ଦେଶର ୨୧%ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ!

ନୂଆଦିଲ୍ଲୀ: ମହାମାରୀ କରୋନାର ସ୍ଥିତାବସ୍ଥା ଜାଣିବା ପାଇଁ ଦେଶରେ ହୋଇଥିବା ସେରୋଲଜିକାଲ ସର୍ଭେରୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେରୁ ଜଣାପଡ଼ିଛି ଯେ ଦେଶରେ ୨୧%ରୁ ଅଧିକ ୧୦ ବର୍ଷ ଓ ତା’ଠାରୁ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି। ଆଇସିଏମଆର ପକ୍ଷରୁ ଗତବର୍ଷ ଡିସେମ୍ବର ୭ରୁ ଚଳିତ ବର୍ଷ ଜାନୁଆରୀ ୮ ତାରିଖ ମଧ୍ୟରେ ତୃତୀୟ ଥର ପାଇଁ ସେରୋଲଜିକାଲ ସର୍ଭେ କରାଯାଇଥିଲା। ଆଜି ଆଇସିଏମଆର ଡିଜି ଡା […]

d

d

Hemant Lenka
  • Published: Thursday, 04 February 2021
  • Updated: 04 February 2021, 08:16 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ସ୍ଥିତାବସ୍ଥା ଜାଣିବା ପାଇଁ ଦେଶରେ ହୋଇଥିବା ସେରୋଲଜିକାଲ ସର୍ଭେରୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେରୁ ଜଣାପଡ଼ିଛି ଯେ ଦେଶରେ ୨୧%ରୁ ଅଧିକ ୧୦ ବର୍ଷ ଓ ତା’ଠାରୁ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି।

ଆଇସିଏମଆର ପକ୍ଷରୁ ଗତବର୍ଷ ଡିସେମ୍ବର ୭ରୁ ଚଳିତ ବର୍ଷ ଜାନୁଆରୀ ୮ ତାରିଖ ମଧ୍ୟରେ ତୃତୀୟ ଥର ପାଇଁ ସେରୋଲଜିକାଲ ସର୍ଭେ କରାଯାଇଥିଲା। ଆଜି ଆଇସିଏମଆର ଡିଜି ଡା ବଳରାମ ଭାର୍ଗବ ଉକ୍ତ ସର୍ଭେର ତଥ୍ୟ ଉପସ୍ଥାପନ କରି କହିଛନ୍ତି, ୧୮ ଓ ଏହାଠାରୁ ଅଧିକ ବୟସ୍କ ୨୮,୫୮୯ ଲୋକଙ୍କ ମଧ୍ୟରୁ ୨୧.୪% ଲୋକ ପୂର୍ବରୁ କରୋନା ଭାଇରସ ସଂସ୍ପର୍ଶରେ ଆସି ସୁସ୍ଥ ହୋଇ ସାରିଛନ୍ତି।

ସେହିପରି ସମାନ ସଂଖ୍ୟକ ୧୦ରୁ ୧୭ ବର୍ଷ ବୟସ୍କ ପିଲାମାନଙ୍କ ମଧ୍ୟରୁ ୨୫.୩%ଙ୍କ ଶରୀରରେ କରୋନା ଆଣ୍ଟିବଡି ସୃଷ୍ଟି ହୋଇଛି। ସହରାଞ୍ଚଳ ବସ୍ତିରେ ୩୧.୭% ଓ ସହରାଞ୍ଚଳରେ ୨୬.୨% ଲୋକଙ୍କ ଶରୀରରେ କରୋନା ପୂର୍ବରୁ ପ୍ରବେଶ କରି ସାରିଥିବା ଜଣାପଡ଼ିଛି।

ଗ୍ରାମାଞ୍ଚଳରେ ୧୯.୧% ଲୋକଙ୍କ ଶରୀରରେ କରୋନା ଭୂତାଣୁ ପ୍ରବେଶ କରିଛି ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୨୩.୪% ଲୋକ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି।

ଏହି ସର୍ଭେ ବେଳେ ୭,୧୭୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ରକ୍ତ ନମୁନା ମଧ୍ୟ ପରୀକ୍ଷା କରିବାକୁ ନିଆଯାଇଥିଲା। ଏହା ମଧ୍ୟରୁ ୨୫.୭% ସ୍ୱାସ୍ଥ୍ୟକର୍ମୀ କରୋନା ଭାଇରସର ସଂସ୍ପର୍ଶରେ ଆସି ସାରିଥିବା ଜଣାପଡ଼ିଛି। ୨୧ଟି ରାଜ୍ୟର ୭୦୦ଟି ଗାଁ ବା ୭୦ ଜିଲ୍ଲାରେ ଏହି ତୃତୀୟ ସରୋଲଜିକାଲ ସର୍ଭେ କରାଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସମାନ ସ୍ଥାନରେ ସର୍ଭେ ହୋଇଥିଲା।

ଅନ୍ୟପକ୍ଷରେ ଦେଶର କରୋନା ସ୍ଥିତି ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଭାରତରେ ପଜିଟିଭ ହାର ଏବେ ୫.୪୨% ରହିଛି ଓ ଏହା କ୍ରମାଗତ ହ୍ରାସ ପାଉଛି। ସେହିପରି ସପ୍ତାହିକ ପଜିଟିଭ ହାର ୧.୮୨% ରହିଛି। ଶେଷ ୩ ସପ୍ତାହ ଧରି ୪୭ଟି ଜିଲ୍ଲାରେ କୌଣସି ନୂଆ ସଂକ୍ରମିତ ଚିହ୍ନଟ ହୋଇ ନଥିବା ବେଳେ ୨୫୧ଟି ଜିଲ୍ଲାରେ କେହି ପ୍ରାଣ ହରାଇ ନାହାନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ୪୯,୯୩,୪୨୭ ଜଣ ହିତାଧିକାରୀଙ୍କୁ କରୋନା ଟିକା ଦିଆ ସରିଲାଣି।

ତାମିଲନାଡୁ, ଆସାମ, ଲଦାଖ, ଚଣ୍ଡିଗଡ଼, ମେଘାଳୟ ଓ ମଣିପୁରରେ ଏଯାଏ ୩୦%ରୁ କମ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଦେଶର ୧୨୩୯ଟି ଘରୋଇ ଓ ୫,୯୧୨ଟି ସରକାରୀ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story