୨ ଦିନରେ ୮୪ ଲକ୍ଷରୁ ଅଧିକ ପିଲା ନେଲେଣି କରୋନା ଟିକା

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶରେ ଆରମ୍ଭ ହୋଇଥିବା ଛୋଟ ପିଲାମାନଙ୍କ ଟିକାକରଣ ଦ୍ରୁତଗତିରେ ଆଗକୁ ମାଡ଼ି ଚାଲିଛି। ପ୍ରଥମ ଦିନରେ ପ୍ରାୟ ୪୧ ଲକ୍ଷ ପିଲା କରୋନା ଟିକା ନେଇଥିବେ ବେଳେ ଦ୍ୱିତୀୟ ଦିନରେ ଏହି ସଂଖ୍ୟା ୪୩ ଲକ୍ଷ ପାର କରିଛି। ଏହାର ଅର୍ଥ ୨ ଦିନ ମଧ୍ୟରେ ୮୪.୪ ଲକ୍ଷ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନେ କରୋନାର ଟିକାର ପ୍ରଥମ ଡୋଜ୍‌ ନେଇ ସାରିଲେଣି। ସରକାର ୧୫ରୁ ୨୦ ଦିନ ମଧ୍ୟରେ […]

Vaccine

Vaccine

Hemant Lenka
  • Published: Wednesday, 05 January 2022
  • Updated: 05 January 2022, 07:26 AM IST

Sports

Latest News

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶରେ ଆରମ୍ଭ ହୋଇଥିବା ଛୋଟ ପିଲାମାନଙ୍କ ଟିକାକରଣ ଦ୍ରୁତଗତିରେ ଆଗକୁ ମାଡ଼ି ଚାଲିଛି। ପ୍ରଥମ ଦିନରେ ପ୍ରାୟ ୪୧ ଲକ୍ଷ ପିଲା କରୋନା ଟିକା ନେଇଥିବେ ବେଳେ ଦ୍ୱିତୀୟ ଦିନରେ ଏହି ସଂଖ୍ୟା ୪୩ ଲକ୍ଷ ପାର କରିଛି। ଏହାର ଅର୍ଥ ୨ ଦିନ ମଧ୍ୟରେ ୮୪.୪ ଲକ୍ଷ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନେ କରୋନାର ଟିକାର ପ୍ରଥମ ଡୋଜ୍‌ ନେଇ ସାରିଲେଣି।

ସରକାର ୧୫ରୁ ୨୦ ଦିନ ମଧ୍ୟରେ ଏହି ବର୍ଗରେ ଥିବା ୮୦ରୁ ୯୦% ପିଲାଙ୍କୁ ଟିକାର ପ୍ରଥମ ଡୋଜ୍‌ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ସମଗ୍ର ଦେଶରେ ପିଲମାନଙ୍କ ଟିକାକରଣ ଦ୍ରୁତଗତିରେ କରାଯାଉଛି। ସରକାରଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ଦେଶର ୭.୪ କୋଟି ପିଲାଙ୍କୁ ଟିକାର ପ୍ରଥମ ଡୋଜ ଦିଆଯିବ।

ସରକାର ଏହାପରେ ଅନ୍ୟ ବୟସ ବର୍ଗ ଅର୍ଥାତ ୧୫ରୁ କମ ବୟସ୍କଙ୍କ ଟିକାକରଣ ମଧ୍ୟ ଆରମ୍ଭ କରିବେ। ଏବେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକା ଦିଆଯାଉଛି। ଖୁବଶୀଘ୍ର ଅନ୍ୟ କମ୍ପାନୀର ଟିକା ମଧ୍ୟ ଏହି ଅଭିଯାନରେ ସାମିଲ ହେବ।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶର ୯୮.୯ ଲକ୍ଷ ଛୋଟ ପିଲା କରୋନା ଟିକା ପାଇଁ ପଞ୍ଜୀକରଣ କରିଛନ୍ତି। ଦୁଇ ଦିନ ମଧ୍ୟରେ ଗୁଜରାଟରେ ୧୧ ଲକ୍ଷ ଓ ମଧ୍ୟପ୍ରଦେଶରେ ୧୦ ଲକ୍ଷ ପିଲାଙ୍କୁ ଟିକାର ଡୋଜ୍ ଦିଆଯାଇ ସାରିଛି। ଏହି ଦୁଇ ରାଜ୍ୟ ବ୍ୟତୀତ ଆନ୍ଧ୍ର, ରାଜସ୍ଥାନ ଓ କର୍ଣ୍ଣାଟକାରେ ମଧ୍ୟ ଛୋଟ ପିଲାଙ୍କ ଟିକାକରଣ ହାର ଯଥେଷ୍ଟ ଅଧିକ ରହିଛି। ଉତ୍ତର ପ୍ରଦେଶରେ ୪.୫ ଲକ୍ଷ, ମହାରାଷ୍ଟ୍ରରେ ୪.୪ ଲକ୍ଷ ଓ ବିହାରେ ୪.୩ ଲକ୍ଷ ପିଲା ଟିକା ନେଇଛନ୍ତି।

ଦିଲ୍ଲୀରେ ଏହି ସଂଖ୍ୟା ୫୪,୨୫୦ ଥିବା ବେଳେ ପଶ୍ଚିମବଙ୍ଗରେ ପ୍ରାୟ ୨.୮ ଲକ୍ଷ ପିଲା ମଙ୍ଗଳବାର ରାତି ସୁଦ୍ଧା କରୋନା ବିରୋଧରେ ପ୍ରଥମ ଡୋଜ୍ ନେଇ ସାରିଛନ୍ତି।

ପିଲାମାନଙ୍କ ବ୍ୟତୀତ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ମଧ୍ୟ ସମାନ୍ତରଳ ଭାବେ ଚାଲିଛି। ମଙ୍ଗଳବାର ଦେଶରେ ୯୫.୬ ଲକ୍ଷ ଡୋଜ୍‌ର ଟିକାକରଣ ହୋଇଛି। ବର୍ତ୍ତମାନ ଦେଶରେ ଓମିକ୍ରନ ଭାରିଏଣ୍ଟ ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ସବୁ ବର୍ଗର ଲୋକଙ୍କ ଟିକାକରଣ ଯଥାଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପିଲାମାନଙ୍କ ଟିକାକରଣ ଶେଷ ହେବା ମାତ୍ରେ ସ୍କୁଲ ଶିକ୍ଷା ସ୍ୱାଭାବିକ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story