ହୋଲି ମର୍ଡର ବଦଲା ଦୀପାବଳିରେ! ପୂରା ପରିବାର ଉପରେ ଆଖିବୁଜା ଗୁଳିମାଡ଼

ଗୁରୁଗ୍ରାମ: ଦିଲ୍ଲୀକୁ ଲାଗିଥିବା ହରିୟାଣାର ଗୁରୁଗ୍ରାମରେ ଲୋକମାନେ ଦୀପାବଳି ପାଇଁ ଗୋଟିଏ ପଟେ ବାଣ ଫୁଟାଉଥିବା ବେଳେ ଅନ୍ୟପଟେ ମାନେସର ଅନ୍ତର୍ଗତ କାସାନ ଗାଁରେ ପ୍ରବଳ ଗୁଳି ବିନିମୟ ହୋଇଛି। ଘରର ଅଗଣାରେ ପଡ଼ିଥିବା ବୁଲେଟ୍ ଶେଲ୍, ଗାଡ଼ିର ଭଙ୍ଗା କାଚ, ଯନ୍ତ୍ରଣାରେ ଛଟପଟ ହେଉଥିବା କୁକୁର ହିଁ ବୟାନ କରୁଛି ଘଟଣାର ଭୟାବହତା। ଗୁରୁବାର ଗାଁର ଗୋଟିଏ ପରିବାର ଦୀପାବଳି ପାଳନ କରୁଥିବା ବେଳେ ହଠାତ୍‌ କିଛି ବନ୍ଧୁକଧାରୀ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ […]

attack

attack

Hemant Lenka
  • Published: Friday, 05 November 2021
  • Updated: 05 November 2021, 05:16 PM IST

Sports

Latest News

ଗୁରୁଗ୍ରାମ: ଦିଲ୍ଲୀକୁ ଲାଗିଥିବା ହରିୟାଣାର ଗୁରୁଗ୍ରାମରେ ଲୋକମାନେ ଦୀପାବଳି ପାଇଁ ଗୋଟିଏ ପଟେ ବାଣ ଫୁଟାଉଥିବା ବେଳେ ଅନ୍ୟପଟେ ମାନେସର ଅନ୍ତର୍ଗତ କାସାନ ଗାଁରେ ପ୍ରବଳ ଗୁଳି ବିନିମୟ ହୋଇଛି। ଘରର ଅଗଣାରେ ପଡ଼ିଥିବା ବୁଲେଟ୍ ଶେଲ୍, ଗାଡ଼ିର ଭଙ୍ଗା କାଚ, ଯନ୍ତ୍ରଣାରେ ଛଟପଟ ହେଉଥିବା କୁକୁର ହିଁ ବୟାନ କରୁଛି ଘଟଣାର ଭୟାବହତା।

ଗୁରୁବାର ଗାଁର ଗୋଟିଏ ପରିବାର ଦୀପାବଳି ପାଳନ କରୁଥିବା ବେଳେ ହଠାତ୍‌ କିଛି ବନ୍ଧୁକଧାରୀ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଆକ୍ରମଣ ହୋଇଥିବା ଘରଟି ଗାଁର ପୂର୍ବତନ ସରପଞ୍ଚ ଗୋପାଳ ରାଘବଙ୍କର। ବନ୍ଧୁକଧାରୀମାନେ ରାତି ପ୍ରାୟ ୮ଟାରେ ଅସ୍ତ୍ରଶସ୍ତ୍ର ଧରି ଆସି ସେଠାରେ ପହଞ୍ଚିଥିଲେ।

କେହି କିଛି ବୁଝିବା ଆଗରୁ ସେମାନେ ଦୀର୍ଘ ସମୟ ଧରି ଗୁଳିମାଡ଼ କରି ଚାଲିଥିଲେ। ଏହି ଗୁଳିମାଡ଼ରେ ଗୋପାଳଙ୍କ ପରିବାରର ୬ ଜଣ ଗୁରୁତର ଆହତ ହୋଇଛି। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ଜଣେ ୨୧ ବର୍ଷୀୟ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏବେ ବି ପରିବାରର ଆଉ ୫ ଜଣ ସଦସ୍ୟ ଜୀବନ ସହ ହସ୍ପିଟାଲରେ ସଂଘର୍ଷ କରୁଛନ୍ତି। ଆହତଙ୍କ ମଧ୍ୟରେ ପରିବାରର ଜଣେ ୮ ବର୍ଷର ଶିଶୁ ମଧ୍ୟ ରହିଛି।

ପୁଲିସର ସୂଚନା ଅନୁଯାୟୀ, ପୁରୁଣା ଶତ୍ରୁତା କାରଣରୁ ଏପରି ଘଟିଛି। ଗୁଳିମାଡ଼ରେ ୨୧ ବର୍ଷୀୟ ବିକାଶ ରାଘବଙ୍କ ମୃତ୍ୟୁ ହୋଇଛି। ତାଙ୍କ ଶରୀରରେ ୧୫ରୁ ୨୦ଟି ଗୁଳି ବାଜିଥିଲା। ପରିବାରର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରୁ କିଛି ଜଣଙ୍କ ଶରୀରରେ ୨ଟି ଗୁଳି ମାଡ଼ ହୋଇଥିବା ବେଳେ ଆଉ କାହା ଶରୀରରେ ୩ଟି ଗୁଳି ବାଜିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆକ୍ରମଣକାରୀମାନେ ଯେତେବେଳେ ପରିବାରର ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲେ ସେତେବେଳେ ଘରର କୁକୁର ହିଁ ସେମାନଙ୍କ ଜୀବନ ରକ୍ଷା କରିଥିଲା। ଏହି ସମୟରେ କୁକୁର ଦେହରେ ମଧ୍ୟ ଗୋଟିଏ ଗୁଳି ବାଜିଛି।
ଆକ୍ରମଣକାରୀମାନେ ଆଖିବୁଜା ଗୁଳିମାଡ଼ କରିବା ପରେ ବେଶ ସହଜରେ ସେଠାରୁ ଖସି ପଳାଇଛନ୍ତି। ଆକ୍ରମଣ ପଛରେ ରିଙ୍କୁ ନାମକ ଜଣେ ବ୍ୟକ୍ତିଙ୍କ ହାତ ରହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। କାରଣ ରିଙ୍କୁ ସହ ରାଘବ ପରିବାରର ପୁରୁଣା ଶତ୍ରୁତା ଲାଗି ରହିଥିଲା। ପୁଲିସ୍‌ ଏବେ ଏହି ଦିଗ ଉପରେ ତଦନ୍ତ କରୁଛି।

୨୦୦୭ ମସିହା ହୋଲି ଦିନ ରିଙ୍କୁଙ୍କ ପରିବାରର ଜଣେ ସଦସ୍ୟ ହତ୍ୟାର ଶିକାର ହୋଇଥିଲେ। ଏହା ପଛରେ ଗୋପାଲ ରାଘବଙ୍କ ପରିବାରର ହାତ ଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରିଙ୍କୁଙ୍କ ସହ ଉକ୍ତ ପରିବାରର ତିକ୍ତତା ଚାଲିଥିଲା। ଶେଷରେ ୨୦୦୭ ହୋଲି ମର୍ଡର ବଦଲା ରିଙ୍କୁ ୨୦୨୧ ଦୀପାବଳିରେ ନେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos