ରାଜ୍ୟସଭାରେ ଜଣେ ସାଂସଦଙ୍କ ଉପସ୍ଥାନ ୧୦୦%, ଜାଣନ୍ତୁ ନେତା ଜଣଙ୍କ କିଏ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଲୋକପ୍ରତିନିଧିଙ୍କ ଅନୁପସ୍ଥିତି ଏବେ ଚିନ୍ତାର ବିଷୟ ହୋଇଛି। ଅନେକ ସମୟରେ ସାଂସଦମାନେ ଗୃହରେ ଉପସ୍ଥିତ ରହୁ ନଥିବା ରିପୋର୍ଟ ଆସୁଛି। ଏସବୁ ଭିତରେ ଏମିତି ଜଣେ ନେତା ଅଛନ୍ତି ଯିଏ ରାଜ୍ୟସଭାର ଶେଷ ୭ଟି ଯାକ ଅଧିବେଶନର କୌଣସି ଗୋଟିଏ ଦିନ ମଧ୍ୟ ଗୃହକୁ ଆସିବା ବନ୍ଦ କରି ନାହାନ୍ତି। ୭ଟି ଯାକ ଅଧିବେଶନରେ ତାଙ୍କ ଉପସ୍ଥାନ ୧୦୦% ରହିଛି। ଉକ୍ତ ରାଜ୍ୟସଭା ସାଂସଦ ଜଣଙ୍କ ହେଲେ […]

Rajya-Sabha

Rajya-Sabha

Hemant Lenka
  • Published: Tuesday, 05 October 2021
  • Updated: 05 October 2021, 09:13 AM IST

Sports

Latest News

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଲୋକପ୍ରତିନିଧିଙ୍କ ଅନୁପସ୍ଥିତି ଏବେ ଚିନ୍ତାର ବିଷୟ ହୋଇଛି। ଅନେକ ସମୟରେ ସାଂସଦମାନେ ଗୃହରେ ଉପସ୍ଥିତ ରହୁ ନଥିବା ରିପୋର୍ଟ ଆସୁଛି। ଏସବୁ ଭିତରେ ଏମିତି ଜଣେ ନେତା ଅଛନ୍ତି ଯିଏ ରାଜ୍ୟସଭାର ଶେଷ ୭ଟି ଯାକ ଅଧିବେଶନର କୌଣସି ଗୋଟିଏ ଦିନ ମଧ୍ୟ ଗୃହକୁ ଆସିବା ବନ୍ଦ କରି ନାହାନ୍ତି।

୭ଟି ଯାକ ଅଧିବେଶନରେ ତାଙ୍କ ଉପସ୍ଥାନ ୧୦୦% ରହିଛି। ଉକ୍ତ ରାଜ୍ୟସଭା ସାଂସଦ ଜଣଙ୍କ ହେଲେ ଏଆଇଏଡିଏମକେର ଏସଆର ବାଲାସୁବ୍ରମଣିୟନ। ୭୫ ବର୍ଷୀୟ ବାଲାସୁବ୍ରମଣିୟନ ଗଲା ୭ଟି ଅଧିବେଶନର ସମସ୍ତ ୧୩୮ଟି କାର୍ଯ୍ୟଦିବସରେ ରାଜ୍ୟସଭାରେ ଉପସ୍ଥିତ ରହିଥିବା ଗୃହର ଉପସ୍ଥାନ ଖାତାରୁ ଜଣାପଡ଼ିଛି।

ରାଜ୍ୟସଭାର ସଚିବାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୭ଟି ଅଧିବେଶନକୁ ଦେଖିଲେ ହାରାହାରି ୭୮% ସାଂସଦ ହିଁ ରାଜ୍ୟସଭାର ଦୈନିନ୍ଦନି କାର୍ଯ୍ୟବେଳେ ଗୃହରେ ଉପସ୍ଥିତ ରହୁଛନ୍ତି। ଏପରି ସ୍ଥିତିରେ ବାଲାସୁବ୍ରମଣିୟନ ଏକମାତ୍ର ସାଂସଦ ଯିଏ ସବୁ କାର୍ଯ୍ୟ ଦିବସରେ ଉପସ୍ଥିତ ରହିଛନ୍ତି।

ଯଦି ଆମେ କୌଣସି ଗୋଟିଏ ଅଧିବେଶନକୁ ବିଚାରକୁ ନେବା, ତା’ହେଲେ କେବଳ ୩୦% ସାଂସଦଙ୍କ ପୂର୍ଣ୍ଣ ଉପସ୍ଥାନ ରହିଛି। ଶୂନ ଉପସ୍ଥାନର ହାର ୨%ରୁ କମ ରହିଛି। ୫ ଜଣ ସାଂସଦ ଅଶୋକ ବାଜପାଇ, ଡିପି ବ୍ୟାସ, ନୀରଜ ଶେଖର, ବିକାଶ ମହାତ୍ମେ ଓ ରାମକୁମାର ବର୍ମା ୬ଟି ଅଧିବେଶନରେ ରାଜ୍ୟସଭାରେ ସଂପୂର୍ଣ୍ଣ ଭାବେ ଉପସ୍ଥିତ ରହିଛନ୍ତି।

ଗତ ୫ଟି ଅଧିବେଶନରେ ରାକେଶ ସିହ୍ନା, ସୁଧାଂଶୁ ତ୍ରିବେଦୀ, ଡା କୈଳାସ ସୋନି, ନରେଶ ଗୁଜରାଲ, ବିଶମ୍ବର ପ୍ରସାଦ ନିଶାଦ, କୁମାର କେଟକର ଏବଂ ଆମି ୟାଗନିକଙ୍କ ଉପସ୍ଥାନ ୧୦୦% ରହିଛି।

[caption id="" align="aligncenter" width="866"]Maalaimalar News: AIADMK member SR Balasubramaniam Only One MP Clocked 100  percent Attendance In Last 7 Sessions Of Rajya Sabha ଏଆଇଏଡିଏମକେର ଏସଆର ବାଲାସୁବ୍ରମଣିୟନ[/caption]

ରାଜ୍ୟସଭାରେ ଉପସ୍ଥାନ ସମ୍ପର୍କରେ ଜାଣିବା ପାଇଁ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଆଗ୍ରହ ପ୍ରକାଶ କରିଥିଲେ। ଏହାପରେ ଉପସ୍ଥାନ ପ୍ରକ୍ରିୟାକୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଏପରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ରାଜ୍ୟସଭାକୁ ଆସୁଥିବା ମନ୍ତ୍ରୀ, ଗୃହର ଉପାଧ୍ୟକ୍ଷ, ଗୃହର ନେତା ଓ ଗୃହର ବିରୋଧୀ ଦଳ ନେତାମାନଙ୍କୁ ଉପସ୍ଥାନ ଖାତାରେ ଦସ୍ତଖତ କରିବାକୁ ପଡ଼ି ନଥାଏ। ତେବେ ସଂସଦର ସଦସ୍ୟ ଆକ୍ଟ ଅନୁସାରେ ୨୨୫ ଜଣ ସଦସ୍ୟଙ୍କୁ ରାଜ୍ୟସଭାର ଉପସ୍ଥାନ ଖାତାରେ ଦସ୍ତଖତ କରିବାକୁ ପଡ଼ିଥାଏ।

ରିପୋର୍ଟ ଅନୁସାରେ, ଶେଷ ମୌସୁମୀ ଅଧିବେଶରେ ଦୈନିକ ଉପସ୍ଥାନ ରେକର୍ଡ ୮୨.୫୭% ରହିଥିଲା। ମହାମାରୀ ସମୟରେ ମଧ୍ୟ ରାଜ୍ୟସଭା ଉପସ୍ଥାନ ସେତେଟା ପ୍ରଭାବିତ ହୋଇନାହିଁ। ୯୯ ଜଣ ସାଂସଦ କରୋନା ପରେ ଆରମ୍ଭ ହୋଇଥିବା ରାଜ୍ୟସଭାର ପ୍ରଥମ ଅଧିବେଶନରେ ସଂପୂର୍ଣ୍ଣ ଭାବେ ଉପସ୍ଥିତ ରହିଥିଲେ। ଏହି ସମୟରେ ୧୦ଟି କାର୍ଯ୍ୟ ଦିବସ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story