ଜାମିନ୍‌ରେ ଆସି ପୀଡ଼ିତାଙ୍କ ବାପାଙ୍କୁ ଗୁଳି କରିଦେଲା ଯୌନ ନିର୍ଯାତନାର ଅଭିଯୁକ୍ତ

ହାଥରସ: ପୁଣିଥରେ ଉତ୍ତର ପ୍ରଦେଶର ହାଥରସରୁ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯୌନ ନିର୍ଯାତନା ମାମଲାରେ ୨୦୧୮ରେ କିଛି ଦିନ ଜେଲ ଯାଇ ଜାମିନରେ ଆସିଥିବା ଜଣେ ଯୁବକ ସୋମବାର ପୀଡ଼ିତାଙ୍କ ବାପାଙ୍କୁ ଗୁଳି କରି ହତ୍ୟା କରିଛି। ପୁଲିସ୍‌ କହିଛି ଯେ ପୀଡ଼ିତାଙ୍କ ପରିବାର ଓ ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ମଧ୍ୟରେ ଗାଁର ଗୋଟିଏ ମନ୍ଦିର ଆଗରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସୋମବାର ଅପରାହ୍ନ ୪.୩୦ରେ ହୋଇଥିବା ଯୁକ୍ତିତର୍କ ଶେଷରେ ଗୁଳିକାଣ୍ଡ […]

Up

Up

Hemant Lenka
  • Published: Tuesday, 02 March 2021
  • Updated: 02 March 2021, 08:44 PM IST

Sports

Latest News

ହାଥରସ: ପୁଣିଥରେ ଉତ୍ତର ପ୍ରଦେଶର ହାଥରସରୁ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯୌନ ନିର୍ଯାତନା ମାମଲାରେ ୨୦୧୮ରେ କିଛି ଦିନ ଜେଲ ଯାଇ ଜାମିନରେ ଆସିଥିବା ଜଣେ ଯୁବକ ସୋମବାର ପୀଡ଼ିତାଙ୍କ ବାପାଙ୍କୁ ଗୁଳି କରି ହତ୍ୟା କରିଛି। ପୁଲିସ୍‌ କହିଛି ଯେ ପୀଡ଼ିତାଙ୍କ ପରିବାର ଓ ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ମଧ୍ୟରେ ଗାଁର ଗୋଟିଏ ମନ୍ଦିର ଆଗରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।

ସୋମବାର ଅପରାହ୍ନ ୪.୩୦ରେ ହୋଇଥିବା ଯୁକ୍ତିତର୍କ ଶେଷରେ ଗୁଳିକାଣ୍ଡ ଆଡ଼କୁ ଯାଇଥିଲା। ଏଥିରେ ପୀଡ଼ିତାଙ୍କ ବାପା ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ୨୦୧୮ ମସିହାରେ ଅଭିଯୁକ୍ତ ଗୌରବ ଶର୍ମା ବିରୋଧରେ ପୀଡ଼ିତାଙ୍କ ବାପା ଅସଦାଚରଣ ଅଭିଯୋଗ ଆଣିଥିଲେ। ଏଥିପାଇଁ ତାକୁ ଗୋଟିଏ ମାସ ଜେଲ୍‌ରେ ରହିବାକୁ ପଡ଼ିଥିଲା। ସ୍ଥାନୀୟ କୋର୍ଟ ଗୌରବକୁ ଜାମିନ ଦେବା ପରେ ସେ ଜେଲ୍‌ ବାହାରେ ପୂର୍ବଭଳି ବୁଲୁଥିଲା।

ତେବେ ଉକ୍ତ ଅସଦାଚରଣ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା। ସୋମବାର ଦିନ ଅଭିଯୁକ୍ତ ଗୌରବର ପତ୍ନୀ ଓ ମାଉସୀ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ସେଠାରେ ପୀଡ଼ିତା ଓ ତାଙ୍କ ଭଉଣୀ ମଧ୍ୟ ଉପସ୍ଥିତ ରହିଥିଲେ। ଏଠାରେ ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଯୁକ୍ତିତର୍କ ଭିତରେ ଗୌରବ ଓ ପୀଡ଼ିତାଙ୍କ ବାପା ପ୍ରବେଶ କରିବାରୁ ସ୍ଥିତି ଅଧିକ ଜଟିଳ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ଗୌରବ ନିଜ ପରିବାରର କିଛି ଲୋକଙ୍କୁ ଘଟଣାସ୍ଥଳକୁ ଡାକିଥିଲା। ଏହାପରେ ଗୋଟିଏ ବନ୍ଧକରୁ ପୀଡ଼ିତାଙ୍କ ବାପାଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ଗୋଟିଏ ଗୁଳି ତାଙ୍କ ଛାତିରେ ଓ ଆଉ ଗୋଟିଏ ଗୁଳି ତାଙ୍କ ପିଠିରେ ମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପୁଲିସ କହିଛି।

ଅନ୍ୟପକ୍ଷରେ ପୀଡ଼ିତା ଜଣଙ୍କ ପୁଲିସ୍‌ ଷ୍ଟେସନ ଆଗରେ କାନ୍ଦିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି। ସେ ଦୟା କରି ମୋତେ ନ୍ୟାୟ ଦିଅନ୍ତୁ ବୋଲି କାନ୍ଦିକାନ୍ଦି କହୁଥିବା ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ କହିଛନ୍ତି ଯେ ପ୍ରଥମେ ମୋତେ ଅସଦାଚରଣ କରାଗଲା ଓ ଏବେ ମୋ ବାପାଙ୍କୁ ଗୁଳି କରିଦିଆଗଲା। ସେ ଆମ ଗାଁକୁ ଆସିଥିଲା। ତା’ ସାଙ୍ଗରେ ୬ରୁ ୭ ଜଣ ଲୋକ ଥିଲେ। ତା’ ନାଁ ହେଲା ଗୌରବ ଶର୍ମା।

ସେ ସବୁବେଳେ ଆମକୁ ମାମଲା ପ୍ରତ୍ୟାହାର କରି ନେବାକୁ ଧମକ ଦେଉଥିଲା। ମୁଁ ଆଉ ମୋ ସାନ ଭଉଣୀ ମନ୍ଦିର ଯାଇଥିଲୁ। ଏହି ସମୟରେ ଗୌରବ ଶର୍ମାର ପତ୍ନୀ ଓ ମାଉସୀ ଆମକୁ କମେଣ୍ଟ ମାରିଥିଲେ। ସେଠାରୁ ଆମେ ଚାଲି ଆସିଥିଲୁ। ମୋ ବାପା ଆଳୁ ଅମଳ କରୁଥିବା କ୍ଷତରେ ଆମେ ପହଞ୍ଚିବା ପରେ ଗୌରବ ଓ ତାଙ୍କ ସହ ଲୋକମାନେ ସେଠାରେ ପହଞ୍ଚିଥିଲେ।

ସେମାନେ ସମସ୍ତେ ବିଲରେ ବି ଆମକୁ କମେଣ୍ଟ କରିବା ଆରମ୍ଭ କରିଥିଲେ। ଘଟଣା ପରେ ସେମାନେ ଚାଲି ଯାଇଥିଲେ। କିନ୍ତୁ ପୁଣିଥରେ ଗୌରବ ୪ରୁ ୫ ଜଣଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମୋ ବାପାଙ୍କୁ ଗୁଳି କରିଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଘଟଣାରେ ସାମିଲ ଥିବା ଲୋକଙ୍କ ବିରୋଧରେ ଏନଏସଏ ଜରିଆରେ ମାମଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ୍‌ ଅଭିଯୁକ୍ତ ଗୌରବ ଶର୍ମାର ପରିବାରରୁ ଜଣେ ସଦସ୍ୟଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos