କରୋନା ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହୋଇଛନ୍ତି? ପ୍ରଥମଥର ତଥ୍ୟ ଦେଲେ ସରକାର

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଭାରତ ସରକାର କରୋନା ଟିକା ନେବା ପରେ କେତେ ଜଣ ଆକ୍ରାନ୍ତ ହୋଇଛନ୍ତି, ତା’ର ତଥ୍ୟ ସାର୍ବଜନୀନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଟିକା ନେବା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ତଥ୍ୟ ଆମ ପାଖରେ ରହିଛି। ହେଲେ ବହୁତ କମ ସଂଖ୍ୟକ ଲୋକ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି। ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି, ୧୦ ହଜାର ଲୋକ ଟିକା ନେବା ପରେ ସେମାନଙ୍କ ମଧ୍ୟରୁ […]

Govt

Govt

Hemant Lenka
  • Published: Wednesday, 21 April 2021
  • Updated: 21 April 2021, 06:45 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଭାରତ ସରକାର କରୋନା ଟିକା ନେବା ପରେ କେତେ ଜଣ ଆକ୍ରାନ୍ତ ହୋଇଛନ୍ତି, ତା’ର ତଥ୍ୟ ସାର୍ବଜନୀନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଟିକା ନେବା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ତଥ୍ୟ ଆମ ପାଖରେ ରହିଛି। ହେଲେ ବହୁତ କମ ସଂଖ୍ୟକ ଲୋକ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି।

ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି, ୧୦ ହଜାର ଲୋକ ଟିକା ନେବା ପରେ ସେମାନଙ୍କ ମଧ୍ୟରୁ କେବଳ ୨ରୁ ୪ ଜଣ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏହାର ଅର୍ଥ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ।

ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରୁ ମାତ୍ର ୦.୦୪% ଲୋକ ସଂକ୍ରମିତ ହେବାର ଖବର ମିଳିଛି। କୋଭାକ୍ସିନ ଟିକାର ପ୍ରଥମ ଡୋଜ୍‌ ନେଇଥିବା ୯୩,୫୬, ୪୩୬ ଜଣଙ୍କ ମଧ୍ୟରୁ ମାତ୍ର ୪,୨୦୮ ଜଣ ପରବର୍ତ୍ତୀ ଅବସ୍ଥାରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦ୍ୱିତୀୟ ଡୋଜ୍‌ ନେଇଥିବା ୧୭,୩୭,୧୭୮ ଜଣଙ୍କ ମଧ୍ୟରୁ କେବଳ ୬୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଉତ୍ପାଦନ କରୁଥିବା କୋଭିସିଲ୍ଡ ଟିକା ନେଇଥିବା ଲୋକମାନେ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ କମ ରହିଛି। କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରୁ ମାତ୍ର ୦.୦୨% ଲୋକ ପରବର୍ତ୍ତୀ ଅବସ୍ଥାରେ ସଂକ୍ରମିତ ହୋଇଛନ୍ତି।

୧୦,୦୩,୦୨,୭୪୫ ଜଣ କୋଭିସିଲ୍ଡର ପ୍ରଥମ ଡୋଜ୍‌ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭,୧୪୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କୋଭିସିଲ୍ଡର ଦ୍ୱିତୀୟ ଡୋଜ୍‌ ନେବା ପରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୦.୦୩% ରହିଛି। ୧,୫୭,୩୨,୭୫୪ ଜଣ ଲୋକ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍‌ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫,୦୧୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏହି ତଥ୍ୟ ବୟାନ କରୁଛି ଯେ କରୋନା ବିରୋଧରେ ଟିକା ସଂପୂର୍ଣ୍ଣ ଫଳପ୍ରଦ ଓ ସୁରକ୍ଷିତ। ତେଣୁ ଅଧିକରୁ ଅଧିକ ଲୋକ ଟିକାର ଡୋଜ୍‌ ନେବାକୁ ଆଗେଇ ଆସିବା ଦରକାର ବୋଲି ସରକାର ପରାମର୍ଶ ଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ ଟିକାର ପ୍ରଥମ ଡୋଜ୍‌ କରୋନାର ସୁରକ୍ଷା ଦେଇ ନପାରେ। କିନ୍ତୁ ଏହି ଡୋଜ୍‌ ଭୟଙ୍କର ସଂକ୍ରମଣ କିମ୍ବା ମୃତ୍ୟୁରୁ ସୁରକ୍ଷା ଦେଇପାରିବ। ଦୁଇଟି ଯାକ ଡୋଜ୍‌ ନେବାର ଦୁଇ ସପ୍ତାହ ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos