ଅଗଷ୍ଟରୁ ଡିସେମ୍ବର ଭିତରେ ୨୧୬ କୋଟି କରୋନା ଟିକା, ଆର ସପ୍ତାହରୁ ମିଳିବ ସ୍ପୁଟନିକ-ଭି

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଭାରତ ସରକାର। ଟିକାକରଣ ହିଁ କରୋନାକୁ ରୋକିବାର ଏକମାତ୍ର ଉପାୟ ହୋଇଥିବାରୁ ଦେଶରେ ଏହାର ଉତ୍ପାଦନକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଜାନୁଆରୀ ୧୬ରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ହେଁ ବିଭିନ୍ନ ସ୍ଥାନରେ ଟିକାର ଅଭାବ ଦେଖିବାକୁ ମିଳିଛି। ଏସବୁ ଭିତରେ ଆଜି ଭାରତ ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଭାରତରେ ୨୧୬ କୋଟି କରୋନା […]

Vaccine

Vaccine

Hemant Lenka
  • Published: Thursday, 13 May 2021
  • Updated: 13 May 2021, 05:35 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଭାରତ ସରକାର। ଟିକାକରଣ ହିଁ କରୋନାକୁ ରୋକିବାର ଏକମାତ୍ର ଉପାୟ ହୋଇଥିବାରୁ ଦେଶରେ ଏହାର ଉତ୍ପାଦନକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଜାନୁଆରୀ ୧୬ରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ହେଁ ବିଭିନ୍ନ ସ୍ଥାନରେ ଟିକାର ଅଭାବ ଦେଖିବାକୁ ମିଳିଛି। ଏସବୁ ଭିତରେ ଆଜି ଭାରତ ସରକାର ବଡ଼ ଘୋଷଣା କରିଛନ୍ତି।

ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଭାରତରେ ୨୧୬ କୋଟି କରୋନା ଟିକାର ଡୋଜ୍‌ ଉତ୍ପାଦନ କରାଯିବ। ଏକାଧିକ କମ୍ପାନୀର ଟିକା ଦେଶରେ ଉତ୍ପାଦନ କରାଯାଇ ଲୋକଙ୍କ ଟିକାକରଣ କରାଯିବ ବୋଲି ଆଜି ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ ସୂଚନା ଦେଇଛନ୍ତି। ସେହିପରି ଆର ସପ୍ତାହରୁ ଦେଶରେ ରୁଷ ପ୍ରସ୍ତୁତ କରିଥିବା ସ୍ପୁଟନିକ ଭି ଟିକାର ଡୋଜ୍ ମଧ୍ୟ ମାର୍କେଟରେ ମିଳିବ ବୋଲି ସେ କହିଛନ୍ତି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଟିକା ଉତ୍ପାଦନକୁ ଜୋରଦାର କରାଯିବ। ଏଫଡିଏ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ଯେକୌଣସି ଟିକା ଭାରତ ଆସିପାରିବ। ଆମଦାନୀ ପାଇଁ ଆବଶ୍ୟକ ଲାଇସେନ୍ସ ୧ରୁ ୨ ଦିନ ଭିତରେ ମିଳିବ।

ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି ଟିକା ଉପଲବ୍ଧ ହେବ। କୋଭିସିଲ୍ଡ, କୋଭାକ୍ସିନ ସହ ବହୁ ବିଦେଶୀ କଂପାନୀ ଟିକା ଭାରତକୁ ମିଳିବ। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୭୫ କୋଟି କୋଭିସିଲ୍ଡ ଉତ୍ପାଦନ ହେବ। ସେହିପରି କୋଭାକ୍ସିନ ଟିକା ୫୫ କୋଟି, ବାୟୋ ଇ-ଟିକା ୩୦ କୋଟି, ଜାଇଡସ୍ କାଡିଲା ଟିକା ୫ କୋଟି, ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ନୋଭାଭାକ୍ସର ୨୦ କୋଟି ଉପଲବ୍ଧ ହେବ ବୋଲି ଆକଳନ କରାଯାଇଛି। ଏହାବାଦ ବିବି ନାଜାଲ ଟିକା ୧୦ କୋଟି ଓ ଜେନୋଭା ଟିକା ୬ କୋଟି ଉପଲବ୍ଧ ହେବ। ରୁଷ୍ ଟିକା ସ୍କୁଟନିକ୍-ଭି ମଧ୍ୟ ୧୫.୬ କୋଟି ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ଯେଉଁ କମ୍ପାନୀମାନେ କୋଭାକ୍ସିନ ଟିକା ଉତ୍ପାଦନ କରିବାକୁ ଚାହୁଁଛନ୍ତି, ସେମାନେ ଏକାଠି ହୁଅନ୍ତୁ। ସରକାର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବେ। କୋଭାକ୍ସିନ ଟିକା ଉତ୍ପାଦନ କରିବାକୁ ଚାହୁଁଥିବା କମ୍ପାନୀଗୁଡ଼ିକୁ ଆମେ ସ୍ୱାଗତ କରିବୁ। ଏବେ ଅନେକ କମ୍ପାନୀଙ୍କ ପାଖରେ କୋଭାକ୍ସିନ ଟିକା ପ୍ରସ୍ତୁତ କରିବାକୁ ଲ୍ୟାବ ନାହିଁ। ତଥାପି ଯେଉଁମାନଙ୍କର ଲ୍ୟାବ ଅଛି, ସେମାନେ ଆଗକୁ ଆସନ୍ତୁ।

ରାଜ୍ୟ ଗୁଡ଼ିକ ଚାହିଦା ପୂରଣ କରିବାକୁ ଟିକା ପଲିସିରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ୩୫.୬ କୋଟି ଟିକାର ଡୋଜ୍‌ କ୍ରୟ କରିଥିବା ବେଳେ ଅତିରିକ୍ତ ୧୬ କୋଟି ଡୋଜ୍ ପାଇପଲାଇନରେ ଅଛି। ଏହାକୁ ରାଜ୍ୟ ଓ ଘରୋଇ ହସ୍ପିଟାଲ ସିଧାସଳଖ କିଣିପାରିବେ ବୋଲି ସେ କହିଛନ୍ତି।

ରୁଷ ଟିକା ସ୍ପୁଟନିକ ଭି ସମ୍ପର୍କରେ ଭିକେ ପଲ କହିଛନ୍ତି, ରୁଷ ଟିକା ସ୍ପୁଟନିକ ଭି ଭାରତକୁ ଆସି ସାରିଛି। ଆମର ଆଶା ଆସନ୍ତା ସପ୍ତାହରେ ସ୍ପୁଟନିକ-ଭି ଟିକା ମାର୍କେଟରେ ମିଳିବ। ରୁଷରୁ ଆସୁଥିବା ସୀମିତ ସଂଖ୍ୟକ ଟିକା ମାର୍କେଟରେ ମିଳିବାର ସମ୍ଭାବନା ରହିଛି। ଜୁଲାଇ ମାସରୁ ଭାରତରେ ସ୍ପୁଟନିକ ଭି ଉତ୍ପାଦନ ହେବ। ଉତ୍ପାଦନ ଆରମ୍ଭ ହେଲେ ୧୫.୬ କୋଟି ଡୋଜ୍ ଟିକା ମିଳିପାରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story