦିନ ମଧ୍ୟରେ ୩୦ ମିଲିୟନ କିଶୋର/କିଶୋରଙ୍କ ଟିକାକରଣ ହୋଇଛି। ଏହା ଆମେ ସମସ୍ୟା ପାଇଁ କେତେ ପ୍ରସ୍ତୁତ ରହିଛେ, ତା’କୁ ଦର୍ଶାଉଛି।

ଅଗ୍ରାଧିକାର ଭିତ୍ତିରେ ସମ୍ମୁଖଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ କରୋନା ବୁଷ୍ଟର ଡୋଜ ଦିଆଯିବା ଦରକାର। ବୁଷ୍ଟର ଡୋଜ୍‌ କାମକୁ ଯଥାଶୀଘ୍ର ଶେଷ କରିବାକୁ ହେବ। ଆମକୁ ହର ଘର ଦସ୍ତତକ କାର୍ଯ୍ୟକ୍ରମକୁ ୧୦୦% ପୂରଣ କରିବାକୁ ପଡ଼ିବ।” ଏଥିସହ ମୋଦି ସମସ୍ତଙ୍କୁ ପାରମ୍ପରିକ କାଢ଼ା ପିଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos