ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ ପରାଜିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଛନ୍ତି। ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି। ଗୋଟିଏ ରାଉଣ୍ଡ ଭୋଟ ଗଣତି ପୂର୍ବରୁ ହିଁ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୫୦% ଅତିକ୍ରମ କରି ସାରିଛି। ଏହାର ଅର୍ଥ ସେ ହିଁ ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦର ଶପଥ ନେବେ। ଏହି ବିଜୟ ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପରାଜିତ ପ୍ରାର୍ଥୀ […]

Opposition

Opposition

Hemant Lenka
  • Published: Thursday, 21 July 2022
  • Updated: 21 July 2022, 08:34 PM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଛନ୍ତି। ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି। ଗୋଟିଏ ରାଉଣ୍ଡ ଭୋଟ ଗଣତି ପୂର୍ବରୁ ହିଁ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୫୦% ଅତିକ୍ରମ କରି ସାରିଛି। ଏହାର ଅର୍ଥ ସେ ହିଁ ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦର ଶପଥ ନେବେ। ଏହି ବିଜୟ ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପରାଜିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା।

ସେ ବିଜୟ ପାଇଁ ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇ ସମ୍ବିଧାନ ଅନୁସାରେ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସହ ବିରୋଧୀ ଦଳଗୁଡ଼ିକ ତାଙ୍କୁ ସମର୍ଥନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ ଟ୍ୱିଟ କରିଛନ୍ତି, “ମୁଁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଉଛି। ମୋ ଭଳି ପ୍ରତିଟି ଭାରତୀୟଙ୍କ ଆଶା ଦେଶର ୧୫ତମ ରାଷ୍ଟ୍ରପତି ସମ୍ବିଧାନ ଅନୁସାରେ କୌଣସି ଭୟ ଓ ପକ୍ଷପାତିତା ନ କରି କାମ କରିବେ। ମୁଁ ଦେଶର ଅନ୍ୟ ନାଗରିକଙ୍କ ଭଳି ଆଗାମୀ କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଉଛି।

ମୋତେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ସବୁ ବିରୋଧୀ ଦଳ ନେତାଙ୍କୁ ଧନ୍ୟବାଦ ଜଣାଉଛି। ମୋତେ ଭୋଟ ଦେଇଥିବା ସମସ୍ତ ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ। ଦେଶ ପ୍ରତି ଥିବା ମୋ ଭଲ ପାଇବାକୁ ଦୃଷ୍ଟିରେ ରଖି ମୁଁ ମୋର କର୍ତ୍ତବ୍ୟ କରିଛି। ପ୍ରଚାର ବେଳେ ମୁଁ ଉଠାଇଥିବା ପ୍ରସଙ୍ଗ ଏବେ ବି ରହିଛି।

ନିର୍ବାଚନ ଫଳାଫଳ ଯାହା ବି ହୋଇଥିଲେ ମଧ୍ୟ ଭାରତର ଗଣତନ୍ତ୍ରର ଫାଇଦା ପାଇଁ ଦୁଇଟି ବାଟ ସାମ୍ନାକୁ ଆସିଛି। ଗୋଟିଏ ହେଲା ବିରୋଧୀ ଦଳଗୁଡ଼ିକୁ ଏହି ନିର୍ବାଚନ ଗୋଟିଏ ମଞ୍ଚକୁ ଆଣି ପାରିଛି। ବର୍ତ୍ତମାନ ସମୟରେ ଏପରି ଏକତ୍ରିତ ହେବା ନିହାତି ଆବଶ୍ୟକ। ଏହି ଧାରା ଆଗକୁ ଜାରି ରଖିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ଉପ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିରୋଧୀ ଏକାଠି କାମ କରିବା ଦରକାର।


ଦ୍ୱିତୀୟରେ ନିର୍ବାଚନ ପ୍ରଚାର ବେଳେ ବିରୋଧୀଙ୍କ ମତ, ଆଭିମୁଖ୍ୟ ଓ ପ୍ରତିବଦ୍ଧତାକୁ ଦେଶ ଓ ସାଧାରଣ ଲୋକଙ୍କ ଆଗରେ ରଖିବାକୁ ଚେଷ୍ଟା କରିଛି। ଇଡି, ସିବିଆଇ, ଆୟକର ବିଭାଗ ଓ ରାଜ୍ୟପାଳମାନଙ୍କୁ ବିରୋଧୀଙ୍କ ବିରୋଧରେ ବ୍ୟବହାର କରାଯାଉଥିବା ପ୍ରସଙ୍ଗକୁ ମୁଁ ଉଠାଇଛି। ଏହି ଏଜେନ୍ସିଗୁଡ଼ିକୁ ବିରୋଧୀଙ୍କୁ କାଉଣ୍ଟର ଓ ବିରୋଧୀ ରାଜ୍ୟରେ ଥିବା ସରକାରକୁ ଭାଙ୍ଗିବା ପାଇଁ ବ୍ୟବହାର କରାଯାଉଛି। ମୁଁ ଖୁସି ଯେ ମୋର ମତ ବିଭିନ୍ନ ମୁଖ୍ୟମନ୍ତ୍ରୀ, ନେତା, ବିଧାୟକ ଓ ସାଂସଦଙ୍କ ପାଖରେ ପହଞ୍ଚି ପାରିଛି। ମୁଁ ମଧ୍ୟ ସାଧାରଣ ଲୋକଙ୍କୁ ଭେଟିଛି। ସେମାନେ ମୋ କଥାରେ ଏକମତ ହୋଇଛନ୍ତି।” ସେ ଶେଷ ରକ୍ତ ବିନ୍ଦୁ ଯାଏ ଲଢ଼େଇ କରିବେ ବୋଲି ମଧ୍ୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos